ମାଲକାନଗିରି(କ୍ରୋନିକ ଓଡ଼ିଶା) ପ୍ରବଳ ପବନ ଏବଂ ଲଗାଣ ବର୍ଷାରେ ଏକ ଗଛ ଉପୁଡି ପଢ଼ି ରାସ୍ତା ଅବରୋଧ । ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ବେଜଙ୍ଗିୱାଡ଼ାରୁ ବାଲିମେଳାକୁ ସଂଯୋଗ କରୁଥିବା ଜାତୀୟ ରାଜପଥର କାଲୁଗୁଡା ଠାରେ ଝଡବାତ୍ୟାରେ ଏକ ବିରାଟ ଗଛ ଉପୁଡି ପଡିବାରୁ ରାସ୍ତା ଅବରୋଧ ହୋଇଥିଲା। ଏଥିପାଇଁ ଉକ୍ତ ରାସ୍ତାରେ ପାଖାପାଖି ୧ ରୁ ୨ ଘଣ୍ଟା ଯାନବାହନ ଚଳାଚଳ ବ୍ୟାହତ ଘଟିବା ସହ ଜଣେ ଗାଡି ଚାଳକ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଥିବା ଜଣାପଡିଛି। ସ୍କୁଟି ଚାଳକ ଜଣଙ୍କ ବେଜଙ୍ଗିୱାଡ଼ାରୁ ବାଲିମେଳା ଅଭୀମୁଖେ ଯାଉଥିବା ସମୟରେ ହଠାତ ଗଛଟି ଉପୁଡି ପଡି ତାଙ୍କ ସ୍କୁଟି ସହ ବାଡେଇ ହୋଇଥିଲା। ଯାହା ଦ୍ବାରା ସେ ସାମାନ୍ୟ ଆହତ ହୋଇଥିବା କୁହାଯାଉଛି। ତେବେ ଏ ସମ୍ପର୍କରେ ଖବର ପାଇ କାଲିମେଳା ଅଗ୍ନିସମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ଗଛକୁ ମେସିନ ସାହାଯ୍ୟରେ କାଟି ରାସ୍ତା ସଫା କରିବା ପରେ ଯାନବାହନ ଚଳାଚଳ ସ୍ବାଭାବିକ ହୋଇଥିବା ସୂଚନା ମିଳିଛି।
ବିଜେପିରେ ଯୋଗ ଦେଲେ ବିଜେଡି ଜିଲ୍ଲା ଉପ ସଭାପତି।
ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା ବିଜେପି କାର୍ଯ୍ୟାଳୟ ପରିସରରେ ଆଜି ବିଜେପି ଜିଲ୍ଲା ସଭାପତି ନିମାଇଁ ଚରଣ ପାଲଙ୍କ ନେତୃତ୍ୱରେ ବୁଥ ସ୍ତରୀୟ ନିର୍ବାଚନ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ରାଜ୍ୟରୁ ଆସିଥିବା ଜିଲ୍ଲା ପର୍ଯ୍ୟବେକ୍ଷକ ଅଜୟ କୁମାର ସ୍ୱାଇଁ,…