ଏକ ଦିବସୀୟ ପଦାର୍ଥ ବିଜ୍ଞାନ ଆଲୋଚନା ଚକ୍ର ଆୟୋଜିତ।

ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା ଆଦର୍ଶ ସ୍ନାତକ ମହାବିଦ୍ୟାଳୟରେ ପଦାର୍ଥ ବିଜ୍ଞାନ ବିଭାଗରେ ଏକ ଦିବସୀୟ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ଅଧ୍ୟକ୍ଷ ଡକ୍ଟର ଆଲୋକ କୁମାର ପାତ୍ରଙ୍କ ସଭାପତିତ୍ଵରେ ଆୟୋଜିତ ଏହି ଆଲୋଚନା ଚକ୍ରରେ ପାରେଳାଖେମୁଣ୍ଡିର ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ଵୟଂଶାସିତ ମହାବିଦ୍ୟାଳୟ ପଦାର୍ଥ ବିଜ୍ଞାନ ବିଭାଗର ସହକାରୀ ପ୍ରାଧ୍ୟାପକ ଡକ୍ଟର ଦିଲୀପ କୁମାର ନନ୍ଦୀ ମୁଖ୍ୟବକ୍ତା ଭାବରେ ଯୋଗଦେଇ ” ଦି ରୋଲ୍ ଅଫ୍ ଅଟୋମିକ୍ କ୍ଲକ୍ ‘ ଫ୍ରମ୍ ଫଣ୍ଡାମେଣ୍ଟାଲ୍ ଫିଜିକ୍ସ ଟୁ ଟେକ୍ନୋଲୋଜି “ଶୀର୍ଷକ ପ୍ରସଙ୍ଗରେ ସୁନ୍ଦର ଓ ସାରଗର୍ଭକ ବକ୍ତବ୍ୟ ପ୍ରଦାନ କରିଥିଲେ। ପଦାର୍ଥ ବିଜ୍ଞାନ ବିଭାଗର ମୁଖ୍ୟ ଡକ୍ଟର ହିମାଂଶୁ ଶେଖର ସାହୁ ଏହି ପାଠଚକ୍ରର ଆୟୋଜନ କରିବା ସହ ଅତିଥି ପରିଚୟ ପ୍ରଦାନ କରିଥିଲେ। ବିଭାଗର ପାଞ୍ଚ ଜଣ ଛାତ୍ର ସ୍ଵରଚିତ ପ୍ରବନ୍ଧମାନ ପାଠ କରିଥିଲା ବେଳେ ଅନ୍ୟ ଛାତ୍ରଛାତ୍ରୀ ନାନା ପ୍ରଶ୍ନ ପଚାରି ବିଷୟ ସମ୍ବନ୍ଧୀୟ ନିଜର ଦ୍ୱନ୍ଦ୍ୱ ଦୂର କରିଥିଲେ। ମହାବିଦ୍ୟାଳୟ ଅନ୍ୟ ବିଭାଗର ପ୍ରାଧ୍ୟାପକ, ଅଧ୍ୟାପକ ଅଧ୍ୟାପିକାମାନଙ୍କ ସମେତ ବିଭାଗର ସମସ୍ତ ଛାତ୍ରଛାତ୍ରୀ ଏହି ଆଲୋଚନା ଚକ୍ରରେ ଅଂଶଗ୍ରହଣ କରିଥିଲେ। ପରିଶେଷରେ ବିଭାଗର ଅଧ୍ୟାପିକା ଜୟନ୍ତୀ ମାଡକାମୀ ଧନ୍ୟବାଦ ଅର୍ପଣ କରିଥିଲେ।

  • Related Posts

    ଜିଲ୍ଲା ରେଡକ୍ରସ ସୋସାଇଟି ପକ୍ଷରୁ ରକ୍ତଦାନ ଶିବିର।

    ମାଲକାନଗିରି(କ୍ରୋନିକ ଓଡ଼ିଶା)ରକ୍ତ ଦାନ ଏକ ମହତ ଦାନ। ରକ୍ତ ଅଭାବ କାରଣରୁ ଚିକିତ୍ସାଧିନ ଅବସ୍ଥାରେ ଅନେକ ଲୋକଙ୍କ ଜୀବନ ଚାଲି ଯାଇଥାଏ। ରକ୍ତ ଦାନ କରିବା ଦ୍ୱାରା ଅନେକ ଲୋକଙ୍କ ଜୀବନ ବଞ୍ଚି ପାରିବ । ଏସବୁକୁ ଦୃଷ୍ଟିରେ ରଖି ମାଲକାନଗିରି…

    ପ୍ରବାସୀ ଭାରତୀୟ ଦିବସ ପାଳିତ।

    ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସରକାରୀ ସ୍ନାତକ ମହାବିଦ୍ୟାଳୟରେ ୧୮ତମ ପ୍ରବାସୀ ଭାରତୀୟ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଅଧ୍ୟକ୍ଷ ଡକ୍ଟର ଚିନ୍ମୟ କୁମାର ବେହେରାଙ୍କ ସମେତ ଅନ୍ୟ ଅଧ୍ୟାପକ ଅଧ୍ୟାପିକା ଏବଂ ଛାତ୍ରଛାତ୍ରୀମାନେ ଏକ ଜନ ଜାଗରଣ ପଦଯାତ୍ରା…

    Leave a Reply

    Your email address will not be published. Required fields are marked *

    You cannot copy content of this page