
ମାଲକାନଗିରି:ନିରଞ୍ଜନ ମଲ୍ଲ(କ୍ରୋନିକ ଓଡ଼ିଶା) ଆମ ଗାରିମାମୟ ଇତିହାସ ତଥା ସମୃଦ୍ଧ ସଂସ୍କୃତି ଓ ଐତିହ୍ୟ ପରମ୍ପରାର ରାଜ୍ୟ ହେଉଛି ‘ଓଡ଼ିଶା’। ଦେଶର ପ୍ରଥମ ଭାଷାଭିତ୍ତିକ ରାଜ୍ୟ ଭାବେ ଆଜିର ଦିନରେ ‘ଓଡ଼ିଶା’ ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ପାଇଥିଲା। ଏହାକୁ ସଫଳ କରିବା ପଛରେ ରହିଛି ଅନେକ ମହାପୁରୁଷଙ୍କ ବହୁମୂଲ୍ୟ ଅବଦାନ । ଏପ୍ରିଲ ୨୦୨୫ ଦିନ ୮୯ତମ ଓଡିଶା ଦିବସ ପାଳିତ ହେବାକୁ ଯାଉଛି । ଓଡ଼ିଶାର ଅନେକ ବରପୁତ୍ର ମାନଙ୍କ ସଂଘର୍ଷ, ତ୍ୟାଗ ବଳିଦାନ ଫଳରେ ୧୯୩୬ ମସିହା ଏପ୍ରିଲ ୧ ତାରିଖ ଦିନ ଭାଷା ଭିରିରେ ସତନ୍ତ୍ର ଓଡିଶା ପ୍ରଦେଶ ଗଠନ ହୋଇଥିଲା । ଏହି ଦିନଟି ପ୍ରତ୍ୟେକ ଓଡ଼ିଶାବାସୀଙ୍କ ପାଇଁ ଚିର ସ୍ମରଣୀୟ ହୋଇ ରହିବା ସହିତ ଓଡିଶା ଦିବସ ଭାବେ ପାଳିତ ହୋଇ ଆସୁଛି।ଏହି ପରିପ୍ରେକ୍ଷୀରେ, ବିଜୁ ଜନତା ଦଳର ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ, ମାଲକାନଗିରି ଜିଲ୍ଲାର ୨ଟି ନିର୍ବାଚନ ମଣ୍ଡଳୀ ତଥା ଜିଲ୍ଲା ବିଜେଡି କାର୍ଯ୍ୟାଳୟ ଲାଠିଆଗୁଡା ଠାରେ ସକାଳ – ୯ ଘଣ୍ଟିକା ସମୟରେ ବିଜୁ ଜନତା ଦଳ ତରଫରୁ ଓଡିଶା ଦିବସ ପାଳନ କରାଯାଇଛି । ସତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନରେ ଅଗ୍ରଣୀ ଭୂମିକା ନିର୍ବାହ କରିଥିବା ବରପୁତ୍ର ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖ ପ୍ରତିମୂର୍ତି ରେ ମାଲକାନଗିରି ଜିଲ୍ଲା ବିଜୁ ଜନତା ଦଳର ସଭାପତି ତଥା ପୂର୍ବତ୍ତନ ବିଧାୟକ ମାନସ ମାଡକାମୀ ଯୋଗ ଦେଇ ପୁଷ୍ପ ମାଲ୍ୟାର୍ପଣ କରିଛନ୍ତି ଏବଂ ସମସ୍ତ ବରପୁତ୍ର ଙ୍କ ପ୍ରତିମୂର୍ତ୍ତି ରେ ବିଜୁ ଜନତା ଦଳର କର୍ମକାର୍ତ୍ତାଙ୍କମାନେ ମାଲ୍ୟାର୍ପଣ କରିଛନ୍ତି । ଆଜିର କାର୍ଯ୍ୟକ୍ରମ ରେ ଅନ୍ୟ ମାନଙ୍କ ମଧ୍ୟରେ ବିଜୁ ଜନତା ଦଳର ବରିଷ୍ଠ ନେତା ଗୋପାଳ କୃଷ୍ଣ ପଣ୍ଡା ,ଜିଲ୍ଲା ପରିଷଦ ଅଧ୍ୟକ୍ଷା ସମାରି ତଙ୍ଗୁଲ ,ଜିଲ୍ଲା ଓକିଲ ସଂଘ ସଭାପତି ପ୍ରୀତପଲ ସିଂ ,ପୌର ଉପାଧ୍ୟକ୍ଷା କବିତା ମହନ୍ତ ,ବ୍ଲକ ଅଧ୍ୟକ୍ଷା ଗୌରୀ ପଡ଼ିଆମୀଙ୍କ ସହିତ ବିଜୁ ଜନତା ଦଳର ସମସ୍ତ ବରିଷ୍ଠ ନେତୃମଣ୍ଡଳୀ ଓ ସକ୍ରିୟ କର୍ମକର୍ତ୍ତା ଉପସ୍ଥିତ ଥିଲେ।