ଜିଲ୍ଲାସ୍ତରୀୟ ବିକାଶ ମେଳା ଉଦଘାଟିତ।

ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ସଦର ମହକୁମାସ୍ଥିତ ଡି ଏନ୍ କେ ଖେଳ ପଡ଼ିଆରେ ସୂଚନା- ଶିକ୍ଷା – ସଞ୍ଚାର କାର୍ଯ୍ୟକ୍ରମ ଓ ଜିଲ୍ଲାସ୍ତରୀୟ ବିକାଶ ମେଳା ଉଦଘାଟିତ ହୋଇଯାଇଛି । ଏହି ମେଳାରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ନବରଙ୍ଗପୁର ସାଂସଦ, ବଳଭଦ୍ର ମାଝୀ, ମାଲକାନଗିରି ବିଧାୟକ, ନରସିଂହ ମାଡକାମୀ, ଚିତ୍ରକୋଣ୍ଡା ବିଧାୟକ, ମଙ୍ଗୁ ଖିଲ ଓ ଜିଲ୍ଲାପାଳ, ଆଶିଷ ଈଶ୍ୱର ପାଟିଲ ଉପସ୍ଥିତ ଥିଲେ। ଶିକ୍ଷାର ବିକାଶ ହେଲେ ରାଜ୍ୟ ତଥା ଦେଶର ବିକାଶ ହେବ ବୋଲି ମନ୍ତ୍ରୀ ଶ୍ରୀ ଗଣ୍ଡ ପ୍ରକାଶ କରିଛନ୍ତି। ରାଜ୍ୟ ସରକାର ଉତ୍ତମ ଶୈକ୍ଷିକ ଭିତ୍ତିଭୂମୀ ଓ ଗୁଣାତ୍ମକ ଶିକ୍ଷା ନିମନ୍ତେ ପଦକ୍ଷେପ ନେଉଛନ୍ତି। ଜନଜାତିଙ୍କ ବିକାଶ, ନାରୀଶକ୍ତିର ଅଭିବୃଦ୍ଧି, ଭିନ୍ନକ୍ଷମଙ୍କ ସଶକ୍ତିକରଣ, ସ୍ଵାସ୍ଥ୍ୟ ଓ କୃଷି ଇତ୍ୟାଦି ବିଷୟ ନେ଼ଇ ରାଜ୍ୟ ସରକାରଙ୍କ ପଦକ୍ଷେପ ସଂପର୍କରେ ମନ୍ତ୍ରୀ ଆଲୋକପାତ କରିଛନ୍ତି। ଓଡ଼ିଶାର ଐତିହ୍ୟ, ସଂସ୍କୃତି ଓ ପରମ୍ପରା ସହ ଓଡ଼ିଆ ଅସ୍ମିତାକୁ ବଜାୟ ରଖିବା ପାଇଁ ରାଜ୍ୟ ସରକାର ବଦ୍ଧ ପରିକର ବୋଲି ମନ୍ତ୍ରୀ ପ୍ରକାଶ କରିଛନ୍ତି। ସର୍ବୋପରି ନୂଆ ସରକାରଙ୍କ ୧୦୦ ଦିନ ପୂର୍ତ୍ତିରେ କେନ୍ଦ୍ର ଓ ରାଜ୍ୟର ମିଳିତ ସହଭାଗିତାରେ ଓଡ଼ିଶାରେ ବିକାଶର ଯାତ୍ରା ଜାରି ରହିବ ବୋଲି ଉପସ୍ଥିତ ଜନ ପ୍ରତିନିଧି ମତ ରଖିଥିଲେ।ଏହି ବିକାଶ ମେଳାରେ ପ୍ରଦର୍ଶିତ ଷ୍ଟଲ ମାଧ୍ୟମରେ ସରକାରଙ୍କ ଜନ ହିତକାରୀ ଯୋଜନା ଗୁଡିକ ବିଷୟରେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି ହେବ ଏବଂ ଲୋକ ଏଥିରୁ ଉପକୃତ ହୋଇପାରିବେ ବୋଲି ଜିଲ୍ଲାପାଳ କହିଛନ୍ତି। ଏହି କାର୍ଯ୍ୟକ୍ରମରେ ସୁଭଦ୍ରା ଯୋଜନା ସମେତ କୃଷି, ଗଣଶିକ୍ଷା, ମତ୍ସ୍ୟ, ଜନଜାତି ଉନ୍ନୟନ, ଭିନ୍ନକ୍ଷମ ସଶକ୍ତିକରଣ ଓ ଶ୍ରମ ଇତ୍ୟାଦି ବିଭାଗରୁ ସର୍ଵମୋଟ ୩୨ ଜଣ ହିତଧିକାରୀଙ୍କୁ ମନ୍ତ୍ରୀ ସହାୟତା ପ୍ରଦାନ କରିଛନ୍ତି । ଓରମାସ ପକ୍ଷରୁ ଆୟୋଜିତ ୩୨ ଟି ଷ୍ଟଲରେ ବିଭିନ୍ନ ବିଭାଗ ପ୍ରଦର୍ଶନୀ ଆୟୋଜନ କରିଛନ୍ତି । ନବୋଦୟ ବିଦ୍ୟାଳୟର ଛାତ୍ରୀମାନେ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ପରିବେଷଣ କରିଛନ୍ତି। ଏହି ଅବସରରେ ସାମୁହିକ ସ୍ବଚ୍ଛତା ଶପଥ ପାଠ କରାଯାଇଛି । ସେହିପରି ଏହି ମେଳାରେ କୋୟା, ସାନ୍ତାଳୀ, ଢେମସା ଓ ଗଡଙ୍ଗୀ ଲୋକ ନୃତ୍ୟ ପରିବେଷଣ କରାଯାଇଛି। ଜିଲ୍ଲାର ବିଭିନ୍ନ ବ୍ଲକ ଓ ପୌରାଞ୍ଚଳରୁ ପ୍ରାୟ ୫ ହଜାର ମହିଳା ଏହି ମେଳାରେ ଯୋଗ ଦେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ବାଲିମେଳା ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷ, ପ୍ରଦୀପ କୁମାର ନାୟକ, ଅତିରିକ୍ତ ଜିଲ୍ଲାପାଳ, ରାଜସ୍ୱ, ବେଦବର ପ୍ରଧାନ, ଅତିରିକ୍ତ ଜିଲ୍ଲାପାଳ, ସାଧାରଣ, ସୋମନାଥ ପ୍ରଧାନ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ନରେଶ ଚନ୍ଦ୍ର ଶବର, ଉପ ଜିଲ୍ଲାପାଳ, ଦୁର୍ଯ୍ୟଧନ ଭୋଇଙ୍କ ସମେତ ଅନ୍ୟାନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମକୁ ସୂଚନା ଓ ଲୋକସଂପର୍କ ଅଧିକାରୀ, ପ୍ରମିଳା ମାଝୀ ପରିଚାଳନା କରିଥିଲେ।

  • Related Posts

    ସାହସିକତାର ଏକ ଉଦାହରଣ: କାରେଗୁଟ୍ଟା ଅପରେସନରେ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ସାଗର ବୋରାଡେ ହରାଇଲେ ବାମ ଗୋଡ।

    ମାଲକାନଗିରି:ନିରଞ୍ଜନ ମଲ୍ଲ(କ୍ରୋନିକ ଓଡ଼ିଶା)କାରେଗୁଟ୍ଟା ଅପରେସନ୍ ମଧ୍ୟରେ ଯେତେବେଳେ ଜଣେ ସାଥି ଯବାନ ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଗୁରୁତର ଆହତ ହୋଇଥିଲେ ସେତେବେଳେ ସାଗର ବୋରାଡେ କମାଣ୍ଡାଣ୍ଟଙ୍କ ନିର୍ଦ୍ଦେଶକୁ ଖାତିର ନକରି ଆହତ ଯବାନଙ୍କୁ ସୁରକ୍ଷିତ ସ୍ଥାନକୁ ନେବାକୁ ଚେଷ୍ଟା କରୁଥିବା ସମୟରେ ଆଉ…

    ନକ୍ସଲପନ୍ଥିଙ୍କ ଶ୍ମଶାନ ପାଲଟିଲା କରେଗୁଟ୍ଟା ପାହାଡ – ଯବାନଙ୍କ ଜୋରଦାର ଆକ୍ରମଣ ; ୨୦ ରୁ ଉର୍ଦ୍ଧ୍ୱ ନକ୍ସଲ ନିପାତ।

    ମାଲକାନଗିରି:ନିରଞ୍ଜନ ମଲ୍ଲ(କ୍ରୋନିକ ଓଡ଼ିଶା)ମାଲକାନଗିରି ସୀମାନ୍ତ ଛତିଶଗଡ଼ ରାଜ୍ୟର ବିଜାପୁର ଜିଲ୍ଲା ଏବଂ ତେଲେଙ୍ଗାନା ସୀମାବର୍ତ୍ତି କରେଗୁଟ୍ଟା ପାହାଡ଼ରେ ଚାଲିଥିବା ବୃହତ୍ତର ନକ୍ସଲ ଅପରେସନର ୧୬ତମ ଦିନରେ ସୁରକ୍ଷା ବାହିନୀ ଏପର୍ଯ୍ୟନ୍ତ ସବୁଠାରୁ ବଡ଼ ସଫଳତା ହାସଲ କରିଛି। ବୁଧବାର ସକାଳେ ହୋଇଥିବା…

    Leave a Reply

    Your email address will not be published. Required fields are marked *

    You cannot copy content of this page