ଅଦିନିଆ ବର୍ଷାରେ ଭିଜିଲା ଧାନ ; ଜରି ପାଲର ଅଭାବ।ପ୍ରଶାସନର ନାହିଁ ଆଗୁଆ ସୂଚନା।

କୋରୁକୋଣ୍ଡା,୨୩।୨(ନିପ୍ର); ଗତକାଲି ଅପରାହ୍ନରେ ମାଲକାନଗିରିର ଜିଲ୍ଲା କୋରୁକୋଣ୍ଡା ବ୍ଲକ ସଦରରେ ଅଦିନିଆ ବର୍ଷା ହୋଇଥିଲା । ବର୍ଷା କାରଣରୁ ବିକ୍ରି ନହୋଇ ମାଣ୍ଡୀରେ ଜମା ହୋଇଥିବା ପ୍ରାୟ ୭ହଜାର କୁଇଣ୍ଟାଲରୁ ଅଧିକ ଧାନ ପଡି ରହିଥିବା ବେଳେ ବହୁ ଚାଷୀଙ୍କ ଧାନ ଭିଜିଯାଇଥିବା ଦେଖିବାକୁ ମିଳିଥିଲା । ପ୍ରଶାସନ ତରଫରୁ ପ୍ରଜ୍ୟାପ୍ତ ପରିମାଣର ଜାରି ପାଲ ନଥିବା କାରଣରୁ କିଛି ଚାଷୀ ନିଜର କିଛି ଜାରି ପାଲ ଆଣି ନିଜ ଧାନକୁ ଘୋଡାଇ ବାକୁ ଚେଷ୍ଟା କରିଥିବା ବେଳେ ପ୍ରାୟ ବହୁ ଧାନ ପାଣିରେ ଭିଜୁଥିଲା । ଏହାକୁ ନେଇ ଆମେ ଜିଲ୍ଲା ଯୋଗାଣ ଅଧିକାରୀ ଲିଙ୍ଗରାଜ ବେହେରାଙ୍କୁ ଯୋଗା ଯୋଗ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ଯୋଗା ଯୋଗ ହୋଇନପାରିବାରୁ ଅଧିକାରୀଙ୍କର କୌଣସି ପ୍ରତିକ୍ରିୟା ମିଳି ପାରି ନଥିଲା । ଏଣୁ ଆମେ କୋରୁକୋଣ୍ଡା ଲ୍ୟାମ୍ପ ଅଧିକାରୀ ଅଭିମନ୍ୟୁ ହଲବାଙ୍କୁ ଦ୍ରୁଷ୍ଟି ଆକର୍ଷଣ କରିବାରୁ ସେକହିଥିଲେକି କୋରୁକୋଣ୍ଡା ମଣ୍ଡି ଅଧୀନରେ ପ୍ରାୟ ୭ହଜାର କୁଇଣ୍ଟାଲରୁ ଅଧିକ ଧାନ ଗଛିତ ରହିଥିବା ବେଳ ସେଥି ମଧ୍ୟରୁ ପ୍ରାୟ ୩ହଜାର କୁଇଣ୍ଟାଲରୁ ଅଧିକ ଧାନ ଆଇସ୍କାନ କରିବା ସହିତ ବିଭାଗ ପକ୍ଷରୁ କ୍ରୟ ସାରିଛି କିନ୍ତୁ ବର୍ତ୍ତମାନ ସୁଧା ମିଲର ମାନେ ଆସିନଥିବା କାରଣରୁ ଚାଷୀଙ୍କ ଧାନ ମଣ୍ଡିରୁ ଉଠା ଯାଇ ପରି ନାହିଂ ବୋଲି ଶ୍ରୀ ହଲବା କହିଥିଲେ । ଏବଂ ଆକସ୍ମିକ ଭାବେ ବର୍ଷା ହୋଇଥିବା କାରଣରୁ ସମସ୍ତ ଧାନକୁ ଆୟତ କରିବାରେ ଅସୁବିଧା ହୋଇଥିଲା ବର୍ତ୍ତମାନ ଜାରି ଆଣିବା ନିମନ୍ତେ ଜିଲ୍ଲାକୁ ଗାଡି ପଠାଯାଇଛି ଆସିଲେ ଚାଷୀଙ୍କୁ ଯୋଗାଇ ଦିଆଯିବ । ଏହି ଅଦିନିଆ ବର୍ଷାରେ ବିଭାଗ ପକ୍ଷରୁ କୌଣସି ଅଧିକାରୀଙ୍କ ଦେଖା ନଥିବା ବେଳେ ସ୍ଥାନୀୟ ଚାଷୀ ପାଣ୍ଡୁ କବାସୀ,ଲକ୍ଷ୍ମଣ ମାଢି,ଦୁର୍ଜ୍ୟାଧନ ମାଡକାମୀ,ଟାଇମ୍ପାସ ମଡକାମୀ,ରାଜୁ ମାଢି,ସମୀର ଦେବନାଥ,ପାଣ୍ଡା ଗଉଡ,ପଦଲାମ ଗୋଲାରି,ଡାୟାଲ ବନିକ,ରାକେଶ ମାଝୀ,ପୀତାମ୍ବର ନାରାୟଣ , ଜଗନ୍ନାଥ ହିଆଲଙ୍କ ସମେତ ଅନେକ ଚାଷୀ ନିଜ ନିଜର ଧାନକୁ ବର୍ଷା ଦାଉରୁ ରକ୍ଷା କରିବା ନିମନ୍ତେ ଧାନ ବସ୍ତା ତଳୁ ପାଣି ବାହାର କରିବାରେ ଲାଗିଥିବା ବେଳେ କିଛି ଚାଷୀ ଜମି ରହିଥିବା ପାଣିକୁଆ ବାହାର କରୁଥିଲେ ।

  • Related Posts

    ଜିଲ୍ଲା ବିଜେଡି ପକ୍ଷରୁ ବିଜୁ ବାବୁଙ୍କ ୧୧୦ ତମ ଜନ୍ମ ବାର୍ଷିକୀ ପାଳିତ।

    ମାଲକାନଗିରି: ନିରଞ୍ଜନ ମଲ୍ଲ(କ୍ରୋନିକ ଓଡ଼ିଶା) ମାଲକାନଗିରି ଜିଲ୍ଲା ବିଜୁ ଜନତା ଦଳ ତରଫରୁ ମହାନ ଜନନାୟକ ତଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ୧୧୦ ତମ ଜୟନ୍ତୀରେ ଜିଲ୍ଲା ପାଳ କାର୍ଯ୍ୟାଳୟ ସମ୍ମୁଖ ରେ ଥିବା ତାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ…

    Continue reading
    ଆଶ୍ରମ ବିଦ୍ୟାଳୟରେ ସାଂଘାତିକ ଅଭିଯୋଗ ; ଛାତ୍ରଛାତ୍ରୀଙ୍କୁ ମିଳୁନାହିଁ ମେନୁ ମୁତାବକ ଖାଦ୍ୟ।

    ଜଳଖିଆରେ ୧୦ ଟଙ୍କା ବିସ୍କୁଟ ବଦଳରେ ମିଳୁଛି ୩ ଟଙ୍କିଆ ବିସ୍କୁଟ। ସବୁଦିନ ମିଳୁଛି ପାଣିଆ ଡାଲି ; ଆମିଷ ଦିନ ଦୁଇ ଖଣ୍ଡ ଚିକେନ। ଭଣ୍ଡାର ଘରୁ ୫୦ କେଜି ଚାଉଳ ବସ୍ତା ବୋହୁଛନ୍ତି ଛାତ୍ର। ବ୍ୟକ୍ତିଗତ କାର୍ଯ୍ୟ ,ବାଡ଼…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଜିଲ୍ଲା ବିଜେଡି ପକ୍ଷରୁ ବିଜୁ ବାବୁଙ୍କ ୧୧୦ ତମ ଜନ୍ମ ବାର୍ଷିକୀ ପାଳିତ।

    ଜିଲ୍ଲା ବିଜେଡି ପକ୍ଷରୁ ବିଜୁ ବାବୁଙ୍କ ୧୧୦ ତମ ଜନ୍ମ ବାର୍ଷିକୀ ପାଳିତ।

    ଆଶ୍ରମ ବିଦ୍ୟାଳୟରେ ସାଂଘାତିକ ଅଭିଯୋଗ ; ଛାତ୍ରଛାତ୍ରୀଙ୍କୁ ମିଳୁନାହିଁ ମେନୁ ମୁତାବକ ଖାଦ୍ୟ।

    ଆଶ୍ରମ ବିଦ୍ୟାଳୟରେ ସାଂଘାତିକ ଅଭିଯୋଗ ; ଛାତ୍ରଛାତ୍ରୀଙ୍କୁ ମିଳୁନାହିଁ ମେନୁ ମୁତାବକ ଖାଦ୍ୟ।

    କୋରୁକୋଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଏଚପିଭି ଟୀକାକରଣ ଶୁଭାରମ୍ଭ।

    କୋରୁକୋଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଏଚପିଭି ଟୀକାକରଣ ଶୁଭାରମ୍ଭ।

    ଅବୈଧ ଅନୁପ୍ରବେଶକାରୀଙ୍କ ତଦନ୍ତ ପାଇଁ ଥାନା ଅଧିକାରୀଙ୍କୁ ଭାରତୀୟ ସନାତନୀ ପରିବାର ପକ୍ଷରୁ ଦାବିପତ୍ର।

    ଅବୈଧ ଅନୁପ୍ରବେଶକାରୀଙ୍କ ତଦନ୍ତ ପାଇଁ ଥାନା ଅଧିକାରୀଙ୍କୁ ଭାରତୀୟ ସନାତନୀ ପରିବାର ପକ୍ଷରୁ ଦାବିପତ୍ର।

    ଅଦିନିଆ ବର୍ଷାରେ ଭିଜିଲା ଧାନ ; ଜରି ପାଲର ଅଭାବ।ପ୍ରଶାସନର ନାହିଁ ଆଗୁଆ ସୂଚନା।

    ଅଦିନିଆ ବର୍ଷାରେ ଭିଜିଲା ଧାନ ; ଜରି ପାଲର ଅଭାବ।ପ୍ରଶାସନର ନାହିଁ ଆଗୁଆ ସୂଚନା।

    ସ୍ୱାଭିମାନ ଅଞ୍ଚଳ ବଡପଡାରେ ଖୋଲିଲା ଦଶମ ବାର୍ଷିକ ପରୀକ୍ଷା କେନ୍ଦ୍ର।

    ସ୍ୱାଭିମାନ ଅଞ୍ଚଳ ବଡପଡାରେ ଖୋଲିଲା ଦଶମ ବାର୍ଷିକ ପରୀକ୍ଷା କେନ୍ଦ୍ର।

    You cannot copy content of this page