ବାଗ୍ରୀଆ ଗୁଡା ପ୍ରାଥମିକ ବିଦ୍ୟାଳୟ ଜଣେ ଶିକ୍ଷକ ଛୁଟିରେ,ବିଳମ୍ବରେ ରନ୍ଧାଗଲା ପିଲାଙ୍କ ମଧ୍ୟାହ୍ନ ଭୋଜନ।

ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଶିକ୍ଷା କ୍ଷେତ୍ରରେ ଅବ୍ୟବସ୍ଥାକୁ ନେଇ ସର୍ବଦା ଚର୍ଚ୍ଚାରେ ରହି ଆସିଛି ମାଲକାନଗିରି।ସରକାରୀ ସ୍ତରରେ ସମସ୍ତ ଉଦ୍ୟମ ସତ୍ୱେ ମାଲକାନଗିରି ଭଳି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ରାଜ୍ୟ ସରକାରଙ୍କ ଶିକ୍ଷା ବିଭାଗ ପକ୍ଷରୁ ପରିଚାଳିତ ହେଉଥିବା ସର୍ବଶିକ୍ଷା ଅଭିଯାନ ସମ୍ପୂର୍ଣ ଭାବେ ଫେଲ ମାରିଛି।କେଉଁଠି ପିଲା ନାହାନ୍ତି ତ କେଉଁଠି ପିଲା ପାଠ ପଢିବାକୁ ନିୟମିତ ସ୍କୁଲ ଆସୁଛନ୍ତି କିନ୍ତୁ ଶିକ୍ଷକ ଧାର୍ଯ୍ୟ ସମୟ ଭିତରେ ସ୍କୁଲକୁ ନଆସି ତାଙ୍କ ଇଚ୍ଛାରେ ମନ ମୁତାବକ ବିଦ୍ୟାଳୟକୁ ଆସୁଥିବାରୁ ପିଲାମାନଙ୍କର ଭବିଷ୍ୟତ ଅନ୍ଧାରକୁ ଠେଲି ହୋଇଯାଉଛି। ଏହାର ସଦ୍ୟତମ ଉଦାହରଣ ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ଟର୍ନେଲକ୍ୟାମ୍ପ ପଞ୍ଚାୟତ ତଥା ମହାଦେବ ପୁର ଆଞ୍ଚଳିକ ସାଧନ କେନ୍ଦ୍ର ଅଧିନସ୍ତ ବାଗ୍ରୀଆ ଗୁଡା ପ୍ରାଥମିକ ବିଦ୍ୟାଳୟରେ। ଏହି ବିଦ୍ୟାଳୟଟି କୋରୁକୋଣ୍ଡା ବ୍ଲକ ଶିକ୍ଷା ବିଭାଗ ଅଧୀନରେ ପରିଚାଳିତ ହେଉଛି।ସୂଚନା ଥାଉକି ସର୍ବଶିକ୍ଷା ଅଭିଯାନ ଆନୁକୂଲ୍ୟରେ ଗତ-୨୦୦୬ ମସିହାରେ ବାଗ୍ରିଆ ଗୁଡା ଗ୍ରାମରେ ସ୍ଥାପିତ ହୋଇଥିଲା ଏହି ପ୍ରାଥମିକ ବିଦ୍ୟାଳୟ। ପ୍ରଥମରୁ ୫ମ ପର୍ଯ୍ୟନ୍ତ ବାଗ୍ରିଆ ଗୁଡା ଓ ଚନ୍ଦ୍ର ମଣ୍ଡଳ ଗ୍ରାମର ମୋଟ ୨୧ଜଣ ଛାତ୍ରୀ ଛାତ୍ର ଏହି ବିଦ୍ୟାଳୟରେ ଅଧ୍ୟୟନ କରୁଛନ୍ତି।ଏହି ବିଦ୍ୟାଳୟରେ ଦୀର୍ଘମାସ ଧରି ପ୍ରଧାନ ଶିକ୍ଷକ ପଦବୀ ଖାଲି ପଡିଛି।ପିଲାଙ୍କୁ ପାଠ ପଢ଼ାଇବା ପାଇଁ ପ୍ରଧାନ ଶିକ୍ଷକ ଭାବେ ରବି ନାରାୟଣ ବରାଡ଼ଙ୍କୁ ବିଭାଗ ପକ୍ଷରୁ ଦାଇତ୍ୱ ପ୍ରଦାନ କରାଯିବା ସହ ସହକାରୀ ଶିକ୍ଷକ ଭାବେ ବୀରେନ୍ଦ୍ର ଜାରିକାଙ୍କୁ ସେଠାରେ ନିଯୁକ୍ତ କରାଯାଇଛି।ଗତକାଲି ମଙ୍ଗଳବାର ଦିନ କୌଣସି କାରଣରୁ ସହକାରୀ ଶିକ୍ଷକ ଜାରିକା ଛୁଟିରେ ଥିଲେ। ପ୍ରଧାନ ଶିକ୍ଷକ ଶ୍ରୀ ବରାଡ଼ ଠିକ ସମୟରେ ସ୍କୁଲରେ ପହଁଞ୍ଚି ସ୍କୁଲ ଖୋଳବା କଥା କିନ୍ତୁ ଗତକାଲି ଉକ୍ତ ବିଦ୍ୟାଳୟର ପିଲାମାନେ ସକାଳ ୧୦ଟାରେ ସ୍କୁଲରେ ପହଁଞ୍ଚି ଶ୍ରେଣୀ ଗୃହରେ ବସିଥିଲେ। ଦିନ ୧୨ଟା ପର୍ଯ୍ୟନ୍ତ ସେଠାରେ କୋଣସି ଶିକ୍ଷକ ପହଞ୍ଚି ନଥିଲେ। ଅତି ବିଡମ୍ବନାର ବିଷୟ ସ୍କୁଲର ଅଫିସ ରୁମରେ ରୋଷଇ ସାମଗ୍ରୀ ରଖାଯାଇ ଥିବାରୁ ଏବଂ ଉକ୍ତ ଘରେ ତାଲା ପଡିଥିବାରୁ ଦୁଇଜଣ ରୋଷେୟା ପିଲାଙ୍କ ପାଇଁ ମଧ୍ୟାହ୍ନ ଭୋଜନ ରାନ୍ଧିବା ପାଇଁ ସ୍କୁଲକୁ ଆସିଥିଲେ ମଧ୍ୟ ରୁମ ଚାବି ପାଇଁ ସାର ମାନଙ୍କ ଅପେକ୍ଷାରେ ପାୟ ଅପରାହ୍ନ ୧୨ ଟା ପର୍ଯ୍ୟନ୍ତ ନିରୁପାୟ ହୋଇ ସ୍କୁଲ ବାରଣ୍ଡାରେ ବସି ରହିଥିବା ଦେଖିବାକୁ ମିଳିଛି।ଦିବା ପ୍ରାୟ ୧୧ ଟା ୪୫ମିନିଟ ସମୟରେ ବାଲିମେଳା ସହରର ଚକାଡୋଳା ନାମକ ଜଣେ ବ୍ୟକ୍ତି ଚାଲି ଚାଲି ଆସି ସ୍କୁଲରେ ପହଁଞ୍ଚି ହଠାତ ସ୍କୁଲ ଅଫିସ ଘରର ତାଲା ଖୋଲିଥିଲେ। ତେବେ ତମେ ଅଫିସ ଚାବି କାହାଠାରୁ ଆଣିଲ ବୋଲି ପଚାରିବାରୁ ସେ କହିଲେ ରବି ସାର ମୋତେ ସ୍କୁଲ ଚାବି ଦେଇ ଗାଁ ଛକରେ ଛାଡି କୁଆଡେ ଗଲେ ମୁଁ ଜାଣିନି ବୋଲି ଚକାଡୋଳା କହିଥିଲେ।ସୂଚନାଥାଉକି ଏହି ସମୟ ମଧ୍ୟରେ ଟର୍ନେଲକ୍ୟାମ୍ପ ସରପଞ୍ଚ ସୀତାମା ମୁଦୁଲି ଘଟଣା ସମ୍ପର୍କରେ ଖବର ପାଇ ବିଦ୍ୟାଳୟର ସ୍ଥିତି ପରଖିବା ପାଇଁ ଉକ୍ତ ବିଦ୍ୟାଳୟରେ ପହଁଞ୍ଚି ସାର ମାନେ କାହଁକି ଏ ପର୍ଯ୍ୟନ୍ତ ସ୍କୁଲକୁ ଆସିନାହାନ୍ତି ବୋଲି ଦୁଇ ଜଣ ରୋଷେୟାଙ୍କ ଠାରୁ ପଚାରି ବୁଝିଥିଲେ। ବିଦ୍ୟଳୟରେ ଦିବା ୧୧ଟା ପର୍ଯ୍ୟନ୍ତ କୌଣସି ସାର ସ୍କୁଲକୁ ଆସିନଥିବା ଓ ପିଲାଙ୍କ ପାଇଁ ମାଧ୍ୟାନ୍ନ ଭୋଜନ ରୋଷେଇ ହୋଇନଥିବା ଘଟଣାକୁ ନେଇ ପୁରା ଖପ୍ପା ହୋଇଥିଲେ। ଏ ସମ୍ପକରେ ଦୃଢ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଶିକ୍ଷା ବିଭାଗର ଅଧିକାରୀଙ୍କ ସହ ଆଲୋଚନା କରିବି ବୋଲି ସରପଞ୍ଚ ଶ୍ରୀମତୀ ମୁଦୁଲୀ କହିଥିଲେ। ଏ ସମ୍ପର୍କରେ ଖବର ପାଇ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରବି ନାରାୟଣ ବରାଡ଼ ଅପାରହ୍ନ ପ୍ରାୟ ୧୨ଟା ସମୟରେ ବିଦ୍ୟଳୟରେ ପହଁଞ୍ଚି ଥିଲେ। ଏହାପରେ ପ୍ରଧାନ ଶିକ୍ଷକ ଅଫିସ ରୁମରୁ ରୋଷେଇ ସାମଗ୍ରୀ ବାହାର କରି ରୋଷେୟାଙ୍କୁ ଦେବା ପରେ ପିଲାଙ୍କ ପାଇଁ ମଧ୍ୟାନ୍ନ ଭୋଜନ ପାଇଁ ବହୁ ବିଳମ୍ବରେ ରୋଷେଇ ଆରମ୍ଭ ହୋଇଥିଲା। ଶିକ୍ଷକ ମାନଙ୍କର ଦାୟିତ୍ୱ ଶୂନ୍ୟତା ଓ ଅବହେଳା ଏବଂ ଏଠାରେ କାର୍ଯ୍ୟରତ ଥିବା ପ୍ରଧାନ ଶିକ୍ଷକଙ୍କ ଏକ ଚାଟିଆ ଓ ମନମୁଖୀ କାର୍ଯକଳାପ ଯୋଗୁ ଶିକ୍ଷାୟତନକୁ ବିଗାଡିବାରେ ଲାଗିଛି। ଏହାକୁ ନେଇ ଆଞ୍ଚଳବାସୀ, ଅଭିଭାବକ, ବୁଦ୍ଧିଜୀବୀ ମହଲରେ ତୀବ୍ର ଅସନ୍ତୋଷ ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି।ତେବେ ଆଦିବାସୀ ଇଲାକାରେ ଶିକ୍ଷା ବ୍ୟବସ୍ଥା କିଭଳି ଚାଲିଛି ଏଥିରୁ ସ୍ପଷ୍ଟ ଅନୁମେୟ।ତେବେ ସ୍କୁଲ କତୃପକ୍ଷ. ଓ ବିଭାଗୀୟ ଅଧିକାରୀଙ୍କ ମଧୁ ଚନ୍ଦ୍ରିକାରେ ଏହି ବିଦ୍ୟାଳୟ ପରିଚାଳିତ ହେଉଥିବାରୁ ଏଭଳି ସ୍ଥିତି ଉପୁଜିଥିବା କିଛି ଆଞ୍ଚଳବାସୀ ମତବ୍ୟକ୍ତ କରିଛନ୍ତି। ଖାଲି ଏତିକିରେ ସରିନି ଏହି ସ୍କୁଲର ସମସ୍ୟା ବିଦ୍ୟୁତ ବିଲ ବନ୍ଧା ନଯିବାରୁ ଏକ ସପ୍ତାହ ପୂର୍ବେ ବିଦ୍ୟୁତ ବିଭାଗ ପକ୍ଷରୁ ଲାଇନ କଟାଯାଇଛି।ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି ପିଲାଙ୍କ ଶୌଚାଳୟ। ସ୍କୁଲ ଛାତ ଉପରେ ଥିବା ପାଣିଟାଙ୍କି ଫାଟି ଯାଇଥିବାରୁ ଅଧା କିଲୋମିଟର ଦୂରରୁ ପାଣି ବୋହି ଆଣୁଛନ୍ତି ରୋଷେୟା। ସ୍କୁଲରେ ରାନ୍ଧିବା ପାଇଁ ଗ୍ୟାସ ଚୁଲା ନଥିବାରୁ କାଠ ଚୁଲାରେ ରନ୍ଧା ଯାଉଛି ମଧ୍ୟାହ୍ନ ଭୋଜନ। ସ୍କୁଲର ଚତୁଃପାର୍ଶ୍ୱରେ ନାହିଁ ସୁରକ୍ଷା ପାଚେରୀ ଏପରି ବହୁ ସମସ୍ୟା ଘେରରେ ଚାଲଛି ଏହି ବିଦ୍ୟାଳୟ ବୋଲି କିଛି ଗ୍ରାମବାସୀଓ ଓ ଦୁଇଜଣ ରୋଷେୟା ପାର୍ବତୀ ମୁଦୁଲୀ ଓ ମୋତି ଜାନୀ କହିଛନ୍ତି। ତେବେ ଏ ସମ୍ପର୍କରେ ବିଦ୍ୟାଳୟ ପରିଚାଳନା ଦାୟିତ୍ୱରେ ଥିବା ସିଆରସିସି କରୁଣାକର ସ୍ୱାଇଁଙ୍କୁ ପଚାରିବାରୁ ପ୍ରଧାନ ଶିକ୍ଷକ ସ୍କୁଲକୁ ବିଳମ୍ବରେ ଯାଇଥିବା ସ୍ୱୀକାର କରିଥିଲେ।ଏ ସମ୍ପର୍କରେ ପ୍ରଧାନ ଶିକ୍ଷକ ରବି ବରାଡ଼ଙ୍କୁ ପଚାରିବାରୁ ମୁଁ କ୍ଲଷ୍ଟରକୁ ଯାଇଥିଲି ସେଥିପାଇଁ ସ୍କୁଲ ଆସିବାରେ ବିଳମ୍ବ ହୋଇଛି ବୋଲି ସେ କହିଥିଲେ। ଏହି ଘଟଣା ସମ୍ପର୍କରେ କୋରୁକୋଣ୍ଡା ବ୍ଲକ ଶିକ୍ଷାଧିକାରୀ ଅସିତ ମିସ୍ତ୍ରୀଙ୍କୁ ପଚାରିବାରୁ ସେ କହିଥଲେ ଯେ,
ଏହି ଘଟଣାର ତଦନ୍ତ କରିବା ପରେ ଦୃଢ଼ ଆଇନ ଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଇଓ ଶ୍ରୀ ମିସ୍ତ୍ରୀ କହିଛନ୍ତି।

  • Related Posts

    ବିଜେପିରେ ଯୋଗ ଦେଲେ ବିଜେଡି ଜିଲ୍ଲା ଉପ ସଭାପତି।

    ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା ବିଜେପି କାର୍ଯ୍ୟାଳୟ ପରିସରରେ ଆଜି ବିଜେପି ଜିଲ୍ଲା ସଭାପତି ନିମାଇଁ ଚରଣ ପାଲଙ୍କ ନେତୃତ୍ୱରେ ବୁଥ ସ୍ତରୀୟ ନିର୍ବାଚନ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ରାଜ୍ୟରୁ ଆସିଥିବା ଜିଲ୍ଲା ପର୍ଯ୍ୟବେକ୍ଷକ ଅଜୟ କୁମାର ସ୍ୱାଇଁ,…

    ମୋବାଇଲ , ସାଇକେଲ ଚୋରି ମାମଲାରେ ୪ ନାବାଳକଙ୍କ ସମେତ ୮ ଗିରଫ ; ୧୮ ମୋବାଇଲ,୨ ସାଇକେଲ ଜବତ।

    ମାଲକାନଗିରି(କ୍ରୋନିକ ଓଡ଼ିଶା)ଓର୍କେଲ ପୋଲିସକୁ ଏକ ବଡ ସଫାଳତା। ୪ ନାବାଳକ ସମେତ ମୋଟ ୮ ଜଣ ଚତୁର ଚୋରଙ୍କୁ ଗିରଫ କରିଛି ଓର୍କେଲ ପୁଲିସ। ଲୋକଙ୍କ ଆଖିରେ ଧୁଳି ଦେଇ କରୁଥିଲେ ଚୋରି ଗୃହ ଉପକରଣ ଏବଂ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ।…

    Leave a Reply

    Your email address will not be published. Required fields are marked *

    You cannot copy content of this page