କୋରୁକୋଣ୍ଡାରେ ଅନୁଷ୍ଠିତ ହେଲା ବ୍ଲକ ସ୍ତରୀୟ ଜନଶୁଣାଣିରେ ମୋଟ ୪୮ ଶୁଣାଣି।

ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ସଦରଠାରେ ଆଜି ବ୍ଲକ ସ୍ତରୀୟ ଜନଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଏହି ଜନଶୁଣାଣିରେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ବିଭାଗ ବେଦବର ପ୍ରଧାନ,ଉପ ଜିଲ୍ଲାପାଳ ଦୁର୍ଯ୍ୟୋଧନ ଭୋଇ,ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଡକ୍ଟର ନାରାୟଣ ରଥ,କୋରୁକୋଣ୍ଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅମୂଲ୍ୟ କୁମାର ସାହୁ ,କୋରୁକୋଣ୍ଡା ପଞ୍ଚାୟତ ସମିତି ଅଧ୍ୟକ୍ଷ ଜିତୁ ବୁରୁଡି ପ୍ରମୁଖଙ୍କ ଉପସ୍ଥିତରେ ବ୍ଲକ ଅଧୀନରେ ଥିବା ମୋଟ ବାରଗୋଟି ଗ୍ରାମପଞ୍ଚାୟତର ବିଭିନ୍ନ ଦାବିନେଇ ଅଞ୍ଚଳବାସୀ ଏହି ଅଭିଯୋଗ ପ୍ରକୋଷ୍ଠରେ ପହଁଞ୍ଚି ଦରଖାସ୍ତ ପ୍ରଦାନ କରିଥିଲେ। ମୋଟ ୪୮ଗୋଟି ଅଭିଯୋଗ ଆସିଥିବା ବେଳେ କୋରୁକୋଣ୍ଡା ସଦର ତାରିଣୀ ମନ୍ଦିର ନିକଟ ପାହାଡ ତଳେ ଥିବା ବହୁ ପୁରାତନ ଏମଆଇପି ବନ୍ଧ ଯାହାକି ଦୀର୍ଘ ଦିନ ହେଲାଣି ଭାଙ୍ଗି ରୁଜି ପଡିରହିଛି ।ଏଣୁ ଉକ୍ତ ଅଞ୍ଚଳରେ ରହି ଚାଷ କରୁଥିବା ଚାଷୀମାନେ ନାହିଁ ନଥିବା ଅସୁବିଧାର ସମୁଖୀନ ହେଉଛନ୍ତି । ଏଣୁ ଏହି ବ୍ଲକରେ ପୂର୍ବରୁ ହୋଇଥିବା ଜନଶୁଣାଣି ପ୍ରକୋଷ୍ଠରେ ହାଜର ହୋଇ ଏନେଇ ବହୁବାର ଅଭିଯୋଗ କରିଥିଲେ ମଧ୍ୟ ବର୍ତ୍ତମାନ ସୁଧା ଉକ୍ତ ବନ୍ଧର ମରାମତି ହୋଇପାରି ନାହିଁ । ଯଦି ସେହି ଏମଆଇପି ବନ୍ଧ ମରାମତି ହୋଇ ପାରିଥାନ୍ତା ତେବେ ଚାଷୀ ଗ୍ରୀଷ୍ମ ଋତୁରେ ଚାଷକାରୀ ନିଜର ପରିବାର ଗୁଜୁରାଣ କରିପାରିଥାନ୍ତେ ବୋଲି କୋରୁକୋଣ୍ଡା ସଦର ଚାଷୀମାନେ କହିଛନ୍ତି । ସେହିପରି ନୀଳାକାମ୍ବେରୁ ଗ୍ରାମ ପଞ୍ଚାୟତ ଜନୈକ ମହିଳା ଜଣକ ଅଭିଯୋଗ କରିଛନ୍ତିକି, ଗ୍ରାମ ପାଞ୍ଚାୟତ ଅଧୀନ ବାଲିମେଳା କଲେଜ ପରିସରରେ ଥିବା ଦୋକାନ ଗୃହ ଭଡାରେ ନେବାକୁ ଇଛୁକ ବ୍ୟକ୍ତି ମାନେ ଆବେଦନ କରିବା ନିମନ୍ତେ ଗତ ବର୍ଷ ତା-୨୧.୧୦.୨୦୨୪ରିଖ ଦିନ ପଞ୍ଚାୟତ ତରଫରୁ ନିର୍ଦ୍ଧେଶ ନାମା ଜାରୀ କରାଯାଇଥିଲା । ମିଳିଥିବା ତଥ୍ୟ ମୁତାବକ ଉକ୍ତ ମହିଳା ଜଣକ ନିଲାମି ପ୍ରକ୍ରିୟାରେ ଅଂଶଗ୍ରହଣ କରିବା ନିମନ୍ତେ ଆବେଦ ମଧ୍ୟ କରିଥିଲେ । କିନ୍ତୁ ନିଲାମି ପ୍ରକ୍ରିୟାରେ ଅନ୍ୟ କୌଣସି ବ୍ୟକ୍ତି ଭାଗ ନେବା ପାଇଁ ଆବେଦନ କରିନଥିବାରୁ ପାଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ମୋ ନାମ ଘୋଷଣା କରିବା ସହିତ ଦୋକାନ ଗୃହ ଅଧିକୃତ ବାବଦକୁ ମୋଟ ୧୨ ହଜାର ଟଙ୍କା ପୈଠ କରିବାପରେ ଅଧିକାରୀ ମୋ ନାମରେ ରସିଦ କାଟି ମୋତେ ହସ୍ତାନ୍ତର କରିଥିବା କଥା ମହିଳା ଜଣକ ଉକ୍ତ ଅଭିଯୋଗ ପତ୍ରରେ ଦର୍ଶାଇଛନ୍ତି ।ବିଭିନ୍ନ ସ୍ଥାନରୁ ଧାର କରଜ କରି ଟଙ୍କା ଆଣିଥିବା ବେଳେ ବର୍ତ୍ତମାନ ସେହି ଦୋକାନ ଗୃହର ଏଗ୍ରୀମେଣ୍ଟ କରିବା ନିମନ୍ତେ ପଞ୍ଚାୟତ ସରପଞ୍ଚଙ୍କ ନିକଟକୁ ବାରମ୍ବାର ଯାଇଥିଲେ ମଧ୍ୟ ସେ ଏଗ୍ରୀମେଣ୍ଟ ନକରି ଅନ୍ୟ ଜଣେ ସ୍ଥାନୀୟ ଲୋକଙ୍କୁ ଭେଟି ତାଙ୍କ ସହିତ କଥା ବାର୍ତ୍ତା କର ତା’ପରେ ଯାଇ ତୁମ ଦୋକାନ ଗୃହର ଏଗ୍ରୀମେଣ୍ଟ କରିବି ବୋଲି ସରପଞ୍ଚ କହିଛନ୍ତି ବୋଲି ମହିଳା ଜଣକ ଆଜି ଅଧିକାରୀ ମାନଙ୍କୁ ପ୍ରଦାନ କରିଥିବା ଅଭୋଯୋଗ ପତ୍ରରେ ଉଲ୍ଲେଖ କରିଛନ୍ତି । ଏଣୁ ଉକ୍ତ ଦୋକାନ ଗୃହକୁ ଖୁବ ଶୀଘ୍ର ମୋତେ ହସ୍ତାନ୍ତର କଲେ ମୁଁ ମୋ ପରିବାର ପ୍ରତି ପୋଷଣ କରିପାରିବି ବୋଲି ଉପସ୍ଥିତ ଅଧିକାରୀଙ୍କୁ ସାକ୍ଷାତ କରି କୋହଭରା କଣ୍ଠରେ ଆନୁରୋଧ କରି କହିଥିଲେ। ତେବେ ଏହି ଘଟଣାର ଉପଯୁକ୍ତ ତଦନ୍ତ କରି ଉକ୍ତ ସରପଞ୍ଚଙ୍କ ବିରୁଦ୍ଧରେ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମହିଳା ଜଣକ ଦାବୀ କରିଥିବା ଉକ୍ତ ଦରଖାସ୍ତରେ ଉଲ୍ଲେଖ ରହିଛି। ଏହି ଜନ ଶୁଣାଣିରେ ପାଞ୍ଚାୟତ ସମିତି ଅଧୀନରେ ଥିବା ସମସ୍ତ ବିଭାଗର ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ରହିଥିଲେ ।

  • Related Posts

    ସାହସିକତାର ଏକ ଉଦାହରଣ: କାରେଗୁଟ୍ଟା ଅପରେସନରେ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ସାଗର ବୋରାଡେ ହରାଇଲେ ବାମ ଗୋଡ।

    ମାଲକାନଗିରି:ନିରଞ୍ଜନ ମଲ୍ଲ(କ୍ରୋନିକ ଓଡ଼ିଶା)କାରେଗୁଟ୍ଟା ଅପରେସନ୍ ମଧ୍ୟରେ ଯେତେବେଳେ ଜଣେ ସାଥି ଯବାନ ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଗୁରୁତର ଆହତ ହୋଇଥିଲେ ସେତେବେଳେ ସାଗର ବୋରାଡେ କମାଣ୍ଡାଣ୍ଟଙ୍କ ନିର୍ଦ୍ଦେଶକୁ ଖାତିର ନକରି ଆହତ ଯବାନଙ୍କୁ ସୁରକ୍ଷିତ ସ୍ଥାନକୁ ନେବାକୁ ଚେଷ୍ଟା କରୁଥିବା ସମୟରେ ଆଉ…

    ନକ୍ସଲପନ୍ଥିଙ୍କ ଶ୍ମଶାନ ପାଲଟିଲା କରେଗୁଟ୍ଟା ପାହାଡ – ଯବାନଙ୍କ ଜୋରଦାର ଆକ୍ରମଣ ; ୨୦ ରୁ ଉର୍ଦ୍ଧ୍ୱ ନକ୍ସଲ ନିପାତ।

    ମାଲକାନଗିରି:ନିରଞ୍ଜନ ମଲ୍ଲ(କ୍ରୋନିକ ଓଡ଼ିଶା)ମାଲକାନଗିରି ସୀମାନ୍ତ ଛତିଶଗଡ଼ ରାଜ୍ୟର ବିଜାପୁର ଜିଲ୍ଲା ଏବଂ ତେଲେଙ୍ଗାନା ସୀମାବର୍ତ୍ତି କରେଗୁଟ୍ଟା ପାହାଡ଼ରେ ଚାଲିଥିବା ବୃହତ୍ତର ନକ୍ସଲ ଅପରେସନର ୧୬ତମ ଦିନରେ ସୁରକ୍ଷା ବାହିନୀ ଏପର୍ଯ୍ୟନ୍ତ ସବୁଠାରୁ ବଡ଼ ସଫଳତା ହାସଲ କରିଛି। ବୁଧବାର ସକାଳେ ହୋଇଥିବା…

    Leave a Reply

    Your email address will not be published. Required fields are marked *

    You cannot copy content of this page