ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା ଓରକେଲ ପୋଲିସର ଏକ ଟିମ ବିଶେଷ ସୂତ୍ରରୁ ଖବର ପାଇ ଥାନାଧିକାରୀ ଧୀରେନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଏଏସଆଇ ଅଜିତ ଟାକରୀଙ୍କ ନେତୃତ୍ୱରେ ଜୟପୁର-ବାଲିମେଳା ମୁଖ୍ୟ ରାସ୍ତାର ଚିତ୍ରକୋଣ୍ଡା ଛକ ନିକଟରେ ଯାଞ୍ଚ କରିବା ସମୟରେ ଏକ ଆଳୁ ବୋଝେଇ ପିକ ଅପ ଭ୍ୟାନରେ ଆଳୁ ସହ ବାଣ ଚାଲାଣ କରାଯାଉଥିଲା। ଓର୍କେଲ ପୁଲିସ ଗାଡ଼ିକୁ ଯାଞ୍ଚ କରିବାରୁ ଆଳୁ ବସ୍ତା ତଳେ ବେଆଇନ ଭାବେ ଛତିଶଗଡ଼ର ସୁକମା ଅଞ୍ଚଳର ବାଣ ଚାଲାଣ ହେଉଥିବା ଜଣାପଡିଥିଲା। ଏହା ଦେଖି ଓର୍କେଲ ପୁଲିସ ଗାଡ଼ିକୁ ଅଟକ ରଖିବା ସହ ବାଣକୁ ଜବତ କରି ଥାନାକୁ ନେଇ ଥାନାକୁ ଆଣିଥିଲେ ଏବଂ ମାଲିକ ସୁରେନ୍ଦ୍ର ଜେନାଙ୍କ ନାମରେ ଏକ ମାମଲା ମଧ୍ୟ ରୁଜୁ କରିଥିଲା ପୁଲିସ। ଆଗାମୀ ଦୀପାବଳି ଉପଲକ୍ଷେ ଏପରି ଗାଡ଼ିରେ ବେଆଇନ ଭାବେ ବାଣ ଚାଲାଣ କରୁଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଥାନାଧିକାରୀ ଶ୍ରୀ ପଟ୍ଟନାୟକ ସୂଚନା ଦେଇଛନ୍ତି।
ବିଜେପିରେ ଯୋଗ ଦେଲେ ବିଜେଡି ଜିଲ୍ଲା ଉପ ସଭାପତି।
ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା ବିଜେପି କାର୍ଯ୍ୟାଳୟ ପରିସରରେ ଆଜି ବିଜେପି ଜିଲ୍ଲା ସଭାପତି ନିମାଇଁ ଚରଣ ପାଲଙ୍କ ନେତୃତ୍ୱରେ ବୁଥ ସ୍ତରୀୟ ନିର୍ବାଚନ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ରାଜ୍ୟରୁ ଆସିଥିବା ଜିଲ୍ଲା ପର୍ଯ୍ୟବେକ୍ଷକ ଅଜୟ କୁମାର ସ୍ୱାଇଁ,…