
ମାଲକାନଗିରି:ନିରଞ୍ଜନ ମଲ୍ଲ(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଅନ୍ତର୍ଗତ ମେକା ପଞ୍ଚାୟତର ଅନୁସୂଚିତ ଜାତି ଓ ଜନଜାତି ଆଶ୍ରମ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଶ୍ୟାମସୁନ୍ଦର ବାରିକଙ୍କ ଅଧ୍ୟକ୍ଷତାରେ ଚତୁର୍ଥ ବାର୍ଷିକ ଉତ୍ସବ ମହା ସମାରୋହରେ ଉତ୍ସାହ ଏବଂ ଉଦ୍ଦୀପନାର ସହ ବିଦ୍ୟାଳୟ ପରିସରରେ ପାଳିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରଞ୍ଜିତା ପୂଜାରୀ (ସରପଞ୍ଚ, ମେକା) ଛାତ୍ରଛାତ୍ରୀ ମାନେ ଆଗାମୀ ଦିନର ଭବିଷ୍ୟତ ଏଣୁ ସେମାନେ ସଠିକ ପରିବେଶ ଏବଂ ଉଚ୍ଚ ଶିକ୍ଷା ପାଇପାରିଲେ। ବିଭିନ୍ନ ଆମ ଜିଲ୍ଲା ଏବଂ ଆମ ଗ୍ରାମର ଅଗ୍ରଗତିରେ ସହାୟକ ହେବେ। ଏହିଭଳି ବିଦ୍ୟାଳୟର ସୁନ୍ଦର ପରିବେଶ ତଥା ବିଭିନ୍ନ ସାମାଜିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମମାନ ଆୟୋଜନ କରାଯିବା ଦ୍ୱାରା ଛାତ୍ରଛାତ୍ରୀମାନେ ଉତ୍ସାହ ଓ ନୂଆ ଅବସର ପାଇପାରିବେ। ଛାତ୍ରଛାତ୍ରୀ ମାନଙ୍କ ବୌଦ୍ଧିକ ଏବଂ ଶୈକ୍ଷିକ ଜ୍ଞାନର ଯଥେଷ୍ଟ ବୃଦ୍ଧି ହେବ ଶ୍ରୀମତି ପୂଜାରୀ କହିଥିଲେ।ଏହା ବ୍ୟତୀତ ସମ୍ମାନିତ ଅତିଥିମାନଙ୍କ ମଧ୍ୟରେ ସମାଜସେବୀ ସଦାଶିବ ପୂଜାରୀ , ସଭାପତି ଭୀମସେନ ପୂଜାରୀ, ମେକା ସମିତି ସଭ୍ୟ ମୁକ୍ତା ପୂଜାରୀ, ନାଏବ ସରପଞ୍ଚ ପଦ୍ମିନୀ ଦାସା, ଶିକ୍ଷକ କବିରାଜ ପ୍ରଧାନ , ବିଜୟ ପାତ୍ର, କାଶୀ ବିଶ୍ଵନାଥ ସୁନାମୁଦି, ମୋହନ ପାଙ୍ଗି, କ୍ଷୀରୋଦ ମହାନ୍ତି, ପ୍ରସନ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।ବାର୍ଷିକ ଉତ୍ସବ କେବଳ ମନୋରଞ୍ଜନ ପାଇଁ ଉଦ୍ଦିଷ୍ଟ ନୁହେଁ।ଏହା ମାଧ୍ୟମରେ ଛାତ୍ରଛାତ୍ରୀ ମାନଙ୍କୁ ସମାଜର ପ୍ରଥା ପରମ୍ପରା ଏବଂ ଐତିହ୍ୟ ସମ୍ପର୍କରେ ଧାରଣା ସୃଷ୍ଟି କରିବା।ଏହି ଅବସରରେ ସ୍ଥାନୀୟ ନେତା, ଶିକ୍ଷକ ଏବଂ ସମାଜସେବୀ ମାନେ ବିଦ୍ୟାଳୟର ଉନ୍ନତି ଏବଂ ଛାତ୍ରଛାତ୍ରୀ ମାନେ କିପରି ନିଜର ଉଜ୍ଜ୍ବଳ ଭବିଷ୍ୟତ ଗଢି ପାରିବେ ସେ ସମ୍ପର୍କରେ ସୁଚିନ୍ତିତ ପରାମର୍ଶ ଦେଇଥିଲେ।ଏହି ବାର୍ଷିକ ଉତ୍ସବର ମୂଖ୍ୟ ଉଦ୍ଦେଶ୍ୟ ହେଉଛି ଶିକ୍ଷା ଏବଂ ଅଗ୍ରଗତି ଦିଗରେ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିବା।ଏହାପରେ ବିଦ୍ୟାଳୟ ପକ୍ଷରୁ ଅତିଥିମାନଙ୍କୁ ସମ୍ମାନିତ କରାଯାଇଥିଲା।ପରିଶେଷରେ ମେକା ବିଦ୍ୟାଳୟର କୁନି କୁନି ଛାତ୍ରଛାତ୍ରୀମାନଙ୍କ ଦ୍ବାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଉତ୍ସବକୁ ଆହୁରି ଜୀବନ୍ତ କରିବା ସହ ଉପସ୍ଥିତ ଅତିଥି ଏବଂ ଶତାଧିକ ଛାତ୍ରଛାତ୍ରୀ ମାନଙ୍କ ହୃଦୟ ଜିଣି ପାରିଥିଲେ।