ଜିଆ ଖତ ଅମଳ ତାଲିମ ଶିବିର ଅନୁଷ୍ଠିତ।

କାଲିମେଳା(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଳା କାଲିମେଳା ବନାଞ୍ଚଳ ସଭାକକ୍ଷ ଠାରେ କାଲିମେଲା ଓ ମୋଟୁ ବନାଞ୍ଚଳ ର ବନ ସୁରକ୍ଷା ସମିତି ସଭ୍ୟଙ୍କୁ ନେଇ ଜିଆଖତ ଚାଷ ଓ ଏହାର ଲାଭକୁ ନେଇ ଏକ ତାଲିମ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଭୁବନେଶ୍ୱର ରୁ ଆସିଥିବା ଗ୍ରାମୀଣ ଉପ୍ତାଦନ ବ୍ୟବସାୟିକ ସଂସ୍ଥାର ନିର୍ଦେଶକ ଶ୍ରୀ ପ୍ରଫୁଲ୍ଲ ବିଷୋୟୀ ଙ୍କ ତତ୍ୱାବଧାନରେ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ରେ କିଭଳି ମାତ୍ର ୪ ହଜାର ଟଙ୍କା ଜିଆଖତ ରେ ବିନିଯୋଗ କରି ବାର୍ଷିକ ୪୦ ହଜାର ଟଙ୍କା ସ୍ୱୟଂ ସହାୟକ ଗୋଷ୍ଠୀ ର ମହିଳା ମାନେ ରୋଜଗାର କରି ଆତ୍ମନିର୍ଭରଶୀଳ ହୋଇପାରିବେ ସେ ବିଷୟରେ ପ୍ରଶିକ୍ଷଣ ଦେଇଥିଲେ । ଏହାସହ ଆବର୍ଜନା ଓ ଗୋବର ରୁ ଜିଆଖତ ପ୍ରସ୍ତୁତି ପ୍ରଣାଳୀ ବାବଦରେ କହିବା ଏବଂ ଜିଆଖତ ଗୁଡିକ କିପରି ଜମିର ଉର୍ବରତା ବଢ଼ିବାରେ ସହାୟକ ହୋଇପାରିବ ସେ ବିଷୟରେ ପ୍ରଶିକ୍ଷଣ ଦେଇଥିଲେ । ଅନ୍ୟ ପକ୍ଷରେ ରାସାୟନିକ ସାର ବ୍ୟବହାରକୁ ପରିଣାମ ଓ ଏହା ଦ୍ବାରା ଶରୀର ରେ ହେଉଥିବା ବିଭିନ୍ନ ରୋଗ ଓ ସଂକ୍ରମଣ ବାବଦରେ ବୁଝାଇଥିଲେ । ଶେଷରେ ଜିଆଖତ ଅମଳ ପରେ ସେଗୁଡ଼ିକ ଏଜେନ୍ସି ମାଧ୍ୟମରେ ବିକ୍ରି କରିବା ପାଇଁ ସୁବିଧା ସମ୍ପର୍କରେ ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟଙ୍କୁ ଅବଗତ କରାଇଥିଲେ । ଏଵଂ ଏହି ପ୍ରଶିକ୍ଷଣରେ ଯୋଗଦେଇଥିବା ୪୦ ରୁ ଉର୍ଦ୍ଧ୍ବ ସ୍ୱୟଂ ସହାୟକ ଗୋଷ୍ଠୀ ସଭ୍ୟଙ୍କୁ ଜିଆଖତ ପ୍ରସ୍ତୁତି ପାଇଁ ଆବଶ୍ୟକ କିଟବ୍ୟାଗ ବଣ୍ଟନ କରାଯାଇଥିଲା । ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ କୁ କାଲିମେଲା ବନପାଳ ମୃତୁଞ୍ଜୟ ସେଠି ପରିଚାଳନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ କାଲିମେଳା ଓ ମୋଟୁ ବନାଞ୍ଚଳର ବହୁ ବନପାଳ ଓ ବନରଖି ଉପସ୍ଥିତ ରହିଥିବା ବେଳେ ସହଯୋଗୀ ଏନଜିଓ ସୃଷ୍ଟି ର କର୍ମକର୍ତା ଟିମ ଲିଡ଼ର ବି ଶ୍ରୀନିବାସ ପାତ୍ର ,ମୋଟୁ ଟିମ ଲିଡ଼ର ଅଭିମନ୍ୟୁ ନାୟକ, ଡିଇଓ ସୁବ୍ରତ ସ୍ୱାଇଁ,ଏନ ରବି କୁମାର ଓ ପଲାସ ବିଶ୍ଵାସ ଉପସ୍ଥିତ ରହିଥିଲେ।

  • Related Posts

    ସାହସିକତାର ଏକ ଉଦାହରଣ: କାରେଗୁଟ୍ଟା ଅପରେସନରେ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ସାଗର ବୋରାଡେ ହରାଇଲେ ବାମ ଗୋଡ।

    ମାଲକାନଗିରି:ନିରଞ୍ଜନ ମଲ୍ଲ(କ୍ରୋନିକ ଓଡ଼ିଶା)କାରେଗୁଟ୍ଟା ଅପରେସନ୍ ମଧ୍ୟରେ ଯେତେବେଳେ ଜଣେ ସାଥି ଯବାନ ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଗୁରୁତର ଆହତ ହୋଇଥିଲେ ସେତେବେଳେ ସାଗର ବୋରାଡେ କମାଣ୍ଡାଣ୍ଟଙ୍କ ନିର୍ଦ୍ଦେଶକୁ ଖାତିର ନକରି ଆହତ ଯବାନଙ୍କୁ ସୁରକ୍ଷିତ ସ୍ଥାନକୁ ନେବାକୁ ଚେଷ୍ଟା କରୁଥିବା ସମୟରେ ଆଉ…

    ନକ୍ସଲପନ୍ଥିଙ୍କ ଶ୍ମଶାନ ପାଲଟିଲା କରେଗୁଟ୍ଟା ପାହାଡ – ଯବାନଙ୍କ ଜୋରଦାର ଆକ୍ରମଣ ; ୨୦ ରୁ ଉର୍ଦ୍ଧ୍ୱ ନକ୍ସଲ ନିପାତ।

    ମାଲକାନଗିରି:ନିରଞ୍ଜନ ମଲ୍ଲ(କ୍ରୋନିକ ଓଡ଼ିଶା)ମାଲକାନଗିରି ସୀମାନ୍ତ ଛତିଶଗଡ଼ ରାଜ୍ୟର ବିଜାପୁର ଜିଲ୍ଲା ଏବଂ ତେଲେଙ୍ଗାନା ସୀମାବର୍ତ୍ତି କରେଗୁଟ୍ଟା ପାହାଡ଼ରେ ଚାଲିଥିବା ବୃହତ୍ତର ନକ୍ସଲ ଅପରେସନର ୧୬ତମ ଦିନରେ ସୁରକ୍ଷା ବାହିନୀ ଏପର୍ଯ୍ୟନ୍ତ ସବୁଠାରୁ ବଡ଼ ସଫଳତା ହାସଲ କରିଛି। ବୁଧବାର ସକାଳେ ହୋଇଥିବା…

    Leave a Reply

    Your email address will not be published. Required fields are marked *

    You cannot copy content of this page