ସମ୍ପର୍କୀୟ ପୁତୁରା ବିଧବା ଖୁଡି ର ଲୁଟିନେଲା ସୁନା ଗହଣା : ୨ ମହିଳା ଗିରଫ : ଜଣେ ଫେରାର : ତଦନ୍ତ ଜାରି।

ବାଲିଗୁଡା(ସଞ୍ଜୟ କୁମାର ପାଣିଗ୍ରାହୀ)ସମ୍ପର୍କୀୟ ପୁତୁରା ବିଧବା ଖୁଡିର ସୁନା ଗହଣା ଲୁଟି ନେବା ଭଳି ଏକ ବିଶ୍ୱାସ ଘାତକତା କାର୍ଯ୍ୟ କରି ପୋଲିସ ହାତରେ ଦୁଇ ମହିଳା ବନ୍ଧା ହୋଇଛନ୍ତି । ଘଟଣାଟି କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଥାନା କାଟିଙ୍ଗିଆ ଅଞ୍ଚଳରେ ଦେଖିବାକୁ ମିଳିଛି l ବିଧବା ବୃଦ୍ଧା ଇସ୍ତରା ଶୋଭା ସୁନ୍ଦର ନିଜ ସମ୍ପର୍କୀୟ ପୁତୁରା ଘରକୁ ଭଲ ମନ୍ଦ ବୁଝିବା ସହ ତାଙ୍କୁ ଭେଟିବା ପାଇଁ ଆସିଥିଲେ। ହେଲେ ସେହି ସମ୍ପର୍କୀୟ ମାନେ ବୃଦ୍ଧା ପିନ୍ଧିଥିବା ସୁନା ଗହଣା ଉପରେ ଲୋଭ ରଖିଥିଲେ। ପ୍ରାୟ ୨ ଶହ ୪୦ ଗ୍ରାମ ସୁନା ଗହଣାକୁ ଚୋରି କରିନେଲେ। ହେଲେ ପୋଲିସ ତଦନ୍ତ ବେଳେ ଜଣେ ଫେରାର ହୋଇ ଯାଇଥିବା ବେଳେ ୨ ଜଣ ମହିଳାଙ୍କୁ କେଶ ନଂ. ୨୦୧/୨୪ ପ୍ରକାରେ ଗିରଫ କରାଯାଇ ଥିବା ବିଷୟ ଆଇଆଇଆସି ରମେଶ କୁମାର ପ୍ରଧାନ ସୂଚନା ଦେଇଛନ୍ତି। ଗିରଫ ୨ ଜଣ ହେଲେ ଅମିତା ନାୟକ ଏବଂ ମେନକା ସିଂ। ଏଥିରେ ସମ୍ପୃକ୍ତ ସୁନୀଲ କୁମାର ସିଂ ଫେରାର ହୋଇଥିବାରୁ ତାଙ୍କୁ ଖୁବ୍‌ଶୀଘ୍ର ଗିରଫ କରାଯିବ ବୋଲି ପୋଲିସ କହିଛି। । ଚୋରି ଯାଇଥିବା ସମସ୍ତ ୨ ଶହ ୪୦ ଗ୍ରାମ ସୁନାକୁ ପୋଲିସ ଜବତ କରିଛି। ଯାହାର ଆନୁମାନିକ ମୂଲ୍ୟ ୧୫ ଲକ୍ଷ ୫୦ ହଜାର ଟଙ୍କା ହେବ ବୋଲି ପୋଲିସ କହିଛି, ଅଭିଯୋଗ କାରୀଙ୍କ ଅଭିଯୋଗ ଅନୁଯାୟୀ, ସେ ନିଜ ଗାଁ କାଟିଙ୍ଗିଆ ଅଞ୍ଚଳରୁ ପୁତୁରା ଓ ପୁତୁରା ବୋହୂଙ୍କୁ ଦେଖିବା ପାଇଁ ୨୮ ତାରିଖରେ ଦାରିଙ୍ଗବାଡ଼ି ଚାଲି ଆସିଥିଲେ। ତାଙ୍କ ଘରେ ରାତିରେ ରହିଥିଲେ। ସମସ୍ତେ ଖାଇ ପିଇ ଶୋଇ ପଡ଼ିଥିଲେ ମଧ୍ୟ ଅତିଥି ଭାବେ ଆସିଥିବା ବୃଦ୍ଧାଙ୍କ ସୁନା ଗହଣା ଉପରେ ନଜର ରଖିଥିବା ପୁତୁରା ଓ ପୁତୁରା ବୋହୂ ବୃଦ୍ଧା ଶୋଇ ପଡ଼ିବା ପରେ ଚୋରି କରି ନେଇଥିଲେ। ବୃଦ୍ଧା ଜଣକ ସକାଳୁ ନିଜେ ପିନ୍ଧିଥିବା ସୁନା ଗହଣା ନ ଥିବା ଜାଣି ଥାନାରେ ଅଭିଯୋଗ କରିଥିଲେ। ପୋଲିସ ତଦନ୍ତ ପରେ ଘଟଣା ସମ୍ପର୍କରେ ଅଭିଯୁକ୍ତ ମାନେ ମାନି ଯାଇଥିଲେ ବୋଲି ପୋଲିସ ପ୍ରକାଶ କରିଛି ।

  • Related Posts

    ବିଜେପିରେ ଯୋଗ ଦେଲେ ବିଜେଡି ଜିଲ୍ଲା ଉପ ସଭାପତି।

    ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା ବିଜେପି କାର୍ଯ୍ୟାଳୟ ପରିସରରେ ଆଜି ବିଜେପି ଜିଲ୍ଲା ସଭାପତି ନିମାଇଁ ଚରଣ ପାଲଙ୍କ ନେତୃତ୍ୱରେ ବୁଥ ସ୍ତରୀୟ ନିର୍ବାଚନ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ରାଜ୍ୟରୁ ଆସିଥିବା ଜିଲ୍ଲା ପର୍ଯ୍ୟବେକ୍ଷକ ଅଜୟ କୁମାର ସ୍ୱାଇଁ,…

    ମୋବାଇଲ , ସାଇକେଲ ଚୋରି ମାମଲାରେ ୪ ନାବାଳକଙ୍କ ସମେତ ୮ ଗିରଫ ; ୧୮ ମୋବାଇଲ,୨ ସାଇକେଲ ଜବତ।

    ମାଲକାନଗିରି(କ୍ରୋନିକ ଓଡ଼ିଶା)ଓର୍କେଲ ପୋଲିସକୁ ଏକ ବଡ ସଫାଳତା। ୪ ନାବାଳକ ସମେତ ମୋଟ ୮ ଜଣ ଚତୁର ଚୋରଙ୍କୁ ଗିରଫ କରିଛି ଓର୍କେଲ ପୁଲିସ। ଲୋକଙ୍କ ଆଖିରେ ଧୁଳି ଦେଇ କରୁଥିଲେ ଚୋରି ଗୃହ ଉପକରଣ ଏବଂ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ।…

    Leave a Reply

    Your email address will not be published. Required fields are marked *

    You cannot copy content of this page