ରକ୍ତ ଦେଇ ଛାତ୍ରୀଙ୍କ ଜୀବନ ବଞ୍ଚାଇଲେ ଶିକ୍ଷକ।

ମାଲକାନଗିରି(କ୍ରୋନିକ ଓଡ଼ିଶା)ଜଣେ ଶିକ୍ଷକ ଗୋଟିଏ ଛାତ୍ରୀଙ୍କ ଜୀବନ ବଞ୍ଚାଇବା ପାଇଁ ନିଜ ରକ୍ତ ଦେଇ ଦେଇଛନ୍ତି ମାନବିକତାର ପରିଚୟ। କିଛି ଏପରି ଚିତ୍ର ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକରେ। ସୂଚନା ଅନୁଯାୟୀ ମାଥିଲି ବ୍ଲକ ତିମସ୍ ପୁଟ ଆଶ୍ରମ ବିଦ୍ୟାଳୟର ମମତା ମାଣ୍ଡି(୧୨) ନାମକ ପଞ୍ଚମ ଶ୍ରେଣୀର ଛାତ୍ରୀ ଅଧୟନରତ ଥିବା ବେଳେ ସିକିଲିନ ରୋଗରେ ପିଡିତ ଥିଲେ। ତେବେ ହଟାତ ମମତାଙ୍କୁ ରକ୍ତ ଅଭାବ ଯୋଗୁଁ ସେ ଅସୁସ୍ଥ ହୋଇ ପଡିଥିବା ବେଳେ ଆଶ୍ରମ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମଙ୍ଗୁଳୁ କିର୍ଶ।ନି ତାଙ୍କୁ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଇଥଲେ। ଡାକ୍ତର ରକ୍ତ ଦରକାର କହିବାରୁ ପ୍ରଧାନ ଶିକ୍ଷକ ରକ୍ତ ଭଣ୍ଡାର ଜାଇ ବୁଝିବାରୁ ସେଠାର “ବି” ପଜେଟିଭ୍ ରକ୍ତ ନଥିଲା। ଗୋଟିଏ ପଟେ ମମତାଙ୍କ ଅବସ୍ତା ବିଗୁଡୁଥିବା ବେଳେ ବହୁ ପ୍ରଚେଷ୍ଟା ପରେ ମଧ୍ୟ ରକ୍ତ ମିଳି ନଥିଲା। ତେବେ ଏହି ଖବର ମାଥିଲି ବ୍ଲକର ମେକା ଆଶ୍ରମ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ୟାମ ସୁନ୍ଦର ବାରିକ ଜାଣିବାକୁ ପାଇଥିଲେ। ତାଙ୍କ ରକ୍ତ ଗ୍ରୁପ “ବି” ପଜେଟିଭ୍ ଥିବାରୁ ତୁରନ୍ତ ମମତାର ଜୀବନ ବଞ୍ଚାଇବା ପାଇଁ ଶ୍ରୀ ବାରିକ ମାଲକାନଗିରି ମୁଖ୍ୟ ଚିକିତ୍ସାଳୟରେ ଥିବା ରକ୍ତ ଭଣ୍ଡାରରେ ପହଞ୍ଚି ରକ୍ତ ଦେଇଥିଲେ। ଯାହା ଫଳରେ ମମତାଙ୍କୁ ରକ୍ତ ମିଳିଥିବା ବେଳେ ସେ ବର୍ତ୍ତମାନ ସୁସ୍ଥ ଥିବା ଜଣା ପଡିଛି। ତେବେ ରକ୍ତ ଭଣ୍ଡାରରେ ଶ୍ରୀ ବାରିକ ରକ୍ତ ଦେଉଥିବା ବେଳେ ମାଥିଲି ବ୍ଲକ ମଙ୍ଗଲ ଅଧିକାରୀ ଶିବ ଶଙ୍କର ସାହୁ, ଜିଲ୍ଲା ବସ ସଂଘର ସଦସ୍ୟ ଛବି ଦାସ, ଓ ନିରଞ୍ଜନ ସ୍ବାଇଁ ପ୍ରମୁଖ ସେଠାରେ ଉପସ୍ଥିତ ରହି ସହଯୋଗ କରିଥିବା ବେଳେ ଶ୍ରୀ ବାରିକଙ୍କ ଏପରି ମହତ କାର୍ଯ୍ୟକୁ ବିଭିନ୍ନ ମହଲରେ ଏବଂ ମମତାଙ୍କ ପରିବାର ଲୋକେ ମଧ୍ୟ ତାଙ୍କୁ ପ୍ରଶଂସା କରିଛନ୍ତି।

  • Related Posts

    ବିଜେପିରେ ଯୋଗ ଦେଲେ ବିଜେଡି ଜିଲ୍ଲା ଉପ ସଭାପତି।

    ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା ବିଜେପି କାର୍ଯ୍ୟାଳୟ ପରିସରରେ ଆଜି ବିଜେପି ଜିଲ୍ଲା ସଭାପତି ନିମାଇଁ ଚରଣ ପାଲଙ୍କ ନେତୃତ୍ୱରେ ବୁଥ ସ୍ତରୀୟ ନିର୍ବାଚନ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ରାଜ୍ୟରୁ ଆସିଥିବା ଜିଲ୍ଲା ପର୍ଯ୍ୟବେକ୍ଷକ ଅଜୟ କୁମାର ସ୍ୱାଇଁ,…

    ମୋବାଇଲ , ସାଇକେଲ ଚୋରି ମାମଲାରେ ୪ ନାବାଳକଙ୍କ ସମେତ ୮ ଗିରଫ ; ୧୮ ମୋବାଇଲ,୨ ସାଇକେଲ ଜବତ।

    ମାଲକାନଗିରି(କ୍ରୋନିକ ଓଡ଼ିଶା)ଓର୍କେଲ ପୋଲିସକୁ ଏକ ବଡ ସଫାଳତା। ୪ ନାବାଳକ ସମେତ ମୋଟ ୮ ଜଣ ଚତୁର ଚୋରଙ୍କୁ ଗିରଫ କରିଛି ଓର୍କେଲ ପୁଲିସ। ଲୋକଙ୍କ ଆଖିରେ ଧୁଳି ଦେଇ କରୁଥିଲେ ଚୋରି ଗୃହ ଉପକରଣ ଏବଂ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ।…

    Leave a Reply

    Your email address will not be published. Required fields are marked *

    You cannot copy content of this page