ଅବୈଧ ଅନୁପ୍ରବେଶକାରୀଙ୍କ ତଦନ୍ତ ପାଇଁ ଥାନା ଅଧିକାରୀଙ୍କୁ ଭାରତୀୟ ସନାତନୀ ପରିବାର ପକ୍ଷରୁ ଦାବିପତ୍ର।

ମାଲକାନଗିରି, ୨୩।୨(ନିପ୍ର): ମାଲକାନଗିରି ଜିଲ୍ଲାରେ କିଛି ଅନୁପ୍ରବେଶ କାରୀ ଅବୈଧ ଭାବେ ରହୁଥିବା ଅନୁମାନ କାରୀ ଏହାର ତଦନ୍ତ କରିବା ପାଇଁ ଥାନା ଅଧିକାରୀଙ୍କୁ ଏକ ଦାବିପତ୍ର ଦେଲା ଭାରତୀୟ ସନାତନୀ ପରିବାର ଜିଲ୍ଲା ଶାଖା। ଦାବିପତ୍ର ଅନୁଯାୟୀ, ଜିଲ୍ଲାର ବିଭିନ୍ନ ଅଞ୍ଚଳରେ କିଛି ଅନୁପ୍ରବେଶକାରୀ ବେଆଇନ ଭାବେ ବସବାସ କରୁଥିବା ସହ ବ୍ୟବସାୟ ନାମରେ ସ୍ଥାୟୀ ଭାବେ ରହୁଥିବା ସୂଚନା ମିଳିଛି। ଉତ୍କ ବ୍ୟକ୍ତି ମାନଙ୍କ ନାଗରିକତା ଓ ବୈଧ ଦଳିଲ ଆଦି ସମସ୍ତ ତଥ୍ୟ ସନ୍ଦେହଜନକ ବୋଲି ସାଧାରଣ ଜନତାଙ୍କ ମଧ୍ୟରେ ଗୁରୁତର ଆଶଙ୍କା ସୃଷ୍ଟି ହୋଇଛି। ସେମାନଙ୍କ ମଧ୍ୟରୁ ଅନେକ ଏକ ନିର୍ଦ୍ଧିଷ୍ଟ ସମ୍ପ୍ରଦାୟର ହୋଇଥିବା ବେଳେ ପ୍ରଥମେ ଭଡାଘରେ, ପରେ ନିଜସ୍ବ ଘରତିଆରି କରି ରହୁଛନ୍ତି। ଆବଶ୍ୟକ ସ୍ଥଳେ ସ୍ଥାନୀୟ ଯୁବକ ଯୁବତୀଙ୍କୁ ବିବାହ ବନ୍ଧନରେ ଆବଦ୍ଧ କରି ସ୍ଥାୟୀ ବାସିନ୍ଦା ଭାବେ ନିଜକୁ ବିଭିନ୍ନ ସରକାରୀ ଓ ବେସରକାରୀ ସଂସ୍ଥାରେ ପରିଚୟ ଦେଇ ଲାଭ ଉଠାଉଛନ୍ତି। ଆମ ଜିଲ୍ଲାରେ ନିରିହ, ସରଳ ଓ ଉଦାର ହୃଦୟ ଯୁକ୍ତ ଅନୁସୁଚିତ ଜନ ଜାତୀ ଏବଂ ଅନୁସୁଚିତ ଜାତିର ଭାଇଭଉଣୀ ମାନଙ୍କୁ ଏହି ବ୍ୟକ୍ତି ବିଶେଷ ମାନେ ଶୋଷଣ କରୁଛନ୍ତି। ସେମାନେ କମ୍ ଦରରେ, ନ‌କଲି ଓ ଅବୈଧ ଜିନିଷ ବିକ୍ରିକରି ସ୍ଥାନୀୟ ଲୋକଙ୍କ ସହ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କୁ ଆୟକର ଫାଙ୍କି ଠକାମି କରୁଛନ୍ତି। ଏହାସହ ସେମାନଙ୍କ ଯୋଗୁଁ, ସ୍ଥାନୀୟ ସ୍ବୀକୃତପ୍ରାପ୍ତ ଓ ପଞ୍ଜିକୃତ ବ୍ୟବସାୟୀଙ୍କ ବ୍ୟବସାୟକୁ ମଧ୍ୟ କ୍ଷତି ହେଉଛି।ତେଣୁ ସରକାରୀ ନିୟମ ଅନୁଯାୟୀ ଯଦି କେହି ଅନୁପ୍ରବେଶକାରୀ ମାଲକାନଗିରି ଥାନା ଅଞ୍ଚଳରେ ରହିଛନ୍ତି, ତେବେ ଏହାର ତଦନ୍ତ କରି ପଦକ୍ଷେପ ନେବାକୁ ଏହି ଦାବିପତ୍ରରେ ଉଲ୍ଲେଖ କରାଯାଇଛି। ଏହି ଦାବିପତ୍ର ପ୍ରଦାନ ସମୟରେ ଭାରତୀୟ ସନାତନୀ ପରିବାର ଜିଲ୍ଲା ଶାଖାର ସଭାପତି ବାଲାଜି ପାଡାଲ, ସଦସ୍ୟ କ୍ରୀଷ୍ଣା ପାଲ, ଶ୍ରୀନିବାସ ପାତ୍ର, ଜଗନ୍ନାଥ ବସୁ, ଅଭିଜିତ ବନିକ ପ୍ରମୁଖଙ୍କ ସହ ଅନ୍ୟମନେ ଉପସ୍ଥିତ ଥିଲେ।

  • Related Posts

    ଜିଲ୍ଲା ବିଜେଡି ପକ୍ଷରୁ ବିଜୁ ବାବୁଙ୍କ ୧୧୦ ତମ ଜନ୍ମ ବାର୍ଷିକୀ ପାଳିତ।

    ମାଲକାନଗିରି: ନିରଞ୍ଜନ ମଲ୍ଲ(କ୍ରୋନିକ ଓଡ଼ିଶା) ମାଲକାନଗିରି ଜିଲ୍ଲା ବିଜୁ ଜନତା ଦଳ ତରଫରୁ ମହାନ ଜନନାୟକ ତଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ୧୧୦ ତମ ଜୟନ୍ତୀରେ ଜିଲ୍ଲା ପାଳ କାର୍ଯ୍ୟାଳୟ ସମ୍ମୁଖ ରେ ଥିବା ତାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ…

    Continue reading
    ଆଶ୍ରମ ବିଦ୍ୟାଳୟରେ ସାଂଘାତିକ ଅଭିଯୋଗ ; ଛାତ୍ରଛାତ୍ରୀଙ୍କୁ ମିଳୁନାହିଁ ମେନୁ ମୁତାବକ ଖାଦ୍ୟ।

    ଜଳଖିଆରେ ୧୦ ଟଙ୍କା ବିସ୍କୁଟ ବଦଳରେ ମିଳୁଛି ୩ ଟଙ୍କିଆ ବିସ୍କୁଟ। ସବୁଦିନ ମିଳୁଛି ପାଣିଆ ଡାଲି ; ଆମିଷ ଦିନ ଦୁଇ ଖଣ୍ଡ ଚିକେନ। ଭଣ୍ଡାର ଘରୁ ୫୦ କେଜି ଚାଉଳ ବସ୍ତା ବୋହୁଛନ୍ତି ଛାତ୍ର। ବ୍ୟକ୍ତିଗତ କାର୍ଯ୍ୟ ,ବାଡ଼…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଜିଲ୍ଲା ବିଜେଡି ପକ୍ଷରୁ ବିଜୁ ବାବୁଙ୍କ ୧୧୦ ତମ ଜନ୍ମ ବାର୍ଷିକୀ ପାଳିତ।

    ଜିଲ୍ଲା ବିଜେଡି ପକ୍ଷରୁ ବିଜୁ ବାବୁଙ୍କ ୧୧୦ ତମ ଜନ୍ମ ବାର୍ଷିକୀ ପାଳିତ।

    ଆଶ୍ରମ ବିଦ୍ୟାଳୟରେ ସାଂଘାତିକ ଅଭିଯୋଗ ; ଛାତ୍ରଛାତ୍ରୀଙ୍କୁ ମିଳୁନାହିଁ ମେନୁ ମୁତାବକ ଖାଦ୍ୟ।

    ଆଶ୍ରମ ବିଦ୍ୟାଳୟରେ ସାଂଘାତିକ ଅଭିଯୋଗ ; ଛାତ୍ରଛାତ୍ରୀଙ୍କୁ ମିଳୁନାହିଁ ମେନୁ ମୁତାବକ ଖାଦ୍ୟ।

    କୋରୁକୋଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଏଚପିଭି ଟୀକାକରଣ ଶୁଭାରମ୍ଭ।

    କୋରୁକୋଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଏଚପିଭି ଟୀକାକରଣ ଶୁଭାରମ୍ଭ।

    ଅବୈଧ ଅନୁପ୍ରବେଶକାରୀଙ୍କ ତଦନ୍ତ ପାଇଁ ଥାନା ଅଧିକାରୀଙ୍କୁ ଭାରତୀୟ ସନାତନୀ ପରିବାର ପକ୍ଷରୁ ଦାବିପତ୍ର।

    ଅବୈଧ ଅନୁପ୍ରବେଶକାରୀଙ୍କ ତଦନ୍ତ ପାଇଁ ଥାନା ଅଧିକାରୀଙ୍କୁ ଭାରତୀୟ ସନାତନୀ ପରିବାର ପକ୍ଷରୁ ଦାବିପତ୍ର।

    ଅଦିନିଆ ବର୍ଷାରେ ଭିଜିଲା ଧାନ ; ଜରି ପାଲର ଅଭାବ।ପ୍ରଶାସନର ନାହିଁ ଆଗୁଆ ସୂଚନା।

    ଅଦିନିଆ ବର୍ଷାରେ ଭିଜିଲା ଧାନ ; ଜରି ପାଲର ଅଭାବ।ପ୍ରଶାସନର ନାହିଁ ଆଗୁଆ ସୂଚନା।

    ସ୍ୱାଭିମାନ ଅଞ୍ଚଳ ବଡପଡାରେ ଖୋଲିଲା ଦଶମ ବାର୍ଷିକ ପରୀକ୍ଷା କେନ୍ଦ୍ର।

    ସ୍ୱାଭିମାନ ଅଞ୍ଚଳ ବଡପଡାରେ ଖୋଲିଲା ଦଶମ ବାର୍ଷିକ ପରୀକ୍ଷା କେନ୍ଦ୍ର।

    You cannot copy content of this page