ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ମହାବିଦ୍ୟାଳୟରେ ଜାତୀୟ ସେବା ସଂସ୍ଥା ପ୍ରତିଷ୍ଠା ଦିବସରେ ମେଗା ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି। ଏହାକୁ ମହାବିଦ୍ୟାଳୟର ଅଧ୍ୟକ୍ଷ ଲିଙ୍ଗରାଜ ମିଶ୍ର ସଭାପତିତ୍ୱ କରିଥିବାବେଳେ, ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଶତତ ସଜ୍ଞାନ ସେବା (ଆଇ.ସି. ୟୁ) ମୁଖ୍ୟ ପରାମର୍ଶବିତ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦାନ କରି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ। ସମ୍ମାନିତ ଅତିଥିଭାବେ ମହାବିଦ୍ୟାଳୟ ଗଭର୍ଣ୍ଣିଂବଡି ସଭାପତି ଡକ୍ଟର ଉଦୟନାଥ ଖରା ଏବଂ ମାଲକାନଗିରି ଚିକିତ୍ସାଳୟର ଡକ୍ଟର ସାଗର କୁମାର ଵାଲା ମୁଖ୍ୟବକ୍ତା ଭାବେ ଯୋଗଥିଲେ। ଅନ୍ୟତମ ସମ୍ମାନିତ ଅତିଥି ଭାବେ ମାଥିଲି ଜିଲ୍ଲା ପରିଷଦ ସଦସ୍ୟା ଶ୍ରୀମତୀ ଶାନ୍ତିଲତା ମାଝୀ ଉପସ୍ଥିତ ରହିଥିଲେ। ମାଲକାନଗିରି ମହାବିଦ୍ୟାଳୟର ବରିଷ୍ଠ ପ୍ରଧ୍ୟାପକ ଅଶୋକ କୁମାର ଷଡ଼ଙ୍ଗୀ ଓ ବାଣିଜ୍ୟ ବିଭାଗ ମୁଖ୍ୟ ଡକ୍ଟର ରଞ୍ଜନ କୁମାର ସ୍ବାଇଁ ସମ୍ମାନିତ ଅତିଥି ରୂପେ ମଞ୍ଚାସୀନ ଥିଲେ। କାର୍ଯ୍ୟକ୍ରମ ଆରମ୍ଭରେ ଅତିଥି ମାନେ ଶ୍ରୀବିବେକାନନ୍ଦଙ୍କର ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ପ୍ରଦାନ କରିଥିଲେ। ମୁଖ୍ୟଅତିଥି ଡକ୍ଟର ମହାପାତ୍ର ରକ୍ତର କୌଣସି ବିକଳ୍ପ ନାହିଁ, ତେଣୁ ରକ୍ତଦାନ କରିବା ପାଇଁ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ।ମହାବିଦ୍ୟାଳୟର ଅଧ୍ୟକ୍ଷ ଲିଙ୍ଗରାଜ ମିଶ୍ର ରକ୍ତଦାତାଙ୍କୁ ଜୀବନଦାତା ସହ ତୁଳନା କରିବା ସହିତ ଏପରି ଏକ ପ୍ରୟାସକୁ ଭୂୟସୀ ପ୍ରଶଂସା କରିଥିଲେ। ମୁଖ୍ୟବକ୍ତା ଡକ୍ଟର ବାଲା ଛାତ୍ରଛାତ୍ରୀମାନଙ୍କ ଚରିତ୍ର ଗଠନ ଏବଂ ରକ୍ତଦାନର ଉପକାର, ସ୍ୱାସ୍ଥ୍ୟଗତ ସୁବିଧା ବିଷୟରେ ବୁଝାଇଥିଲେ।ସମ୍ମାନିତ ଅତିଥି ଡକ୍ଟର ଉଦୟନାଥ ଖରା ଛାତ୍ରଛାତ୍ରୀମାନଙ୍କୁ ସାମାଜିକ ମୂଲ୍ୟବୋଧ ଓ ଦାୟିତ୍ୱ ଉପରେ ଦୃଷ୍ଟି ନିକ୍ଷେପ କରିଥିଲେ।ଜାତୀୟ ଯୁବ ରେଡ଼କ୍ରସର ଜିଲ୍ଲା କନଭେନର ଡକ୍ଟର ରଞ୍ଜନ କୁମାର ସ୍ବାଇଁ ସ୍ବାଗତ ଭାଷଣ ସହ ମଞ୍ଚ ପରିଚାଳନା କରିଥିଲେ।ବରିଷ୍ଠ ପ୍ରାଧ୍ୟାପକ ଶ୍ରୀ ଷଡ଼ଙ୍ଗୀ ଯୋଗ୍ୟ ବ୍ୟକ୍ତି ମାନଙ୍କୁ ନିଶ୍ଚିତ ରକ୍ତଦାନ କରିବା ନିମନ୍ତେ ବାଧ୍ୟତାମୂଳକ କରାଯାଉ ବୋଲି ବକ୍ତବ୍ୟ ପ୍ରଦାନ କରିଥିଲେ। ରକ୍ତଦାନ ଆରମ୍ଭରେ ଅଧ୍ୟାପିକା ଆର. କ୍ରାନ୍ତି ସାଗର, ପ୍ରମୋଦ କୁମାର ପରିଡା ଏବଂ ଅଧ୍ୟାପିକା ଦିପ୍ତୀରେଖା ମିଶ୍ର ରକ୍ତଦାନ କରି ଛାତ୍ରଛାତ୍ରୀ ମାନଙ୍କୁ ରକ୍ତଦାନ କରିବା ନିମନ୍ତେ ଉତ୍ସାହିତ କରିଥିଲେ। ଜାତୀୟ ସେବା ସଂସ୍ଥା ବାଳକ ବିଭାଗର କାର୍ଯ୍ୟ ନିର୍ବାହୀ ଅଧିକାରୀ ଗୌତମ ନାୟକ ଏବଂ ବାଳିକା ବିଭାଗର କାର୍ଯ୍ୟ ନିର୍ବାହୀ ଅଧିକାରୀଣୀ ପ୍ରେମରେଖା ଭତ୍ରାଙ୍କ ଉଦ୍ୟମରେ ମାଲକାନଗିରି ମହାବିଦ୍ୟାଳୟରେ ପ୍ରଥମ ଥର ପାଇଁ ରେକର୍ଡ ସଂଖ୍ୟକ ୬୨ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା।ଯାହାକି ଜିଲ୍ଲାର ମହାବିଦ୍ୟାଳୟ ମାନଙ୍କ ମଧ୍ୟରେ ସର୍ବଶ୍ରେଷ୍ଠ ବିବେଚିତ କରିବା ସହ ରକ୍ତଭଣ୍ଡାର ତରଫରୁ ମାନପତ୍ର ଏବଂ ସିଲ୍ଡ଼ ପ୍ରଦାନ କରାଯାଇଥିଲା।ଏହି ରକ୍ତଦାନ ଶିବିରକୁ ମାଲକାନଗିରି ରକ୍ତଭଣ୍ଡାରର ନର୍ସିଂ ଅଫିସର ଏନ. ସୁବର୍ଣ୍ଣା, ଲ୍ୟାବ ଟେକନିସିଆନ ସରୋଜ କୁମାର ପଣ୍ଡା, ମାନା ଖେମୁଣ୍ଡୁ ପ୍ରମୁଖ ଉପସ୍ଥିତ ରହି ସହାୟତା ପ୍ରଦାନ କରିଥିଲେ।ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଶତାଧିକ ଛାତ୍ରଛାତ୍ରୀ ଏବଂ ପୁରାତନ ଛାତ୍ରଛାତ୍ରୀ ମାନେ ଭରପୁର ସାହାଯ୍ୟ ସହଯୋଗ କରିଥିବା ବେଳେ ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଉପସ୍ଥିତ ରହି କାର୍ଯ୍ୟକ୍ରମଟିକୁ ସାଫଲ୍ୟମଣ୍ଡିତ କରିଥିଲେ l ଶେଷରେ ମଧ୍ୟାହ୍ନ ଭୋଜନ ପରେ କାର୍ଯ୍ୟକ୍ରମରେ ସମସ୍ତ ରକ୍ତଦାତା ମାନଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା। ଅଧ୍ୟାପକ ଗୌତମ ନାୟକ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।
ବିଜେପିରେ ଯୋଗ ଦେଲେ ବିଜେଡି ଜିଲ୍ଲା ଉପ ସଭାପତି।
ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା ବିଜେପି କାର୍ଯ୍ୟାଳୟ ପରିସରରେ ଆଜି ବିଜେପି ଜିଲ୍ଲା ସଭାପତି ନିମାଇଁ ଚରଣ ପାଲଙ୍କ ନେତୃତ୍ୱରେ ବୁଥ ସ୍ତରୀୟ ନିର୍ବାଚନ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ରାଜ୍ୟରୁ ଆସିଥିବା ଜିଲ୍ଲା ପର୍ଯ୍ୟବେକ୍ଷକ ଅଜୟ କୁମାର ସ୍ୱାଇଁ,…