ଜିଲ୍ଲା ବିଜେଡି ସଭାପତି ଭାବେ ୫ମ ଥର ପୂର୍ବତନ ବିଧାୟକ ମାନସ ମାଡକାମିଙ୍କ ନାମାଙ୍କନ ଦାଖଲ।

ମାଲକାନଗିରି:ନିରଞ୍ଜନ ମଲ୍ଲ(କ୍ରୋନିକ ଓଡ଼ିଶା)ବିଜୁ ଜନତା ଦଳର ସାଙ୍ଗଠନିକ ନିର୍ବାଚନ କାର୍ଯ୍ୟକ୍ରମ ଚାଲିଥିବା ବେଳେ ପଞ୍ଚାୟତ, ବ୍ଲକ ,ଏନ୍ ଏ ସି ଏବଂ ପୌର ପରିଷଦ ସ୍ତରର ସାଙ୍ଗଠନିକ ନିର୍ବାଚନ କାର୍ଯ୍ୟକ୍ରମ ପୂର୍ବରୁ ସରିଥିବା ବେଳେ ଜିଲ୍ଲା ସ୍ତରରେ ବିଜେଡି ସାଙ୍ଗଠନିକ ନିର୍ବାଚନ କାର୍ଯ୍ୟକ୍ରମ ଆଜି ନାମାଙ୍କନ ଭରିଲା ପରେ ଶେଷ ହୋଇଯାଇଛି । ମାଲକାନଗିରି ଜିଲ୍ଲା ର ପୂର୍ବତ୍ତନ ବିଧାୟକ ମାନସ ମାଡକାମି ମାଲକାନଗିରି ଜିଲ୍ଲା ବିଜେଡି ନିର୍ବାଚନ ଅଧିକାରୀ ଘନଶ୍ୟାମ ମାଡକାମିଙ୍କ ଉପସ୍ଥିତିରେ ମାଲକାନଗିରି ଜିଲ୍ଲା ବିଜୁ ଜନତା ଦଳର ସଭାପତି ଭାବେ ୫ଥର ପାଇଁ ନାମାଙ୍କନ ଦାଖଲ କରିଛନ୍ତି ରାଜ୍ୟ ବିଜେଡି ନିର୍ବାଚନ ଅଧିକାରୀ ତଥା ବିରୋଧୀ ଦଳ ଉପମୁଖ୍ୟ ସଚେତକ ଶ୍ରୀ ପ୍ରତାପ କେଶରୀ ଦେବଙ୍କ ନିକଟରେ ରାଜ୍ୟ ବିଜେଡି ଶଙ୍ଖ ଭବନ ନିର୍ବାଚନ କାର୍ଯ୍ୟାଳୟ ଠାରେ ।ଏଥିରେ ପ୍ରସ୍ତାବକ ଥିଲେ ମାଲକାନଗିରି ଜିଲ୍ଲା ପରିଷଦ ଅଧ୍ୟକ୍ଷା ସମାରି ତାଙ୍ଗୁଲ ଏବଂ ସମର୍ଥକ ଥିଲେ ମାଲକାନଗିରି ଜିଲ୍ଲା ବିଜେଡି ବରିଷ୍ଠ ନେତା ଗୋପାଳ କୃଷ୍ଣ ପଣ୍ଡା । ଆଜି ବିଜୁ ଜନତା ଦଳର ସାଙ୍ଗଠନିକ ନିର୍ବାଚନ ନାମାଙ୍କନ ପାଇଁ ଶେଷ ଦିନ ଥିବା ବେଳେ ମାଲକାନଗିରି ଜିଲ୍ଲା ବିଜେଡି ସଭାପତି ଭାବେ ଜଣେ ମାନସ ମାଡକାମି ନାମାଙ୍କନ ଭରିଥିବା ବେଳେ ୫ ଥର ପାଇଁ ସଭାପତି ହେବେ । ରାଜ୍ୟ ସଭାପତିଙ୍କ ପ୍ରାର୍ଥୀପତ୍ର ଚୟନ ଆସନ୍ତା ୧୯ ତାରିଖ ରେ ଅଛି । ଏଥିରେ ରାଜ୍ୟ ବିଜୁ ଜନତା ଦଳର ବରିଷ୍ଠ ନେତା ତଥା ରାଜ୍ୟ ବିଜେଡି ନିର୍ବାଚନ ସହଯୋଗୀ ବିଜୟ ନାୟକ ମଧ୍ୟ ଉପସ୍ଥିତ ଥିଲେ ।

  • Related Posts

    ସାହସିକତାର ଏକ ଉଦାହରଣ: କାରେଗୁଟ୍ଟା ଅପରେସନରେ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ସାଗର ବୋରାଡେ ହରାଇଲେ ବାମ ଗୋଡ।

    ମାଲକାନଗିରି:ନିରଞ୍ଜନ ମଲ୍ଲ(କ୍ରୋନିକ ଓଡ଼ିଶା)କାରେଗୁଟ୍ଟା ଅପରେସନ୍ ମଧ୍ୟରେ ଯେତେବେଳେ ଜଣେ ସାଥି ଯବାନ ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଗୁରୁତର ଆହତ ହୋଇଥିଲେ ସେତେବେଳେ ସାଗର ବୋରାଡେ କମାଣ୍ଡାଣ୍ଟଙ୍କ ନିର୍ଦ୍ଦେଶକୁ ଖାତିର ନକରି ଆହତ ଯବାନଙ୍କୁ ସୁରକ୍ଷିତ ସ୍ଥାନକୁ ନେବାକୁ ଚେଷ୍ଟା କରୁଥିବା ସମୟରେ ଆଉ…

    ନକ୍ସଲପନ୍ଥିଙ୍କ ଶ୍ମଶାନ ପାଲଟିଲା କରେଗୁଟ୍ଟା ପାହାଡ – ଯବାନଙ୍କ ଜୋରଦାର ଆକ୍ରମଣ ; ୨୦ ରୁ ଉର୍ଦ୍ଧ୍ୱ ନକ୍ସଲ ନିପାତ।

    ମାଲକାନଗିରି:ନିରଞ୍ଜନ ମଲ୍ଲ(କ୍ରୋନିକ ଓଡ଼ିଶା)ମାଲକାନଗିରି ସୀମାନ୍ତ ଛତିଶଗଡ଼ ରାଜ୍ୟର ବିଜାପୁର ଜିଲ୍ଲା ଏବଂ ତେଲେଙ୍ଗାନା ସୀମାବର୍ତ୍ତି କରେଗୁଟ୍ଟା ପାହାଡ଼ରେ ଚାଲିଥିବା ବୃହତ୍ତର ନକ୍ସଲ ଅପରେସନର ୧୬ତମ ଦିନରେ ସୁରକ୍ଷା ବାହିନୀ ଏପର୍ଯ୍ୟନ୍ତ ସବୁଠାରୁ ବଡ଼ ସଫଳତା ହାସଲ କରିଛି। ବୁଧବାର ସକାଳେ ହୋଇଥିବା…

    Leave a Reply

    Your email address will not be published. Required fields are marked *

    You cannot copy content of this page