ଆମ୍ବ ଟାକୁଆ ଜାଉ ର ପୁନରାବୃତ୍ତି : ଚାରି ମାସ ହେବ ମିଳିନି ଚାଉଳ: ଖୁର୍ସା, କରଡ଼ି ଓ ମକାରେ ବିତୁଛି ଆଦିବାସୀଙ୍କ ଜୀବନ।

ବାଲିଗୁଡା(ସଞ୍ଜୟ କୁମାର ପାଣିଗ୍ରାହୀ)ଚାଉଳ ମିଳିବା ରେ ବିଳମ୍ବ ଯୋଗୁଁଁ ପେଟର ଭୋକକୁ ମେଣ୍ଟାଇବା ପାଇଁ ଖୁର୍ସା, କରଡ଼ି, ଜଙ୍ଗଲି କନ୍ଦା ଓ ମକା ଭଳି ଜଙ୍ଗଲ ଜାତ ଦ୍ରବ୍ୟରେ ପୂରୁଛି ପେଟ। ଏଭଳି ଏକ ଘଟଣା ପୁଣି କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ବ୍ଳକ ଭଣ୍ଡାରଙ୍ଗୀ ପଞ୍ଚାୟତର ଦୁର୍ଗମ ମାସ୍କାଗୁଡ଼ା ଗ୍ରାମରେ ଦେଖିବାକୁ ମିଳିଛି । ମିଳିଥିବା ସୂଚନା ଅନୁସାରେ, ମାସ୍କାଗୁଡ଼ା ଗ୍ରାମରେ ୧୮ ଆଦିବାସୀ ପରିବାର ବସବାସ କରନ୍ତି। ଗତ ଜୁଲାଇ ମାସ ପର୍ଯ୍ୟନ୍ତ ରାଶନ ଚାଉଳ ମିଳିଛି l ଅଗଷ୍ଟ ମାସ ଠାରୁ ନଭେମ୍ବର ଚାରି ମାସ ସରିବାକୁ ବସିଲାଣି ହେଲେ ଅଦ୍ୟାବଧି ସୁଦ୍ଧା ଚାଉଳ ମିଳିନାହିଁ। ମନରେଗାରେ ମଧ୍ୟ କାମ ମିଳୁନାହିଁ ଫଳରେ ବର୍ଷା ଦିନ ମାନଙ୍କରେ ପାଖ ଗାଁ କୁ ଯାଇ ବିଲ ରେ ମଜୁରୀ କରି ବହୁ କଷ୍ଟରେ ପରିବାର ପ୍ରତିପୋଷଣ କରନ୍ତି l ବର୍ତ୍ତମାନ ଆଉ କୌଣସି କାମ ନାହିଁ । ଏପଟେ ରାଶନ କାର୍ଡରେ ମିଳିବାକୁ ଥିବା ତିନି ମାସର ଚାଉଳ ମଧ୍ୟ ମିଳୁନାହିଁ l ଚାଉଳ ମିଳୁଥିବା ଖବର ପାଇ ପଞ୍ଚାୟତ ଅଫିସକୁ ଚାଉଳ ଆଣିବା ପାଇଁ ଯାଇଥିଲୁ ପାଇଲୁ ନାହିଁ l ଫଳରେ ପେଟର ଭୋକ ମେଣ୍ଟାଇବା ପାଇଁ ଜଙ୍ଗଲକୁ ଭରସା କରି ଜଙ୍ଗଲକୁ ଯାଇ କରଡ଼ି, ଜଙ୍ଗଲି କନ୍ଦା ଓ ବାଢ଼ିର ଖୁର୍ସା ଓ ମକା ସଂଗ୍ରହ କରି ରାନ୍ଧି ଖାଇବାକୁ ପଡୁଛି l ବେଳେ ବେଳେ ଉପାସରେ ମଧ୍ୟ ରହିବାକୁ ପଡ଼େ ବୋଲି ଗ୍ରାମର ଭୁପିନ୍ଦର ମାଝି ଦୁଃଖ ଭରା କଣ୍ଠରେ ପ୍ରକାଶ କରିଛନ୍ତି। ଜିଲ୍ଲା ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେଇ ରାସନ ଚାଉଳ ଯୋଗାଇବା ପାଇଁ ସମସ୍ତ ଆଦିବାସୀ ପରିବାର ଦାବି କରିଛନ୍ତି l ଏସମ୍ପର୍କରେ ଭଣ୍ଡାରଙ୍ଗୀ ପଞ୍ଚାୟତ ନିର୍ବାହୀ ଅଧିକାରୀ ବେବୀଲତା ପାଣିଙ୍କୁ ଫୋନ ଯୋଗେ ଯୋଗାଯୋଗ କରିଥିଲେ ମଧ୍ୟ ସେ କୌଣସି ପ୍ରକାରେ ସନ୍ତୋଷ ଜନକ ଉତ୍ତର ନମିଳିବାରୁ ତୁମୁଡିବନ୍ଧ ଯୋଗାଣ ନିରୀକ୍ଷକ ଅଞ୍ଜନ କୁମାର ଦିଗାଲ ଙ୍କୁ ପଚାରିବାରୁ ସେ ତୁରନ୍ତ ଚାଉଳ ଦିଆଯିବ ବୋଲି କହିଛନ୍ତି। ବହୁ ଚର୍ଚ୍ଚିତ ଦାରିଙ୍ଗବାଡି ବ୍ଳକ ଗଦାପୁର ପଞ୍ଚାୟତର ମାଣ୍ଡିପଙ୍କା ଗ୍ରାମରେ ଆମ୍ବ କୋଇଲି ଖାଇ ଦୁଇ ଜଣ ମହିଳା ମୃତ୍ୟୁ ଓ ଛଅ ଜଣ ଚିକିତ୍ସାଧୀନ ଥିବା ଘଟଣା ସାରା ରାଜ୍ୟରେ ଚାଞ୍ଚଲ୍ୟ ଖେଳି ଯାଇଥିବା ବେଳେ ତୁମୁଡିବନ୍ଧ ବ୍ଳକ ଭଣ୍ଡାରଙ୍ଗୀ ପଂଚାୟତର ମାସ୍କାଗୁଡ଼ା ଗ୍ରାମରେ ପୁନରାବୃତ୍ତି ହେବାର ସମ୍ଭାବନାକୁ ଏଡ଼ାଇ ଦିଆ ଯାଇନ ପାରେ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

  • Related Posts

    ବିଜେପିରେ ଯୋଗ ଦେଲେ ବିଜେଡି ଜିଲ୍ଲା ଉପ ସଭାପତି।

    ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା ବିଜେପି କାର୍ଯ୍ୟାଳୟ ପରିସରରେ ଆଜି ବିଜେପି ଜିଲ୍ଲା ସଭାପତି ନିମାଇଁ ଚରଣ ପାଲଙ୍କ ନେତୃତ୍ୱରେ ବୁଥ ସ୍ତରୀୟ ନିର୍ବାଚନ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ରାଜ୍ୟରୁ ଆସିଥିବା ଜିଲ୍ଲା ପର୍ଯ୍ୟବେକ୍ଷକ ଅଜୟ କୁମାର ସ୍ୱାଇଁ,…

    ମୋବାଇଲ , ସାଇକେଲ ଚୋରି ମାମଲାରେ ୪ ନାବାଳକଙ୍କ ସମେତ ୮ ଗିରଫ ; ୧୮ ମୋବାଇଲ,୨ ସାଇକେଲ ଜବତ।

    ମାଲକାନଗିରି(କ୍ରୋନିକ ଓଡ଼ିଶା)ଓର୍କେଲ ପୋଲିସକୁ ଏକ ବଡ ସଫାଳତା। ୪ ନାବାଳକ ସମେତ ମୋଟ ୮ ଜଣ ଚତୁର ଚୋରଙ୍କୁ ଗିରଫ କରିଛି ଓର୍କେଲ ପୁଲିସ। ଲୋକଙ୍କ ଆଖିରେ ଧୁଳି ଦେଇ କରୁଥିଲେ ଚୋରି ଗୃହ ଉପକରଣ ଏବଂ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ।…

    Leave a Reply

    Your email address will not be published. Required fields are marked *

    You cannot copy content of this page