
ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକର ସୋମନାଥପୁର ପଞ୍ଚାୟତ ର ହାତୀଆମ୍ବ ଗ୍ରାମରୁ ନାକମାମୁଢି ପଂଚାୟତର ଗନ୍ଧିଗୁଡା ଗ୍ରାମକୁ ସଂଯୋଗ କରୁଥିବା ନୂତନ ପ୍ରଧାନ ମନ୍ତ୍ରୀ ସଡକ ଯୋଜନା ରାସ୍ତା ଯାହା ଅଧାପନ୍ତରିଆ ଅବସ୍ଥାରେ ପଡିରହିଛି। ଉକ୍ତ ରାସ୍ତା ମଧ୍ୟରେ ଗତ ଲଗାଣ ବର୍ଷାର ଝଡ଼ ତୋଫାନ ପ୍ରଭାବ ରେ ଏକ ଗଛ ପଡିଥିବା ହେତୁ ଗନ୍ଧିଗୁଡା ଗ୍ରାମକୁ ଯାତାୟାତ ସମ୍ପୂର୍ଣ୍ଣ ଠପ ହୋଇଯାଇଛି। ଯାତାୟାତ ଠପ ହେବା ଦ୍ୱାରା ଗନ୍ଧିଗୁଡା ଗ୍ରାମ ଏକ ପ୍ରକାର ବାହ୍ୟ ଜଗତରୁ ବିଚ୍ଛିନ୍ନ ରହିଛି। ଯଦି ବର୍ତ୍ତମାନ କୌଣସି ଜରୁରୀକାଳୀନ ପରିସ୍ଥିତି ରେ ଗ୍ରାମବାସୀ ଙ୍କର ସ୍ବାସ୍ଥ୍ୟଗତ ସମସ୍ୟା ଦେଖାଯାଏ ତାହେଲେ ଏଥିପାଇଁ କିଏ ଦାୟୀ ରହିବ ବୋଲି ସେମାନେ ପ୍ରଶ୍ନ କରିଛନ୍ତି। ତେବେ ଏନେଇ ଗ୍ରାମବାସୀ ବାରମ୍ବାର ବ୍ଲକ ପ୍ରଶାସନ କୁ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିବା କହିଛନ୍ତି। ଏନେଇ ଉଭୟ ପଂଚାୟତ ର ପଂଚାୟତ ଅଧିକାରୀ ଜାଣିଥିଲେ ସୁଦ୍ଧା କୌଣସି ପଦକ୍ଷେପ ନେଉନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ତେଣୁ ତୁରନ୍ତ ଏହି ଗଛ କୁ ହଟାଇ ଯାତାୟାତ ସ୍ୱାଭାବିକ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।