ପିରାମଲ୍ ଫାଉଣ୍ଡେସନ୍ ର ମାଲକାନଗିରି ଜିଲ୍ଲାର ଗାନ୍ଧୀ ଫେଲୋ ରୂପେଶ ସାହୁ ଚିତ୍ରକୋଣ୍ଡା ବ୍ଲକ୍ର ପଣସପୁଟ୍ ଗ୍ରାମ ପଞ୍ଚାୟତରେ ସେମାନଙ୍କର କମ୍ୟୁନିଟି ଇମର୍ସନ ସମୟରେ ଲାଇଭ୍ ଆକ୍ସନ ପ୍ରୋଜେକ୍ଟ (LAP) ଉପରେ କାମ କରୁଥିବାବେଳେ ଏହା ଦେଖିଥିଲେ ଯେ ପଞ୍ଚାୟତରେ କିଶୋରୀ ମାନଙ୍କ ମାସିକ ଧର୍ମ ସମୟରେ ସାନିଟାରୀ ପ୍ୟାଡ୍ ବ୍ୟବହାର କରିବା ଜାଣିନଥିଲେ l ପ୍ୟାଡ୍ ବ୍ୟବହାର ପରେ ଏହାକୁ ସଠିକ୍ ଭାବେ ନଷ୍ଟ କରିବା ନେଇ ପର୍ଯ୍ୟାପ୍ତ ଜ୍ଞାନର ଅଭାବ ଥିଲା l ଯାହା ଫଳରେ ସେମାନଙ୍କ ଦେହରେ ବିଭିନ୍ନ ପ୍ରକାରର ଚର୍ମରୋଗ ସୃଷ୍ଟି ହେଉଥିବା ଜାଣିବାକୁ ପାଇ ଥିଲେ l ଅଧିକାଂଶ କିଶୋରୀ ଏହି କାରଣରୁ ହଷ୍ଟେଲ ଛାଡି ଉଚ୍ଚ ଶିକ୍ଷା ବନ୍ଦକରି ଘରକୁ ଚାଲିଯାଇଥିବା ଦେଖା ଯାଉଛି।
ତେବେ ରୂପେଶ, ଦୀପା ରାଣୀ ନାୟକଙ୍କ ସାହାଯ୍ୟ ନେଇ (ଯିଏ ଅନ୍ ଇନ୍ ହିବିଟେଡ଼ ସଂସ୍ଥାରୁ “ଦି ପିରିଅଡ୍ ଫେଲୋସିପ” କରିଛନ୍ତି) ଦିନାଙ୍କ 12/ଅଗଷ୍ଟ/2024ରୁ 20/ ଅଗଷ୍ଟ/2024 ପର୍ଯ୍ୟନ୍ତ (୧୦ ଦିବସୀୟ) ଅନୁସୂଚିତ ଜାତି ଓ ଜନଜାତି ସରକାରୀ ଉଚ୍ଚ ବିଦ୍ୟାଳୟ ସହିତ ଗ୍ରାମ ସ୍ତରର 6ଟି ଆଙ୍ଗନବାଡ଼ୀ କେନ୍ଦ୍ର ଏବଂ କମ୍ୟୁନିଟି ସ୍ତରର 5ଟି ଗାଁରେ “ଋତୁ ସ୍ରାବ ସମୟରେ ଯତ୍ନ” ବିଷୟରେ ସଚେତନ କରିଥିଲେ l ଯାହା ଫଳରେ ରୂପେଶ ଏବଂ ଦୀପା ମିଳିତ ଭାବେ 300 ରୁ ଅଧିକ କିଶୋରୀ ମାନଙ୍କୁ ସଚେତନ କରିଥିଲେ। ଏହାରେ ସାନିଟାରୀ ପ୍ୟାଡ୍ର ସଠିକ୍ ବ୍ୟବହାର, ଭଲ ଭାବରେ ଡିସପୋଜ କରିବା, ମାସିକ ଧର୍ମ ପ୍ରକ୍ରିୟା ଏବଂ ଏହା ସମୟରେ ରଖିବାକୁ ହୋଇଥିବା ଆବଶ୍ୟକ ସାବଧାନତା ବିଷୟରେ ବିବରଣୀ ଦିଆଯାଇଥିଲା। ଏହା ପଞ୍ଚାୟତକୁ ଗୋଟିଏ ସ୍ୱାସ୍ଥ୍ୟକର ପଞ୍ଚାୟତ ଏବଂ ଡ୍ରପ୍ ଆଉଟ୍ ଫ୍ରି ପଞ୍ଚାୟତ କରିବାରେ ସାହାଯ୍ୟ କରିବ ଏବଂ ଏହା LSDG ଥିମ “Child Friendly Panchayat” କୁ ସମନ୍ବିତ କରିଥାଏ। ଉପରୋକ୍ତ ପ୍ରୋଗ୍ରାମକୁ ସଫଳ କରିବାରେ ପଣସପୁଟ୍ ଗ୍ରାମ ପଞ୍ଚାୟତର ସରପଞ୍ଚ ଶ୍ରୀ ଅର୍ଜୁନ ହନ୍ତାଲ, ଶାସକୀୟ SSD ହାଇ ସ୍କୁଲର ହେଡମାଷ୍ଟର ପ୍ରମୋଦ କୁମାର ରଥ, ସମସ୍ତ ସ୍କୁଲ ଷ୍ଟାଫ, ICDS ଷ୍ଟାଫ ଏବଂ OLM ଷ୍ଟାଫ ସହିତ ସମୁଦାୟର ମହତ୍ତ୍ୱପୂର୍ଣ୍ଣ ଅବଦାନ ଥିଲା। ଗାନ୍ଧୀ ଫେଲୋ ରୂପେଶ ସାହୁ କହିଛନ୍ତି ଯେ ଏହି ପ୍ରୋଗ୍ରାମ ଦୀପା ବିନା ସମ୍ଭବ ହେବା ନଥିଲା, ତେଣୁ ଦୀପା ଏହି ପ୍ରୋଗ୍ରାମର ମୁଖ୍ୟ ଭୂମିକାରେ ଥିଲେ ଏବଂ ଆଗକୁ ମଧ୍ୟ ଦୀପା ନିଜ ତରଫରୁ ଏହି ସଚେତନତା ଅଭିଯାନକୁ ମାଲକାନଗିରି ଜିଲ୍ଲାରେ ଜାରି ରଖିବେ ବୋଲି କହିଛନ୍ତି l