ପୁଲିସ ଇନଫର୍ମର ଅଭିଯୋଗରେ ବୃଦ୍ଧଙ୍କୁ ନକ୍ସଲଙ୍କ ହତ୍ୟା।

ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ବିଜାପୁର ଜିଲ୍ଲା ବସ୍ତର ଡିଭିଜନରେ ସୁରକ୍ଷା ବାହିନୀ ଦ୍ୱାରା ପରିଚାଳିତ ସଫଳ ନକ୍ସଲ ବିଲୋପ ଅଭିଯାନରେ ବିବ୍ରତ ନକ୍ସଲମାନେ ଗାଙ୍ଗାଲୁର ପୁଲିସ ଥାନା ଅଧୀନରେ ଥିବା ପୁସନାର ଗାଁର ଗାଯତାପାରା (ପୁଲିସ ଥାନା ଠାରୁ ୧୦ କିଲୋମିଟର ପୂର୍ବରେ) ଲାଛା ପୁନେମ(୬୦) ନାମକ ଜଣେ ଗ୍ରାମବାସୀ ୨୩/୨୪ ଅଗଷ୍ଟ ରାତିରେ ଧାରୁଆ ଅସ୍ତ୍ରରେ ହତ୍ୟା କରିଥିବା ଜଣାପଡ଼ିଛି। ହତ୍ୟା ପରେ ଶବ ନିକଟରେ ନକ୍ସଲମାନେ ମଧ୍ୟ ଏକ ପୋଷ୍ଟର ଫିଙ୍ଗି ଯାଇଥିଲେ। ଯେଉଁଥିରେ ଅଭିଯୋଗ ରହିଛି ଯେ ସେ ପୁଲିସର ସୂଚନାଦାତା କାର୍ଯ୍ୟ ନ କରିବାକୁ କିନ୍ତୁ ଗ୍ରାମବାସୀ ଲଞ୍ଚା ପୁନେମଙ୍କୁ ବାରମ୍ବାର ପ୍ରଜାକୋର୍ଟରେ ବୁଝାଇ ଦିଆଯାଇଥିବା ସତ୍ତ୍ଵେ ସେ କ୍ରମାଗତ ଭାବରେ ପୁଲିସ ସହିତ ଯୋଗାଯୋଗ ରହିବା ସହ ନକ୍ସଲ ଗତିବିଧି ସମ୍ପର୍କରେ ପୁଲିସକୁ ସୂଚନା ଦେଉଥିଲେ।

ନକ୍ସଲମାନଙ୍କ ଗଙ୍ଗାଲୁର ଏରିଆ କମିଟିର କ୍ୟାର୍ଡର ଏହି ହତ୍ୟାକାଣ୍ଡ ପାଇଁ ନିଜକୁ ଦାୟୀ କରିଛି। ମୃତଦେହ ନିକଟରେ ଫିଙ୍ଗା ଯାଇଥିବା ପୋଷ୍ଟରରେ ନକ୍ସଲମାନେ ସେମାନଙ୍କ ନିଷ୍ପତ୍ତିକୁ ଯଥାର୍ଥ କହି ଗ୍ରାମବାସୀଙ୍କ ହତ୍ୟାକୁ ମଧ୍ୟ ଯଥାର୍ଥତା କହିଛନ୍ତି। ଏହି ଘଟଣା ପରେ ପୁଷନାର ଗ୍ରାମ ଏବଂ ଏହାର ଆଖପାଖ ଅଞ୍ଚଳରେ ଭୟର ବାତାବରଣ ଦେଖିବାକୁ ମିଳିଛି। ଗଙ୍ଗାଲୁର ପୁଲିସ ଏହାର ତଦନ୍ତ କରୁଛି।ଗଙ୍ଗାଲୁର ଥାନାଧିକାରୀ ଯଶବନ୍ତ ଶ୍ୟାମ ଏହା ସୁନିଶ୍ଚିତ କରି କହିଛନ୍ତି ଯେ ଏହି ଘଟଣା ପରେ ନକ୍ସଲମାନେ ସେଠାରୁ ଫେରାର ହୋଇଯାଇଥିଲେ। ମୃତଦେହକୁ ଜବତ କରାଯାଇ ଶବ ବ୍ୟବଛେଦ ପାଇଁ ପଠାଯାଇଛି। ହତ୍ୟାକାଣ୍ଡର ତଦନ୍ତ ଜାରି ରହିଛି ଏବଂ ପୁଲିସ ସବୁ ଦିଗକୁ ଯାଞ୍ଚ କରିବା ସହ ତଦନ୍ତ କରୁଛି ବୋଲି ଥାନାଧିକାରୀ ଶ୍ରୀ ଶ୍ୟାମ ସୂଚନା ଦେଇଛନ୍ତି।

  • Related Posts

    Leave a Reply

    Your email address will not be published. Required fields are marked *

    You cannot copy content of this page