
ମାଲକାନଗିରି:ନିରଞ୍ଜନ ମଲ୍ଲ(କ୍ରୋନିକ ଓଡ଼ିଶା)ମାଲକାନଗିରି ସୀମାନ୍ତ ଛତିଶଗଡ ରାଜ୍ୟର ଦାନ୍ତେୱାଡା ଏବଂ ବିଜାପୁର ସୀମାରେ ସୁରକ୍ଷା ବାହିନୀ ନକ୍ସଲଙ୍କ ମଧ୍ୟରେ ହୋଇଥିବା ଗୁଳି ବିନିମୟରେ ଜଣେ ମହିଳା ନକ୍ସଲ ନେତ୍ରୀ ରେଣୁକା ଓରଫ ବାନୁଙ୍କ ମୃତ୍ୟୁ ହୋଇଛି। ରେଣୁକା ନକ୍ସଲ ସଂଗଠନର ଜଣେ ବଡ଼ ନେତ୍ରୀ ଥିଲେ। ଛତିଶଗଡର ବିଭିନ୍ନ ମାଓ ପ୍ରବଣ ଅଞ୍ଚଳରେ ନକ୍ସଲ ମାନଙ୍କ ତରଫରୁ ସେ ପ୍ରେସ ବିଜ୍ଞପ୍ତି ଜାରି କରୁଥିଲେ। ସେଥିପାଇଁ ତାଙ୍କୁ ଏ ଅଞ୍ଚଳରୁ ସେ ଅଞ୍ଚଳକୁ ଯିବାକୁ ପଡିଥାଏ।ଆଜି ସେ ଦନ୍ତେୱାଡାରୁ ବିଜାପୁର ଯାଉଥିଲେ ବୋଲି ସୁରକ୍ଷାବାହିନୀକୁ ଗୁଇନ୍ଦା ସୂଚନା ମିଳିଥିଲା। ସୁରକ୍ଷାବାହିନୀ ପକ୍ଷରୁ ଏକ ଅପରେସନ କରାଯାଇ ନକ୍ସଲ ନେତ୍ରୀ ରେଣୁକାକୁ ସଫା କରି ଦେଇଛନ୍ତି।ଯାହାଙ୍କ ମୁଣ୍ଡ ଉପରେ ୨୫ ଲକ୍ଷ ଟଙ୍କା ପୁରସ୍କାର ଥିଲା। ରେଣୁକା ଜଣେ DKSZC- ଦଣ୍ଡକାରଣ୍ୟ ସ୍ୱତନ୍ତ୍ର ଜୋନାଲ କମିଟି ସଦସ୍ୟ ଥିଲେ। ଶବ ନିକଟରୁ ଗୋଟିଏ INSAS ରାଇଫଲ୍ ଏବଂ ଗୁଳି ଜବତ ହୋଇଛି। ସୋମବାର ସକାଳେ, ନକ୍ସଲ ବିରୋଧୀ ଅଭିଯାନରେ ସୁରକ୍ଷା ବାହିନୀର ଏକ ଦଳ ବାହାରିଥିଲେ। ସକାଳ ପ୍ରାୟ ୯ଟା ବେଳେ ଯବାନମାନେ ନକ୍ସଲଙ୍କ ସହ ଗୁଳି ବିନିମୟ ହୋଇଥିଲା। ବହୁତ ସମୟ ଧରି ଉଭୟ ପାର୍ଶ୍ୱରୁ ଗୁଳି ବିନିମୟ ଜାରି ରହିଥିଲା।ଦେଖନ୍ତୁ କିପରି ଦନ୍ତେଓ୍ବାଡା ଏସପି ଗୌରବ ରାୟ ଅପରେସନ ଶେଷ କରି ଫେରୁଥିବା ଯବାନଙ୍କ ସହିତ ହାତ ମିଳାଇବା ଚିତ୍ର କହୁଛି ଯେ ଏହି ଅପରେସନରେ କେତେ ବଡ଼ ସଫଳତା ମିଳିଛି। ସୁରକ୍ଷାବାହିନକୁ ଜିରୋ କାଜୁଲିଟିଜରେ ମିଳିଛି ଏହି ସଫଳତା।
ସୂଚନାଯୋଗ୍ୟ ଯେ ମାର୍ଚ୍ଚ ୨୫ ତାରିଖରେ, ସୁରକ୍ଷା ବାହିନୀ ତିନି ଜଣ ନକ୍ସଲଙ୍କୁ ହତ୍ୟା କରିଥିଲେ। ଯେଉଁଥିରେ ୨୫ ଲକ୍ଷ ଟଙ୍କା ପୁରସ୍କାର ଘୋଷିତ ନକ୍ସଲ ଲିଡର ସୁଧୀର ଓରଫ ସୁଧାକର ମଧ୍ୟ ସାମିଲ ଥିଲେ। ବସ୍ତର ରେଞ୍ଜରେ, ଯବାନ ମାନେ ଚଳିତ ବର୍ଷ ଏପର୍ଯ୍ୟନ୍ତ ନିହତ ୧୧୯ ଜଣ ନକ୍ସଲଙ୍କ ମୃତଦେହ ଉଦ୍ଧାର କରିଛନ୍ତି।ସୁରକ୍ଷାବାହିନୀ ଦୁଇ ଦିନ ପୂର୍ବରୁ ସୁକମାରେ ୧୭ ଜଣ ନକ୍ସଲଙ୍କୁ ନିପାତ କରିଥିଲେ।ମୃତ ନକ୍ସଲଙ୍କ ମଧ୍ୟରେ ନକ୍ସଲ ସଂଗଠନର SZCM- ସ୍ୱତନ୍ତ୍ର ଜୋନାଲ କମିଟି ସଦସ୍ୟ ଜଗଦୀଶ ଓରଫ ବୁଧ୍ରା ମଧ୍ୟ ଥିଲେ। ବୁଧ୍ରା ଉପରେ 25 ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରାଯାଇଥିଲା। ସେ ଦରଭା ଘାଟିର ଝିରମ୍ ନକ୍ସଲ ଆକ୍ରମଣ ଘଟଣାରେ ଜଡିତ ଥିଲେ। ୨୦୧୩ ମସିହାରେ ଘଟିଥିବା ଏହି ଘଟଣାରେ କଂଗ୍ରେସ ନେତା ମହେନ୍ଦ୍ର କର୍ମାଙ୍କ ସମେତ ଅନେକ ବଡ଼ କଂଗ୍ରେସ ନେତାଙ୍କ ମୃତ୍ୟୁ ହୋଇଥିଲା।