ବଣ୍ଡା ରମଣୀ ବେଶଭୂଷାରେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା : ଆବାସ ପାଇଁ ବଣ୍ଡାଙ୍କୁ ୫୦ ହଜାର ଅଧିକ ଅନୁଦାନ।

ମାଲକାନଗିରି(କ୍ରୋନିକ ଓଡ଼ିଶା) ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ଅନ୍ତର୍ଗତ ମୁଦୁଲିପଡା , ବଡଡୁରାଲ , ଅଣ୍ଡରାହାଲ , ମାଡକାପଦର ଭଳି ସମୁଦ୍ର ପତନ ଠାରୁ ୫ ଫୁଟ ଉଚ୍ଚରେ ଅବସ୍ଥିତ ଦୁର୍ଗମ ବଣ୍ଡା ଅଞ୍ଚଳରେ ବସୁନ୍ଧରା ଯୋଜନା ମାଧ୍ୟମରେ ପ୍ରତ୍ୟେକ ଭୂମିହୀନ ପରିବାରକୁ ଘରବାଡ଼ି ପଟ୍ଟା ଓ ଗୋଷ୍ଠୀଗତ ଜଙ୍ଗଲ ଜମି ପଟ୍ଟା ବଣ୍ଟନ ସହ ବଣ୍ଡା ଜନଜାତିଙ୍କ ଜୀବନଶୈଳୀରେ ପରିବର୍ତ୍ତନ ସ୍ଥିତିକୁ ପରଖି ଦେଖିଥିଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। ଏକ ବିରାଟ ଶୋଭାଯାତ୍ରାରେ ବଣ୍ଡା ମହିଳାମାନେ ପାରମ୍ପରିକ ବେଶଭୂଷା ପରିଧାନ କରି ବଣ୍ଡାନୃତ୍ୟ ର ତାଳେତାଳେ ଉପ ମୁଖ୍ୟମନ୍ତ୍ରୀଙ୍କୁ ମଞ୍ଚ ପର୍ଯ୍ୟନ୍ତ ପାଛୋଟି ନେଇଥିଲ।ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କୁ ମଧ୍ୟ ବଣ୍ଡା ଜନଜାତିର ପାରମ୍ପରିକ ବେଶଭୂଷାରେ ସଜାଇ ଦେଇଥିଲେ।ଏହା ପରେ ଏକ ସ୍ଵତନ୍ତ୍ର କୋଠରୀରେ ବଣ୍ଡା ମହିଳାଙ୍କ ସହ ସେମାନଙ୍କ ସମସ୍ୟା ବୁଝିଥିଲେ। ବଣ୍ଡାଘାଟିର ପ୍ରତି ଗାଁକୁ ଗମନାଗମନ ପାଇଁ ରାସ୍ତା , ମୋବାଇଲ ଟାୱାର , ବିଶୁଦ୍ଧ ପାନୀୟ ଜଳ , ସ୍ବାସ୍ଥ୍ୟସେବାର ବିକାଶ ଦାବିକୁ ଗୁରୁତ୍ଵ ଦେବା ସହ ବଣ୍ଡା ରମଣୀଙ୍କ ଦାବି ଅନୁଯାୟୀ ଏକ ସ୍ବତନ୍ତ୍ର ହାଟ ବସାଇବା ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ।ମିଶନଶକ୍ତି ଯୋଜନାକୁ ଅଧିକ ତ୍ବରାନ୍ବିତ କରିବା ସହ ବଣ୍ଡା ଯୁବକ ଯୁବତୀ ଏବଂ ମହିଳା ମାନଙ୍କୁ ଅର୍ଥ ଉପାର୍ଜନ ଦିଗରେ ପ୍ରୋତ୍ସାହିତ କରାଯିବ ବୋଲି କହିଥିଲେ। ଏହା ପରେ ସଭା ସ୍ଥଳରେ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ସହ ପୂଜାର୍ଚ୍ଚନା କରିଥିଲେ। ଆଜିର ସଭାରେ ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତି ପରିଡା ବଣ୍ଡାଘାଟୀରେ ନିଆରା ସମ୍ବର୍ଦ୍ଧନା ପାଇଁ ଆଦିମ ବଣ୍ଡା ମହିଳା ମାନଙ୍କୁ ଧନ୍ୟବାଦ ଦେଇ କହିଥିଲେ ଯେ ଏହି ଅଞ୍ଚଳର ଉନ୍ନତି ଓ ବଣ୍ଡା ସମ୍ପ୍ରଦାୟର ଜୀବନଶୈଳୀରେ ସକରାତ୍ମକ ପରିବର୍ତ୍ତନ ଆଣିବା ପାଇଁ ରାଜ୍ୟ ସରକାର ପ୍ରାଥମିକତା ଭିତ୍ତିରେ କାର୍ଯ୍ୟ କରୁଛନ୍ତି । ଖାସକରି ବଣ୍ଡା ମହିଳା ମାନଙ୍କୁ ସୁଭଦ୍ରା ଯୋଜନାରେ ଅର୍ଥ ପାଇନଥିବାରୁ ସେ ଦୁଃଖ ଅନୁଭବ କରିଥିଲେ ଏବଂ କେବଳ ବଣ୍ଡା ମହିଳାଙ୍କ ସହ ଆଲୋଚନା ପରେ ସୁଭଦ୍ରା ଯୋଜନାର ଚତୁର୍ଥ କିସ୍ତି ଆଗାମୀ ଦିନରେ ପ୍ରଦାନ କରାଯିବ ବୋଲି ଘୋଷଣା କରିଥିଲେ।ଆସନ୍ତା ସମୟରେ ସମସ୍ତ ବଣ୍ଡା ମହିଳା ମାନେ ଶତପ୍ରତିଶତ ସୁଭଦ୍ରା ଅର୍ଥ ପାଇବେ ବୋଲି ମଞ୍ଚରୁ ନିର୍ଭରଯୋଗ୍ୟ ପ୍ରତିଶ୍ରୁତି ଦେଇଥିବା ବେଳେ ଉପ ମୁଖ୍ୟମନ୍ତ୍ରୀଙ୍କ ଏହି କଥାଟି ବଣ୍ଡା ମହିଳାଙ୍କ ହୃଦୟକୁ ଛୁଇଁ ଯାଇଥିଲା। ତତ୍ ସହିତ ଘୋଷଣା କରିଥିଲେ ଯେ ଏହି ଦୁର୍ଗମ ଅଞ୍ଚଳରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ମାଧ୍ୟମରେ ପ୍ରତ୍ୟେକ ଗୃହକୁ ଅତିରିକ୍ତ ୫୦ ଟଙ୍କାର ପ୍ରୋତ୍ସାହନ ରାଶି ଯୋଗାଇ ଦିଆଯିବ।ପଡେଇଗୁଡା ସ୍ଥିତ ସୀତାକୁଣ୍ଡ ଓ କେନ୍ଦୁଗୁଡା ସ୍ଥିତ ଆମାକୁଣ୍ଡର ବିକାଶ ତ୍ୱରାନ୍ୱିତ କରିବା ସହ ଏହାକୁ ଐତିହାସିକ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ପ୍ରଦାନ ପାଇଁ ଚେଷ୍ଟା ଜାରି ରଖିବେ । ଆଦିମ ବଣ୍ଡା ଜନଜାତିଙ୍କ ପାରମ୍ପରିକ ବେଶଭୂଷା, ଅସ୍ତ୍ରଶସ୍ତ୍ର ଓ ଆଭୂଷଣ ଅଳଙ୍କାରର ରକ୍ଷଣାବେକ୍ଷଣ ଓ ପ୍ରଚାର ପ୍ରସାର ନିମନ୍ତେ ଏକ ସ୍ଥାୟୀ ସ°ଗ୍ରହାଳୟ ସ୍ଥାପନ, ପିଇବା ପାଣି ସମସ୍ୟାର ସମାଧାନ ନିମନ୍ତେ ପ୍ରତ୍ୟେକ ଘରକୁ ନଳ ମାଧ୍ୟମରେ ପାନୀୟ ଜଳର ସୁବିଧା, ଜନଜାତି ବସବାସ କରୁଥିବା ଅଞ୍ଚଳରେ ଭାଷାଗତ ଶିକ୍ଷକ ନିଯୁକ୍ତି ଓ ବିଡ଼ିଏ ଜରିଆରେ ମୁଦୂଲୀପଡା ଠାରେ ଏକ ସାପ୍ତାହିକ ହାଟର ସ୍ଥାପନା ନିମନ୍ତେ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ।ଏଥି ସହିତ ବିଭିନ୍ନ ସଂଗଠନ ଏବଂ ବ୍ୟକ୍ତିଗତ ଦାବିପତ୍ର ଗ୍ରହଣ କରିବା ସହ ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା ଏହାର ସମୀକ୍ଷା କରିବେ ବୋଲି କହିଥିଲେ।ଉକ୍ତ କାର୍ଯ୍ୟକ୍ରମରେ ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲ, ମାଲକାନଗିରି ବିଧାୟକ ନରସିଂହ ମାଡକାମୀ, ପୂର୍ବତନ ବିଧାୟିକ ଡମ୍ବରୁ ସୀସା, ମାଲକାନଗିରି ଜିଲ୍ଲାପାଳ ଆଶିଷ ଇଶ୍ଵର ପାଟିଲ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବିବେକାନନ୍ଦ ଶର୍ମା, ଖଇରପୁଟ ବ୍ଲକ ଅଧ୍ୟକ୍ଷ ବିଘ୍ନ କିର୍ଷାନୀ ପ୍ରମୁଖଙ୍କ ସହ ଜିଲ୍ଲା ସ୍ତରୀୟ ଅନ୍ୟାନ୍ୟ ଅଧିକାରୀ ମାନେ ଉପସ୍ଥିତ ରହିଥିଲେ।

  • Related Posts

    ସାହସିକତାର ଏକ ଉଦାହରଣ: କାରେଗୁଟ୍ଟା ଅପରେସନରେ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ସାଗର ବୋରାଡେ ହରାଇଲେ ବାମ ଗୋଡ।

    ମାଲକାନଗିରି:ନିରଞ୍ଜନ ମଲ୍ଲ(କ୍ରୋନିକ ଓଡ଼ିଶା)କାରେଗୁଟ୍ଟା ଅପରେସନ୍ ମଧ୍ୟରେ ଯେତେବେଳେ ଜଣେ ସାଥି ଯବାନ ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଗୁରୁତର ଆହତ ହୋଇଥିଲେ ସେତେବେଳେ ସାଗର ବୋରାଡେ କମାଣ୍ଡାଣ୍ଟଙ୍କ ନିର୍ଦ୍ଦେଶକୁ ଖାତିର ନକରି ଆହତ ଯବାନଙ୍କୁ ସୁରକ୍ଷିତ ସ୍ଥାନକୁ ନେବାକୁ ଚେଷ୍ଟା କରୁଥିବା ସମୟରେ ଆଉ…

    ନକ୍ସଲପନ୍ଥିଙ୍କ ଶ୍ମଶାନ ପାଲଟିଲା କରେଗୁଟ୍ଟା ପାହାଡ – ଯବାନଙ୍କ ଜୋରଦାର ଆକ୍ରମଣ ; ୨୦ ରୁ ଉର୍ଦ୍ଧ୍ୱ ନକ୍ସଲ ନିପାତ।

    ମାଲକାନଗିରି:ନିରଞ୍ଜନ ମଲ୍ଲ(କ୍ରୋନିକ ଓଡ଼ିଶା)ମାଲକାନଗିରି ସୀମାନ୍ତ ଛତିଶଗଡ଼ ରାଜ୍ୟର ବିଜାପୁର ଜିଲ୍ଲା ଏବଂ ତେଲେଙ୍ଗାନା ସୀମାବର୍ତ୍ତି କରେଗୁଟ୍ଟା ପାହାଡ଼ରେ ଚାଲିଥିବା ବୃହତ୍ତର ନକ୍ସଲ ଅପରେସନର ୧୬ତମ ଦିନରେ ସୁରକ୍ଷା ବାହିନୀ ଏପର୍ଯ୍ୟନ୍ତ ସବୁଠାରୁ ବଡ଼ ସଫଳତା ହାସଲ କରିଛି। ବୁଧବାର ସକାଳେ ହୋଇଥିବା…

    Leave a Reply

    Your email address will not be published. Required fields are marked *

    You cannot copy content of this page