ମାଲକାନଗିରି(କ୍ରୋନିକ ଓଡ଼ିଶା)ଶିକ୍ଷା ବର୍ଷ ଆସି ଅଧାରେ ପହଁଞ୍ଚିଲାଣି ହେଲେ ଏପର୍ଯ୍ୟନ୍ତ ଛାତ୍ରଛାତ୍ରୀ ମାନଙ୍କୁ ପୋଷାକ ବଣ୍ଟନ ହୋଇ ପାରିଲା ନାହିଁ। ଜିଲ୍ଲାର ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଚଳିତ ବର୍ଷ ପ୍ରଥମ ଶ୍ରେଣୀରେ ନୂତନ ଭାବେ ନାମ ଲେଖାଇଥିବା ଛାତ୍ରଛାତ୍ରୀ ବିନା ୟୁନିଫର୍ମରେ ଦୀର୍ଘ ଛଅ ମାସ ଧରି ବିଦ୍ୟାଳୟକୁ ଆସୁଛନ୍ତି। ସେହିଭଳି ଷଷ୍ଠ ଶ୍ରେଣୀକୁ ଉନ୍ନୀତ ହୋଇଥିବା ଛାତ୍ରୀମାନେ ଚୁଡିଦାର ବଦଳରେ ପୁରୁଣା ଫ୍ରକ୍ ପିନ୍ଧି ବିଦ୍ୟାଳୟକୁ ଆସୁଥିବା ଦେଖିବାକୁ ମିଳୁଛି। ପୂର୍ବରୁ ଦୀର୍ଘ ବର୍ଷ ଧରି ବିଦ୍ୟାଳୟ ପରିଚାଳନା କମିଟି ଦ୍ବାରା ପୋଷାକ ହେଉଥିଲା କିନ୍ତୁ ଚଳିତ ବର୍ଷ ଏଥିରେ ବ୍ୟତିକ୍ରମ ଦେଖିବାକୁ ମିଳିଛି। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ସ୍ବୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ପୋଷାକ ବଣ୍ଟନ ହେବାକୁ ଥିବାବେଳେ ପୋଷାକ ବଣ୍ଟନରେ ଘୋର ଅବ୍ୟବସ୍ଥା ଦେଖା ଦେଇଛି। ମାଲକାନଗିରି ଜିଲ୍ଲାରେ ସ୍ବୟଂ ସହାୟକ ଗୋଷ୍ଠୀ(ଏସଏଚଜି) ମାଆମାନଙ୍କ ଦ୍ବାରା ବିଗତ ଦୁଇ ବର୍ଷ ପୋଷାକ ବଣ୍ଟନ କରାଯାଇଥିଲା କିନ୍ତୁ ଏହା ଦ୍ବାରା ବହୁତ ଅବ୍ୟବସ୍ଥା ଦେଖା ଯାଇଥିଲା। ଚଳିତ ଶିକ୍ଷା ବର୍ଷରେ ପୁନର୍ବାର ସ୍ବୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କୁ ପୋଷାକ ବଣ୍ଟନ ପାଇଁ ନିଷ୍ପତି ହୋଇଥିବା ଯୋଗୁଁ ଆଜି ପର୍ଯ୍ୟନ୍ତ ପୋଷାକ ବଣ୍ଟନ ପ୍ରକ୍ରିୟା ଆରମ୍ଭ ହୋଇ ପାରିନାହିଁ। ଆଗାମୀ ଏକ ସପ୍ତାହ ମଧ୍ୟରେ ଦଶହରା ପୂଜା ଛୁଟି ହେବାକୁ ଥିବାବେଳେ ଜିଲ୍ଲାର ହଜାର ହଜାର ଛାତ୍ରଛାତ୍ରୀ କେବେ ପୋଷାକ ପାଇବେ ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ତେବେ ମାଲକାନଗିରି ଜିଲ୍ଲା ଶିକ୍ଷାଧିକାରୀ ବିଶ୍ଵନାଥ ସାହୁଙ୍କ ନିର୍ଦ୍ଦେଶ ଅନୁଯାୟୀ ଗତ ସେପ୍ଟେମ୍ବର ୨୭ ତାରିଖରେ ସମସ୍ତ ବିଦ୍ୟାଳୟ ସହ ସ୍ବୟଂ ସହାୟକ ଗୋଷ୍ଠୀ ମଧ୍ୟରେ ଚୁକ୍ତିନାମା ପ୍ରକ୍ରିୟା ଶେଷ କରି ୩୦ ତାରିଖ ସୁଦ୍ଧା ପୋଷାକ ପ୍ରଦାନ ପାଇଁ ଦିନ ନିର୍ଦ୍ଧାରିତ ହୋଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ପୋଷାକ ବଣ୍ଟନ ଦୂରର କଥା ଏଯାଏଁ ଚୁକ୍ତିନାମା ହୋଇ ପାରିନାହିଁ। ଯାହା ଫଳରେ ଛାତ୍ରଛାତ୍ରୀ ଏବଂ ଅଭିଭାବକ ମଧ୍ୟରେ ଘୋର ଅସନ୍ତୋଷ ଦେଖାଦେଇଛି। ଏ ସମ୍ପର୍କରେ ଜେଣ୍ଡର କୋର୍ଡିନେଟର ଶଙ୍କୁତଳା ମାଝିଙ୍କୁ ପଚାରିବାରୁ ଗତକାଲି ଠାରୁ କିଛି ପଞ୍ଚାୟତରେ ପୋଷାକ ବଣ୍ଟନ ଆରମ୍ଭ ହୋଇଛି। ଖୁବଶୀଘ୍ର ଜିଲ୍ଲାର ସମସ୍ତ ବିଦ୍ୟାଳୟକୁ ପୋଷାକ ପ୍ରଦାନ କରାଯିବ ବୋଲି କହିଥିଲେ। ତେବେ ୟୁନିଫର୍ମ ନ ପାଇବା ଯୋଗୁଁ ବିଦ୍ୟାଳୟରେ ଶୈକ୍ଷିକ ବାତାବରଣ ବାଦ୍ଧାପ୍ରାପ୍ତ ହେଉଛି ଏବଂ ଏଣେ ଶିକ୍ଷା ବର୍ଷ ଅଧା ହେବାକୁ ହେଲାଣି କିନ୍ତୁ ଏପର୍ଯ୍ୟନ୍ତ ପୋଷାକ କାହିଁକି ପହଁଞ୍ଚି ପାରିଲା ନାହିଁ। ଏଥିପ୍ରତି ଜିଲ୍ଲା ପ୍ରଶାସନ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଅଭିଭାବକ ମାନେ ଦାବି କରିଛନ୍ତି।
ଜିଲ୍ଲା ରେଡକ୍ରସ ସୋସାଇଟି ପକ୍ଷରୁ ରକ୍ତଦାନ ଶିବିର।
ମାଲକାନଗିରି(କ୍ରୋନିକ ଓଡ଼ିଶା)ରକ୍ତ ଦାନ ଏକ ମହତ ଦାନ। ରକ୍ତ ଅଭାବ କାରଣରୁ ଚିକିତ୍ସାଧିନ ଅବସ୍ଥାରେ ଅନେକ ଲୋକଙ୍କ ଜୀବନ ଚାଲି ଯାଇଥାଏ। ରକ୍ତ ଦାନ କରିବା ଦ୍ୱାରା ଅନେକ ଲୋକଙ୍କ ଜୀବନ ବଞ୍ଚି ପାରିବ । ଏସବୁକୁ ଦୃଷ୍ଟିରେ ରଖି ମାଲକାନଗିରି…