ମାଲକାନଗିରି(କ୍ରୋନିକ ଓଡ଼ିଶା)ଗଭୀର ଜଳରେ ବୁଡିଯାଉଥିବା ଜଣେ ଯୁବକକୁ ଉଦ୍ଧାର କରି ସାହାସିକତାର ପରିଚୟ ଦେଲେ ଶିକ୍ଷକ। ଉଦ୍ଧାର ହୋଇଥିବା ଯୁବକ ହେଲେ କୋରୁକୋଣ୍ଡା ବ୍ଲକ ପୁରୁଣା ଚିମିଟାପଲ୍ଲୀ ପଞ୍ଚାୟତ ଅନ୍ତର୍ଗତ ପୁରୁଣା କତାପାଲି ଗ୍ରାମର ମୁକା କବାସୀ।ଏପରି ଏକ ହୃଦୟସ୍ପର୍ଶୀ କାର୍ଯ୍ୟ ପାଇଁ ଶିକ୍ଷକ ଜଣଙ୍କ ଏବେ ବିଭିନ୍ନ ମହଲରେ ପ୍ରଶଂସିତ। ତେବେ ମିଳିଥିବା ସୂଚନାନୁସାରେ ବାଲିମେଳା ପୋଟେରୁ ଜଳସେଚନ ବିଭାଗର ସୋରଲୁକୋଣ୍ଡା ବ୍ୟାରେଜ ଜଳ ମଧ୍ୟକୁ ବାଲିମେଳା ପଟୁ ଯାଉଥିବା ମୁକା କବସି ନିଜ ମୋଟର ସାଇକେଲର ଭାରସାମ୍ୟ ହରାଇ ବ୍ୟାରେଜର ଗଭୀର ଜଳ ମଧ୍ୟକୁ ଖସି ପଡିଥିଲେ। ଏହି ସମୟରେ ସେହି ବାଟ ଦେଇ ବିଦ୍ୟାଳୟରୁ ଫେରୁଥିବା ଶିକ୍ଷକ ଗଙ୍ଗା ମାଡକାମୀ ଯୁବକଟି ପାଣିରେ ବୁଡି ଯାଉଥିବା ଦେଖି ନିଜ ଜୀବନକୁ ବାଜି ଲଗାଇ ଗଭୀର ଜଳ ମଧ୍ୟକୁ ଡେଇଁ ପଡିଥିଲେ। ଯୁବକଙ୍କୁ ଉଦ୍ଧାର କରି ତୁରନ୍ତ ଆମ୍ବୁଲାନ୍ସ ଡକାଇ ଚିକିତ୍ସା ନିମନ୍ତେ ବାଲିମେଳା ଆଞ୍ଚଳିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲେ। ତେବେ ଶିକ୍ଷକଙ୍କର ଏପରି ସାହାସିକତାକୁ ସାଧାରଣରେ ବହୁ ପ୍ରଶଂସା କରିବା ସହ ଶିକ୍ଷକ ଶ୍ରୀ ମାଡକାମୀଙ୍କୁ ସାହାସିକତା ପୁରସ୍କାର ପ୍ରଦାନ କରିବାକୁ ବିଭିନ୍ନ ମହଲରେ ଦାବି ହେଉଛି।
ବିଜେପିରେ ଯୋଗ ଦେଲେ ବିଜେଡି ଜିଲ୍ଲା ଉପ ସଭାପତି।
ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା ବିଜେପି କାର୍ଯ୍ୟାଳୟ ପରିସରରେ ଆଜି ବିଜେପି ଜିଲ୍ଲା ସଭାପତି ନିମାଇଁ ଚରଣ ପାଲଙ୍କ ନେତୃତ୍ୱରେ ବୁଥ ସ୍ତରୀୟ ନିର୍ବାଚନ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ରାଜ୍ୟରୁ ଆସିଥିବା ଜିଲ୍ଲା ପର୍ଯ୍ୟବେକ୍ଷକ ଅଜୟ କୁମାର ସ୍ୱାଇଁ,…