୨୫ ଲକ୍ଷ ଋଣ ବଦଳରେ ଦେଢ଼ କୋଟିର ସଂପତ୍ତି ନିଲାମ କଲା ବ୍ୟାଙ୍କ।

୨୫ ଲକ୍ଷ ଟଙ୍କାର ଋଣ ପାଇଁ ନିଲାମ ହୋଇଗଲା ଦେଢ କୋଟି ଟଙ୍କାର ସଂପତ୍ତି । ମାଲକାନଗିରି ସହରର ଜଣେ ପ୍ରତିଷ୍ଠିତ ବ୍ୟବସାୟୀ ନିରଞ୍ଜନ ସିଲଦାରଙ୍କ ନାମରେ ଥିବା ବର୍ଷା ଏଣ୍ଟରପ୍ରାଇଜ ଫର୍ଣ୍ଣିଚର ଦୋକାନ ଲାଗି ପଞ୍ଜାବ ନେସନାଲ୍ ବ୍ୟାଙ୍କରୁ ୨୫ ଲକ୍ଷ ଟଙ୍କାର ଋଣ ନେଇଥିଲେ । ହେଲେ ନିରଞ୍ଜନ କରୋନା ମହାମାରି ପୂର୍ବରୁ ୫ ଲକ୍ଷ ଟଙ୍କା ପରିଷଦ କରିଥିବା ବେଳେ କୋଭିଡ ପରେ ଆର୍ଥିକ ଦୂରାବସ୍ଥା ଯୋଗୁଁ ବାକି ଟଙ୍କା ପରିଷଦ କରିପାରିନଥିଲେ । ଏହାରି ଭିତରେ ମୂଳ ଓ ସୁଧ ହାର ମିଶି ଋଣ ୭୭ ଲକ୍ଷ ଟଙ୍କାରେ ପହଞ୍ଚିଥିବା ବେଳେ ପଞ୍ଜାବ ନେସନାଲ୍ ବ୍ୟାଙ୍କ ତାଙ୍କର ଦୋକାନ ଗୃହଟିକୁ ଅନ୍ୟ ଜଣଙ୍କୁ ବିକ୍ରି କରିଦେଇଛି । ହେଲେ ଋଣ ନେଇଥିବା ନିରଞ୍ଜନ ହାଲଦାର ଋଣ ପରିଶୋଧ କରିଦେବା କଥା କହି ହାଇକୋର୍ଟରୁ ଷ୍ଟେ ଅର୍ଡର ଆଣିଥିଲେ ମଧ୍ୟ ବ୍ୟାଙ୍କ ତାଙ୍କୁ କୌଣସି ସମୟ ନଦେଇ ଆଜି ପୋଲିସ ସହାୟତାରେ ଦୋକାନ ଗୃହଟିକୁ ଖାଲି କରିଛି । ନିଲାମ ପ୍ରକ୍ରିୟାରେ ଜଣେ ମାତ୍ର ବ୍ୟକ୍ତି ଭାଗ ନେଇଥିବା ବେଳେ ହରିଜନ ଜମି ଉପ ଜିଲ୍ଲାପାଳଙ୍କ ବିନା ଅନୁମତିରେ କେମିତି ନିଲାମ କରାଗଲା ବୋଲି ପ୍ରଶ୍ନ କରିଛନ୍ତି ଘର ମାଲିକ । ତେବେ କ୍ୟାମେରାକୁ ଏଡାଇ ଯାଇ ବ୍ୟାଙ୍କ ମେନେଜର କହିଛନ୍ତି ଯେ ସବୁ ନିୟମ ଅନୁଯାୟୀ ହୋଇଛି।

  • Related Posts

    Leave a Reply

    Your email address will not be published. Required fields are marked *

    You cannot copy content of this page