
ମାଲକାନଗିରି:ନିରଞ୍ଜନ ମଲ୍ଲ(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ରାଜ୍ୟ ସୁକୁମା ଜିଲ୍ଲାରେ ଗତକାଲି ହୋଇଥିବା ବଡ ଧରଣର ଏନକାଣ୍ଟର ରେ ଟପ୍ ମାଓନେତା ଜଗଦୀଶ ଙ୍କ ସହ ୧୭ ଜଣ ମାଓବାଦୀ ପ୍ରାଣ ହରାଇଛନ୍ତି । ଦୁଇ ଶହରୁ ଅଧିକ ସୁରକ୍ଷା କର୍ମୀ ୫୦ରୁ ଅଧିକ ମାଓବାଦୀଙ୍କୁ କେମିତି ଘେରି ରହିଥିଲେ ତାହାର ଭିଡିଓ ସାମନାକୁ ଆସିଛି । ଟିକିଏ ଭଲ ଭାବେ ଦେଖନ୍ତୁ ଏହି ଦୃଶ୍ୟ ଜଣେ ଜବାନ ନିଜ ବନ୍ଧୁକ ତଳେ ରଖି ସାଥି ଜବାନଙ୍କ ଭିଡିଓ ଉଠାଇଛନ୍ତି । ନକ୍ସଲ ପନ୍ଥିଙ୍କ ଗୁଳିର ଜବାବ ଦେଉଛନ୍ତି ସୁରକ୍ଷା କର୍ମୀ । ଗଛ ଓ ପଥର ପାଖରେ ଆଡ ନେଇ ନକ୍ସଲ ପନ୍ଥିଙ୍କ ଉପରେ ଗୁଳି ବର୍ଷନ କରୁଛନ୍ତି ସୁରକ୍ଷା କର୍ମୀ।ମାଓ ଦମନ ଅଭିଯାନ ପ୍ରଭାବରେ ଏପର୍ଯ୍ୟନ୍ତ ୨୨୧ ଜଣ ଇନାମୀ ମାଓବାଦୀଙ୍କ ସମେତ ମୋଟ ୯୨୭ ଜଣ ହାର୍ଡକୋର ନକ୍ସଲ ଆତ୍ମସମର୍ପଣ କରିଛନ୍ତି। ମାଓବାଦୀଙ୍କ ଆଭ୍ୟନ୍ତରୀଣ ମତଭେଦ, ଜଙ୍ଗଲ ପାହାଡରେ ବଞ୍ଚିବାରେ ଅସୁବିଧା ଏବଂ ଏହା ସହିତ ପୁଲିସ ଓ ସୁରକ୍ଷାବାହିନୀର ବଢୁଥିବା ଚାପ ତଥା ସ୍ଥାନୀୟ ଆଦିବାସୀ ମାନଙ୍କ ଉପରେ ଅତ୍ୟାଚାର ଯୋଗୁଁ ମାଓବାଦୀ ସଙ୍ଗଠନରୁ ବିମୁଖ ହୋଇ ସଂଗଠନର ହାତ ଛାଡୁଛନ୍ତି ମାଓବାଦୀ।ଏହା ଆଗାମୀ ଦିନରେ ନିଶ୍ଚିତ ଭାବେ ଯବାନଙ୍କ ମନୋବଳ ବଢାଇବାରେ ସହାୟକ ହେବ ବୋଲି କୁହାଯାଉଛି।