ଆଦର୍ଶ ସ୍ନାତକ ମହାବିଦ୍ୟାଳୟ ମାଲକାନଗିରିରେ ଯୁବଲେଖକ ସମ୍ମିଳନୀ।

ମାଲକାନଗିରି:ନିରଞ୍ଜନ ମଲ୍ଲ(କ୍ରୋନିକ ଓଡ଼ିଶା)ଓଡ଼ିଆ ପକ୍ଷ ପାଳନ ଅବସରରେ ଆଦର୍ଶ ସ୍ନାତକ ମହାବିଦ୍ୟାଳୟ, ମାଲକାନଗିରି ଠାରେ ‘ଯୁବ ଲେଖକ ସମ୍ମିଳନୀ’ ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟ ଅଧ୍ୟକ୍ଷ ଡକ୍ଟର ଆଲୋକ କୁମାର ପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଯୁବଲେଖକ ସମ୍ମିଳନୀକୁ ସରକାରୀ ସ୍ନାତକ ମହାବିଦ୍ୟାଳୟ, ଚିତ୍ରକୋଣ୍ଡାର ଅଧ୍ୟକ୍ଷ ଡକ୍ଟର ଚିନ୍ମୟ କୁମାର ବେହେରା ଉଦ୍‌ଘାଟନ କରିଥିଲେ । ଏଥିରେ ମହାବିଦ୍ୟାଳୟ ରାଜନୀତିବିଜ୍ଞାନ ବିଭାଗମୁଖ୍ୟ ଡକ୍ଟର ଚିନ୍ମୟ ମହାନନ୍ଦ, ଗଣିତ ବିଭାଗମୁଖ୍ୟ ଡକ୍ଟର ସୂର୍ଯ୍ୟକାନ୍ତ ପାଲ, ଉଦ୍ଭିଦବିଜ୍ଞାନ ବିଭାଗମୁଖ୍ୟ ଡକ୍ଟର ଦୀନବନ୍ଧୁ ସାହୁ, ପଦାର୍ଥବିଜ୍ଞାନ ବିଭାଗମୁଖ୍ୟ ଡକ୍ଟର ହିମାଂଶୁ ଶେଖର ସାହୁ, ପ୍ରାଣୀବିଜ୍ଞାନ ବିଭାଗମୁଖ୍ୟ ଡକ୍ଟର ରତ୍ନାକର ପରିଡ଼ା, ଇଂରାଜୀ ବିଭାଗମୁଖ୍ୟ ଡକ୍ଟର ନାଇଜେଲ୍‌ ପିଟର ଓ’ବ୍ରାଇନ୍‌, ଓଡ଼ିଆ ବିଭାଗମୁଖ୍ୟ ଡକ୍ଟର ଗୌତମସେନ୍‌ ହାଁସଦାଃଙ୍କ ସମେତ ସହକାରୀ ପ୍ରଫେସର ଡକ୍ଟର ପ୍ରସନ୍ନ କୁମାର ବରାଳ, ପ୍ରୀତମ୍‌ ମହଲା ଓ ଅଧ୍ୟାପକ ଗୁରୁ ପ୍ରସାଦ ଲେଙ୍କା, ଡକ୍ଟର କିରଣ କୁମାର ଜାମୁଡାଳିଆ, ବଙ୍କିମ୍‌ ସିଲ୍‌, ସୁରଜ ମିସ୍ତ୍ରୀ, ପରେଶ ସରକାର, ପ୍ରତାପ ଶବର, ବଳରାମ ଦଳାଇ, ଡକ୍ଟର କମଳ ମାହୁନ୍ତ, ବଜରଙ୍ଗୀ ବେହେରା, ସୁଶାନ୍ତ ମାରାଣ୍ଡି, ସତ୍ୟନାରାୟଣ ସାହୁ, ଅଧ୍ୟାପିକା ଚିନ୍ମୟୀ ମହାରଣା, ରଶ୍ମିତା ନନ୍ଦ, ସମୀକ୍ଷା ସୁନ୍ଦର୍‌ରାୟ, ଇପ୍ସିତା ପ୍ରିୟଦର୍ଶିନୀ, ହରପ୍ରିୟା ଖେମୁଣ୍ଡୁ, ଚମ୍ପା ମଣ୍ଡଳ, ମାଧବୀ ମଣ୍ଡଳ, ଜୟନ୍ତୀ ମାଢୀ, ମଧୁସ୍ମିତା ମେଦିନିରା, ମହୁଆ ଦାସ, ଅଞ୍ଜଳି ନାୟକ ଓ ମହାବିଦ୍ୟାଳୟର ଶତାଧିକ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ । ପଚାଶରୁ ଊର୍ଦ୍ଧ୍ୱ ଯୁବଲେଖକ ସ୍ୱରଚିତ କବିତା/କ୍ଷୁଦ୍ରଗଳ୍ପ ପାଠ କରିଥିଲେ । ପରିଶେଷରେ ବାଣିଜ୍ୟ ବିଭାଗମୁଖ୍ୟ ଡକ୍ଟର ଦେବାଶିଷ ପହି ଧନ୍ୟବାଦ ଅର୍ପଣ କରିଥିଲେ ।

  • Related Posts

    ସାହସିକତାର ଏକ ଉଦାହରଣ: କାରେଗୁଟ୍ଟା ଅପରେସନରେ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ସାଗର ବୋରାଡେ ହରାଇଲେ ବାମ ଗୋଡ।

    ମାଲକାନଗିରି:ନିରଞ୍ଜନ ମଲ୍ଲ(କ୍ରୋନିକ ଓଡ଼ିଶା)କାରେଗୁଟ୍ଟା ଅପରେସନ୍ ମଧ୍ୟରେ ଯେତେବେଳେ ଜଣେ ସାଥି ଯବାନ ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଗୁରୁତର ଆହତ ହୋଇଥିଲେ ସେତେବେଳେ ସାଗର ବୋରାଡେ କମାଣ୍ଡାଣ୍ଟଙ୍କ ନିର୍ଦ୍ଦେଶକୁ ଖାତିର ନକରି ଆହତ ଯବାନଙ୍କୁ ସୁରକ୍ଷିତ ସ୍ଥାନକୁ ନେବାକୁ ଚେଷ୍ଟା କରୁଥିବା ସମୟରେ ଆଉ…

    ନକ୍ସଲପନ୍ଥିଙ୍କ ଶ୍ମଶାନ ପାଲଟିଲା କରେଗୁଟ୍ଟା ପାହାଡ – ଯବାନଙ୍କ ଜୋରଦାର ଆକ୍ରମଣ ; ୨୦ ରୁ ଉର୍ଦ୍ଧ୍ୱ ନକ୍ସଲ ନିପାତ।

    ମାଲକାନଗିରି:ନିରଞ୍ଜନ ମଲ୍ଲ(କ୍ରୋନିକ ଓଡ଼ିଶା)ମାଲକାନଗିରି ସୀମାନ୍ତ ଛତିଶଗଡ଼ ରାଜ୍ୟର ବିଜାପୁର ଜିଲ୍ଲା ଏବଂ ତେଲେଙ୍ଗାନା ସୀମାବର୍ତ୍ତି କରେଗୁଟ୍ଟା ପାହାଡ଼ରେ ଚାଲିଥିବା ବୃହତ୍ତର ନକ୍ସଲ ଅପରେସନର ୧୬ତମ ଦିନରେ ସୁରକ୍ଷା ବାହିନୀ ଏପର୍ଯ୍ୟନ୍ତ ସବୁଠାରୁ ବଡ଼ ସଫଳତା ହାସଲ କରିଛି। ବୁଧବାର ସକାଳେ ହୋଇଥିବା…

    Leave a Reply

    Your email address will not be published. Required fields are marked *

    You cannot copy content of this page