ଭାଲୁ କ୍ରୁରତା ଏବଂ ହତ୍ୟା ଘଟଣା:ଭିଡିଓ ଆଧାରରେ ଦୁଇ ଗିରଫ ; ବନମନ୍ତ୍ରୀ କହିଲେ – ଅକ୍ଷମଣୀୟ ଅପରାଧ

ମାଲକାନଗିରି:ନିରଞ୍ଜନ ମଲ୍ଲ(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ରାଜ୍ୟ ସୁକୁମା ଜିଲ୍ଲାରେ ଏକ ଭାଲୁକୁ ନିଷ୍ଠୁର ବ୍ୟବହାର ଏବଂ ହତ୍ୟା କରିବା ଅଭିଯୋଗରେ ବନ ବିଭାଗ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି। ଭାଇରାଲ୍ ଭିଡିଓ ଏବଂ ଖବରକାଗଜରେ ପ୍ରକାଶିତ ଖବର ଆଧାରରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଏହି ମାମଲା ସମ୍ପର୍କରେ ବିଳାସପୁର ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା (PIL) ଉପସ୍ଥାପିତ ହୋଇଛି।

ବନମନ୍ତ୍ରୀ ଏହାକୁ “ଅକ୍ଷମଣୀୟ ଅପରାଧ” ବୋଲି କହିଛନ୍ତି ଏବଂ ପ୍ରମୁଖ ମୁଖ୍ୟ ବନ ସଂରକ୍ଷକ ଏବଂ ଅନ୍ୟାନ୍ୟ ସମ୍ପୃକ୍ତ ଅଧିକାରୀମାନଙ୍କୁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ନିର୍ଦ୍ଦେଶ ପରେ, ଜଗଦଲପୁର ସର୍କଲର ମୁଖ୍ୟ ବନ ସଂରକ୍ଷକଙ୍କ ନେତୃତ୍ୱରେ ଏକ ତଦନ୍ତ କମିଟି ଗଠନ କରାଯାଇ ଭାଇରାଲ ଭିଡିଓ ଏବଂ ଘଟଣା ସ୍ଥଳର ତୃଣମୂଳରୁ ତଦନ୍ତ କରିଥିଲେ। ଏହି ଘଟଣାଟି ସୁକମା ଜିଲ୍ଲାର କିଷ୍ଟାରାମ ଅଞ୍ଚଳର ବୋଲି ଜଣାପଡିଛି।

ଏହି ସମ୍ପର୍କରେ ଛତିଶଗଡ ବନମନ୍ତ୍ରୀ କେଦାର କଶ୍ୟପ କହିଛନ୍ତି “ବନ୍ୟପ୍ରାଣୀ ଆମର ମୂଲ୍ୟବାନ ପ୍ରାକୃତିକ ଐତିହ୍ୟ, ଯାହାର ସୁରକ୍ଷା ସରକାର, ପ୍ରଶାସନ ଏବଂ ସାଧାରଣ ଜନତାଙ୍କ ଦାୟିତ୍ୱ। ଭାଲୁ ପ୍ରତି ନିଷ୍ଠୁରତାର ଭିଡିଓ ଅତ୍ୟନ୍ତ ଦୁଃଖଦ ଏବଂ ଅମାନବୀୟ ଥିଲା। ସରକାର କୌଣସି ପରିସ୍ଥିତିରେ ଏପରି ଅପରାଧକୁ ସହ୍ୟ କରିବେ ନାହିଁ।”

ବନମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ, ସୂଚନା ଦେବା ବ୍ୟକ୍ତିଙ୍କୁ ୧୦ ହଜାର ଟଙ୍କା ପୁରସ୍କାର ଦିଆଯିବ ଏବଂ ତାଙ୍କ ପରିଚୟ ଗୋପନ ରଖାଯିବ ବୋଲି ମଧ୍ୟ ଘୋଷଣା କରାଯାଇଥିଲା। ସରକାରଙ୍କ ଦ୍ବାରା ଏହି ପଦକ୍ଷେପ ନିଆଯିବା ପରେ ସ୍ଥାନୀୟ ଲୋକଙ୍କ ଠାରୁ ମଧ୍ୟ ସମର୍ଥନ ମିଳିଥିଲା।ପରେ ଉଭୟ ଅଭିଯୁକ୍ତଙ୍କୁ ଛତିଶଗଡ ତେଲେଙ୍ଗାନା ସୀମାନ୍ତ ଅଞ୍ଚଳରୁ ଗିରଫ କରିବା ସହ କୋର୍ଟ ଚାଲାଣ କରାଯାଇଛି।

  • Related Posts

    ସାହସିକତାର ଏକ ଉଦାହରଣ: କାରେଗୁଟ୍ଟା ଅପରେସନରେ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ସାଗର ବୋରାଡେ ହରାଇଲେ ବାମ ଗୋଡ।

    ମାଲକାନଗିରି:ନିରଞ୍ଜନ ମଲ୍ଲ(କ୍ରୋନିକ ଓଡ଼ିଶା)କାରେଗୁଟ୍ଟା ଅପରେସନ୍ ମଧ୍ୟରେ ଯେତେବେଳେ ଜଣେ ସାଥି ଯବାନ ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଗୁରୁତର ଆହତ ହୋଇଥିଲେ ସେତେବେଳେ ସାଗର ବୋରାଡେ କମାଣ୍ଡାଣ୍ଟଙ୍କ ନିର୍ଦ୍ଦେଶକୁ ଖାତିର ନକରି ଆହତ ଯବାନଙ୍କୁ ସୁରକ୍ଷିତ ସ୍ଥାନକୁ ନେବାକୁ ଚେଷ୍ଟା କରୁଥିବା ସମୟରେ ଆଉ…

    ନକ୍ସଲପନ୍ଥିଙ୍କ ଶ୍ମଶାନ ପାଲଟିଲା କରେଗୁଟ୍ଟା ପାହାଡ – ଯବାନଙ୍କ ଜୋରଦାର ଆକ୍ରମଣ ; ୨୦ ରୁ ଉର୍ଦ୍ଧ୍ୱ ନକ୍ସଲ ନିପାତ।

    ମାଲକାନଗିରି:ନିରଞ୍ଜନ ମଲ୍ଲ(କ୍ରୋନିକ ଓଡ଼ିଶା)ମାଲକାନଗିରି ସୀମାନ୍ତ ଛତିଶଗଡ଼ ରାଜ୍ୟର ବିଜାପୁର ଜିଲ୍ଲା ଏବଂ ତେଲେଙ୍ଗାନା ସୀମାବର୍ତ୍ତି କରେଗୁଟ୍ଟା ପାହାଡ଼ରେ ଚାଲିଥିବା ବୃହତ୍ତର ନକ୍ସଲ ଅପରେସନର ୧୬ତମ ଦିନରେ ସୁରକ୍ଷା ବାହିନୀ ଏପର୍ଯ୍ୟନ୍ତ ସବୁଠାରୁ ବଡ଼ ସଫଳତା ହାସଲ କରିଛି। ବୁଧବାର ସକାଳେ ହୋଇଥିବା…

    Leave a Reply

    Your email address will not be published. Required fields are marked *

    You cannot copy content of this page