ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀରୁ ପ୍ରଥମ ଥର ଭାବେ ମଙ୍ଗୁ ଖିଲ ବିଧାୟକ ନିର୍ବାଚିତ ହେବା ପରେ ଅନେକ ସମୟରେ ଚର୍ଚ୍ଚାରେ ରହି ଆସିଛନ୍ତି। କେତେବେଳେ ନିଜେ ଡ଼ଙ୍ଗାରେ ଆହୁଲା ମାରି ଦୁର୍ଗମ ଅଞ୍ଚଳ ଲୋକଙ୍କ ଦୁଃଖ ବୁଝିଥିବା ବେଳେ ଆଉ କେତେବେଳେ ଜଳବନ୍ଦୀଙ୍କ ସମସ୍ୟା ଶୁଣିବାକୁ ଅଣ୍ଟାଏ ପାଣିରେ ପଶି ପହଁଞ୍ଚି ଯାଉଛନ୍ତି। ଯେମିତି ଏଇ କିଛି ଦିନ ପୂର୍ବରୁ ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲ କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ନାକାମାମୁଡି ପଞ୍ଚାୟତ ସ୍ବାଭିମାନ ଅଞ୍ଚଳର ତାଇମାଲ , ରାବା ନାରିଙ୍ଗିଝୋଲା ବକୁଲି ଖଜୁରୀଗୁଡା ଦରମାଗୁଡା ଟିକରପଡା ନଙ୍ଗଲ ପାଖନା ଭଳି ଆଦିବାସୀ ବହୁଳ ୫୦ରୁ ଉର୍ଦ୍ଧ୍ବ ଗାଁ ଜଳବନ୍ଦୀ ଥିବାବେଳେ ବିଧାୟକ ଅଣ୍ଟାଏ ପାଣିରେ ପଶି ଲୋକଙ୍କ ପାଖରେ ପହଁଞ୍ଚିଥିବା ବିଷୟରେ କହିଥିଲେ। ମାସ ମାସ ଧରି ଜଳବନ୍ଦୀ ଜୀବନ ବିତାଉଥିବା ଲୋକମାନେ ମଧ୍ୟ ନିଜ ବିଧାୟକକୁ ପାଖରେ ପାଇ ଖୁସି ହୋଇଥିଲେ। ପାନୀୟଜଳ ଠାରୁ ଆରମ୍ଭ କରି ଗମନାଗମନ , ଶିକ୍ଷା , ସ୍ବାସ୍ଥ୍ୟ , ବିଜୁଳି ଆଲୋକ ପାଇଁ ଛଟପଟ ହେଉଛନ୍ତି ସ୍ବାଭିମାନ ଅଞ୍ଚଳବାସୀ ବୋଲି ବାଚସ୍ପତି ସୁରମା ପାଢୀଙ୍କ ସହ ସବିଶେଷ ଆଲୋଚନା କରିଥିଲେ।ଏହା ସହିତ ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀରେ ଥିବା ବିଭିନ୍ନ ସରକାରୀ ବିଭାଗରେ ଖାଲି ପଡିଥିବା ପଦବୀ କିପରି ପୁରଣ ସମ୍ପର୍କରେ ଜଣାଇଥିଲେ। ବିଶେଷ କରି ବାଲିମେଳା ଭଳି ଅତି ପୁରାତନ ସହରରେ ଆଜି ପର୍ଯ୍ୟନ୍ତ ଗୋଟିଏ ଅଗ୍ନିଶମ ବିଭାଗର ସ୍ବତନ୍ତ୍ର ବ୍ୟବସ୍ଥା ହୋଇ ପାରିନାହିଁ। ବାଲିମେଳା ବିଜ୍ଞାପିତ ପରିଷଦ ଅଞ୍ଚଳରେ ଆଖି ଦୃଷ୍ଟିଆ ଜନବସତି ରହିବା ସହ ଅନେକ ସରକାରୀ ଏବଂ ବେସରକାରୀ ସଂସ୍ଥା ଅଛି।ଅକସ୍ମାତ କୌଣସି ଅଘଟଣ ପାଇଁ ଅଗ୍ନିଶମ ବାହିନୀର ଆବଶ୍ୟକ ପଡିଲେ, ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବାକୁ ପଡ଼ିଥାଏ। ଫଳରେ ଅଞ୍ଚଳବାସୀ ଅନେକ କ୍ଷୟକ୍ଷତିର ସମ୍ମୁଖୀନ ହେବାକୁ ପଡେ। ବାଲିମେଳା ଠାରୁ ନିକଟତର ଅଗ୍ନିଶମ କାର୍ଯ୍ୟାଳୟ କୋରୁକୋଣ୍ଡା, ଯାହା ପାଖାପାଖି ୧୫ କିଲୋମିଟର ଦୂରରେ ରହିଛି ବୋଲି ବିଧାୟକ ସୂଚାଇଥିଲେ। ବାଚସ୍ପତିଙ୍କ ସହ ଦୀର୍ଘ ସମୟର ଆଲୋଚନାରେ ଅଞ୍ଚଳବାସୀଙ୍କ ବିଭିନ୍ନ ସମସ୍ୟା ଏବଂ ଆଦିବାସୀ ଅଧ୍ୟୁଷିତ ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀର ସମସ୍ତ ଯୁବପିଢି କିପରି ଉନ୍ନତ ଶିକ୍ଷା ପାଇବା ସଙ୍ଗେ ସଙ୍ଗେ ରୋଜଗାର କ୍ଷମ ହୋଇପାରିବେ ସେନେଇ ଚିନ୍ତା ପ୍ରକଟ କରିଥିଲେ। ତେବେ ବିଧାୟକ ମଙ୍ଗୁ ଖିଲଙ୍କ ସମସ୍ତ ସମସ୍ୟାର ସମାଧାନ ଦିଗରେ ମୋର ସହଯୋଗ ରହିବ ବୋଲି ବାଚସ୍ପତି ସୁରମା ପାଢୀ ପ୍ରତିଶ୍ରୁତି ଦେଇଛନ୍ତି।
ଜିଲ୍ଲା ରେଡକ୍ରସ ସୋସାଇଟି ପକ୍ଷରୁ ରକ୍ତଦାନ ଶିବିର।
ମାଲକାନଗିରି(କ୍ରୋନିକ ଓଡ଼ିଶା)ରକ୍ତ ଦାନ ଏକ ମହତ ଦାନ। ରକ୍ତ ଅଭାବ କାରଣରୁ ଚିକିତ୍ସାଧିନ ଅବସ୍ଥାରେ ଅନେକ ଲୋକଙ୍କ ଜୀବନ ଚାଲି ଯାଇଥାଏ। ରକ୍ତ ଦାନ କରିବା ଦ୍ୱାରା ଅନେକ ଲୋକଙ୍କ ଜୀବନ ବଞ୍ଚି ପାରିବ । ଏସବୁକୁ ଦୃଷ୍ଟିରେ ରଖି ମାଲକାନଗିରି…