ପଶ୍ଚିମବଙ୍ଗ କୋଲକାତା ଠାରେ ଆର୍.ଜି. କର ମେଡିକାଲ କଲେଜର ଡାକ୍ତରୀ ଛାତ୍ରୀ ଅଭୟାଙ୍କୁ ଦୁଷ୍କର୍ମ ପରେ ଜୀବନରେ ମାରିଦେବା ଘଟଣାରେ ଦୋଷୀଙ୍କ ବିରୁଦ୍ଧରେ କଠୋର ଦଣ୍ଡବିଧାନ ପାଇଁ ସାରା ଦେଶରେ ଡାକ୍ତର ଓ ପ୍ରଶିକ୍ଷଣ ନେଉଥିବା ଡାକ୍ତରୀ ଛାତ୍ରଛାତ୍ରୀ ମାନେ ପ୍ରତିବାଦ କରି ଆସୁଛନ୍ତି । ଏହି ପ୍ରତିବାଦରେ ମାଲକାନଗିରି ଜିଲ୍ଲା ସଦର ମହକୁମାରେ ଥିବା ସତ୍ୟନାରାୟଣ ଆବାସିକ +୨ ବିଜ୍ଞାନ ଏବଂ ନର୍ସିଂ ମହାବିଦ୍ୟାଳୟର ଶତାଧିକ ଛାତ୍ରଛାତ୍ରୀ ଏକ କ୍ୟାଣ୍ଡେଲ ଶୋଭାଯାତ୍ରା କରି ପ୍ରତିବାଦ ଜଣାଇବା ସହ ଜିଲ୍ଲାପଳ ଓ ଏସ୍ପିଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି । କଲେଜର ସମ୍ପାଦିକା ମମତା ପାଣିଗ୍ରାହିଙ୍କ ନେତୃତ୍ୱରେ ଛାତ୍ରଛାତ୍ରୀ ମାନେ ବସଷ୍ଟାଣ୍ଡରୁ ଜିଲ୍ଲାପାଳ କାର୍ଯ୍ୟାଳୟ ପର୍ଯ୍ୟନ୍ତ କ୍ୟାଣ୍ଡେଲ ଶୋଭାଯାତ୍ରା କରି ସେଠାରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ। ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରିୁ ବାହାରି ମୁଖ୍ୟ ରାସ୍ତା ଦେଇ ଜିଲ୍ଲା ପୋଲିସ କାର୍ଯ୍ୟାଳୟ ଠାରେ ପହଞ୍ଚି ଏସ୍ପିଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ । ଛାତ୍ରଛାତ୍ରୀଙ୍କ ସହ ମହାବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ମାନେ ମଧ୍ୟ ଅଂଶ ଗ୍ରହଣ କରିଥିଲେ।