ସ୍ୱାଭିମାନ ଅଞ୍ଚଳ ବଡପଡାରେ ଖୋଲିଲା ଦଶମ ବାର୍ଷିକ ପରୀକ୍ଷା କେନ୍ଦ୍ର।

ମାଲକାନଗିରି,(କ୍ରୋନିକ ଓଡ଼ିଶା)ଜିଲ୍ଲାର ଜନଜାତି ଛାତ୍ରଛାତ୍ରୀଙ୍କ ଶିକ୍ଷାର ବିକାଶ ପାଇଁ ଅଗ୍ରାଧିକାର ଦେଉଛନ୍ତି ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ। ଜିଲ୍ଲାପାଳଙ୍କ ଦୂରଦୃଷ୍ଟି ସମ୍ପନ୍ନ ପଦକ୍ଷେପ ଯୋଗୁଁ ସ୍ଵାଭିମାନ ଅଞ୍ଚଳ ମାଲକାନଗିରିରେ ଚଳିତ ବର୍ଷ ପ୍ରଥମ ଥର ପାଇଁ ଦଶମ ବାର୍ଷିକ ହାଇସ୍କୁଲ ପରୀକ୍ଷା କେନ୍ଦ୍ର ଅୟୋଜନ ହୋଇପାରିଛି। ସ୍ଵାଭିମାନ ଅଞ୍ଚଳ ର 05 ଗୋଟି ଉଚ୍ଚ ବିଦ୍ୟାଳୟର ପ୍ରାୟ 97 ଜଣ ଛାତ୍ର ଛାତ୍ରୀ ସରକାରୀ ଏସ ଏସ ଡି ଉଚ୍ଚ ବିଦ୍ୟାଳୟ ବଡପଡା ରେ ପରୀକ୍ଷା ରେ ସାମିଲ ଅଛନ୍ତି। ପୂର୍ବରୁ ଏହି ଛାତ୍ର ଛାତ୍ରୀ ମାନେ ପ୍ରାୟ 22 କିଲୋମିଟର ରାସ୍ତା ଅତିକ୍ରମ କରି ଚିତ୍ରକୋଣ୍ଡା ଠାରେ ପରୀକ୍ଷା ଦେଉଥିଲେ। ସ୍ଵାଭିମାନ ଅଞ୍ଚଳ ର 04 ଗୋଟି ଉଚ୍ଚ ବିଦ୍ୟାଳୟର ପ୍ରାୟ 97 ଜଣ ଛାତ୍ର ଛାତ୍ରୀଙ୍କ ନିମନ୍ତେ ସରକାରୀ ଏସ ଏସ ଡି ଉଚ୍ଚ ବିଦ୍ୟାଳୟ ବଡପଡା ଠାରେ ପରୀକ୍ଷା କେନ୍ଦ୍ରର ଟିଏ ଅନୁମୋଦନ କରିଥିବା ଯୋଗୁଁ ଅଞ୍ଚଳ ବାସି ଛାତ୍ର ଛାତ୍ରୀ ଓ ଜନସାଧାରଣ ମାଧ୍ୟମିକ ଶିକ୍ଷା ପରିଷଦ ଓ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଙ୍କୁ ଧନ୍ୟବାଦ ଦେଇ ଅଛନ୍ତି। ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ଶିକ୍ଷା ଅଧିକାରୀ ଚିତ୍ତରଞ୍ଜନ ପାଣିଗ୍ରାହୀ ନିଜେ ସ୍ଵାଭିମାନ ଅଞ୍ଚଳ ଗସ୍ତ କରି ପରୀକ୍ଷା କେନ୍ଦ୍ରର ତଦାରଖ କରି ଥିଲେ। ପରୀକ୍ଷା ସୁପରିଚାଳନା ପାଈଁ ପ୍ରଧାନ ଶିକ୍ଷକ ଓ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ଧନ୍ୟବାଦ୍ ଜଣାଇ ଥିଲେ।

  • Related Posts

    ଜିଲ୍ଲା ବିଜେଡି ପକ୍ଷରୁ ବିଜୁ ବାବୁଙ୍କ ୧୧୦ ତମ ଜନ୍ମ ବାର୍ଷିକୀ ପାଳିତ।

    ମାଲକାନଗିରି: ନିରଞ୍ଜନ ମଲ୍ଲ(କ୍ରୋନିକ ଓଡ଼ିଶା) ମାଲକାନଗିରି ଜିଲ୍ଲା ବିଜୁ ଜନତା ଦଳ ତରଫରୁ ମହାନ ଜନନାୟକ ତଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ୧୧୦ ତମ ଜୟନ୍ତୀରେ ଜିଲ୍ଲା ପାଳ କାର୍ଯ୍ୟାଳୟ ସମ୍ମୁଖ ରେ ଥିବା ତାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ…

    Continue reading
    ଆଶ୍ରମ ବିଦ୍ୟାଳୟରେ ସାଂଘାତିକ ଅଭିଯୋଗ ; ଛାତ୍ରଛାତ୍ରୀଙ୍କୁ ମିଳୁନାହିଁ ମେନୁ ମୁତାବକ ଖାଦ୍ୟ।

    ଜଳଖିଆରେ ୧୦ ଟଙ୍କା ବିସ୍କୁଟ ବଦଳରେ ମିଳୁଛି ୩ ଟଙ୍କିଆ ବିସ୍କୁଟ। ସବୁଦିନ ମିଳୁଛି ପାଣିଆ ଡାଲି ; ଆମିଷ ଦିନ ଦୁଇ ଖଣ୍ଡ ଚିକେନ। ଭଣ୍ଡାର ଘରୁ ୫୦ କେଜି ଚାଉଳ ବସ୍ତା ବୋହୁଛନ୍ତି ଛାତ୍ର। ବ୍ୟକ୍ତିଗତ କାର୍ଯ୍ୟ ,ବାଡ଼…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଜିଲ୍ଲା ବିଜେଡି ପକ୍ଷରୁ ବିଜୁ ବାବୁଙ୍କ ୧୧୦ ତମ ଜନ୍ମ ବାର୍ଷିକୀ ପାଳିତ।

    ଜିଲ୍ଲା ବିଜେଡି ପକ୍ଷରୁ ବିଜୁ ବାବୁଙ୍କ ୧୧୦ ତମ ଜନ୍ମ ବାର୍ଷିକୀ ପାଳିତ।

    ଆଶ୍ରମ ବିଦ୍ୟାଳୟରେ ସାଂଘାତିକ ଅଭିଯୋଗ ; ଛାତ୍ରଛାତ୍ରୀଙ୍କୁ ମିଳୁନାହିଁ ମେନୁ ମୁତାବକ ଖାଦ୍ୟ।

    ଆଶ୍ରମ ବିଦ୍ୟାଳୟରେ ସାଂଘାତିକ ଅଭିଯୋଗ ; ଛାତ୍ରଛାତ୍ରୀଙ୍କୁ ମିଳୁନାହିଁ ମେନୁ ମୁତାବକ ଖାଦ୍ୟ।

    କୋରୁକୋଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଏଚପିଭି ଟୀକାକରଣ ଶୁଭାରମ୍ଭ।

    କୋରୁକୋଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଏଚପିଭି ଟୀକାକରଣ ଶୁଭାରମ୍ଭ।

    ଅବୈଧ ଅନୁପ୍ରବେଶକାରୀଙ୍କ ତଦନ୍ତ ପାଇଁ ଥାନା ଅଧିକାରୀଙ୍କୁ ଭାରତୀୟ ସନାତନୀ ପରିବାର ପକ୍ଷରୁ ଦାବିପତ୍ର।

    ଅବୈଧ ଅନୁପ୍ରବେଶକାରୀଙ୍କ ତଦନ୍ତ ପାଇଁ ଥାନା ଅଧିକାରୀଙ୍କୁ ଭାରତୀୟ ସନାତନୀ ପରିବାର ପକ୍ଷରୁ ଦାବିପତ୍ର।

    ଅଦିନିଆ ବର୍ଷାରେ ଭିଜିଲା ଧାନ ; ଜରି ପାଲର ଅଭାବ।ପ୍ରଶାସନର ନାହିଁ ଆଗୁଆ ସୂଚନା।

    ଅଦିନିଆ ବର୍ଷାରେ ଭିଜିଲା ଧାନ ; ଜରି ପାଲର ଅଭାବ।ପ୍ରଶାସନର ନାହିଁ ଆଗୁଆ ସୂଚନା।

    ସ୍ୱାଭିମାନ ଅଞ୍ଚଳ ବଡପଡାରେ ଖୋଲିଲା ଦଶମ ବାର୍ଷିକ ପରୀକ୍ଷା କେନ୍ଦ୍ର।

    ସ୍ୱାଭିମାନ ଅଞ୍ଚଳ ବଡପଡାରେ ଖୋଲିଲା ଦଶମ ବାର୍ଷିକ ପରୀକ୍ଷା କେନ୍ଦ୍ର।

    You cannot copy content of this page