ଆଶ୍ରମ ବିଦ୍ୟାଳୟରେ ସାଂଘାତିକ ଅଭିଯୋଗ ; ଛାତ୍ରଛାତ୍ରୀଙ୍କୁ ମିଳୁନାହିଁ ମେନୁ ମୁତାବକ ଖାଦ୍ୟ।

ଜଳଖିଆରେ ୧୦ ଟଙ୍କା ବିସ୍କୁଟ ବଦଳରେ ମିଳୁଛି ୩ ଟଙ୍କିଆ ବିସ୍କୁଟ।

ସବୁଦିନ ମିଳୁଛି ପାଣିଆ ଡାଲି ; ଆମିଷ ଦିନ ଦୁଇ ଖଣ୍ଡ ଚିକେନ।

ଭଣ୍ଡାର ଘରୁ ୫୦ କେଜି ଚାଉଳ ବସ୍ତା ବୋହୁଛନ୍ତି ଛାତ୍ର।

ବ୍ୟକ୍ତିଗତ କାର୍ଯ୍ୟ ,ବାଡ଼ ବୁଜିବାରେ ଛାତ୍ରଙ୍କୁ ନିୟୋଜିତ କରୁଛନ୍ତି ଦିଦି।

ମାଲକାନଗିରି:ନିରଞ୍ଜନ ମଲ୍ଲ(କ୍ରୋନିକ ଓଡ଼ିଶା)ଆଶ୍ରମ ବିଦ୍ୟାଳୟରୁ ଆସିଲା ସାଂଘାତିକ ଅଭିଯୋଗ।ନୂଆ ପ୍ରଧାନଶିକ୍ଷକ ବିଦ୍ୟାଳୟରେ ଯୋଗ ଦେବା ପରଶଠାରୁ ବିଦ୍ୟାଳୟରେ ଦେଖା ଦେଇଛି ଘୋର ଅବ୍ୟବସ୍ଥା। ଏଭଳି ଅଭାବନୀୟ ଘଟଣା ମାଲକାନଗିରି ଜିଲ୍ଲା ଖଇରପୁଟ ସଦର ସ୍ଥିତ ଆଶ୍ରମ ବିଦ୍ୟାଳୟରେ ଘଟିଛି। ମିଳିଥିବା ସୂଚନାନୁଯାୟୀ ଦୀର୍ଘ ଦିନ ଧରି ଅବ୍ୟବସ୍ଥା ଘେରରେ ରହିଛନ୍ତି ଖଇରପୁଟ ସଦର ଆଶ୍ରମ ବିଦ୍ୟାଳୟର ଛାତ୍ରଛାତ୍ରୀ। ସପ୍ତାହ ସପ୍ତାହ ଧରି ଆମିଷ ବାରରେ ଦିଆଯାଉନାହିଁ ଆମିଷ। ଶୁଖିଲା ପନିପରିବାକୁ ତରକାରୀ ଏବଂ ଡାଲମାରେ ବ୍ୟବହାର କରାଯାଉଛି।ଛୁଟି ଦିନରେ ଛାତ୍ରଛାତ୍ରୀଙ୍କୁ ମିଳୁନାହିଁ ପେଟପୁରା ଜଳଖିଆ।ଭାତରେ ପୋକ ବାହାରୁଥିବା ବେଳେ ଛାତ୍ରଛାତ୍ରୀଙ୍କୁ କମ୍ ଭାତ ଦିଆଯାଉଛି।ନୂଆ ପ୍ରଧାନଶିକ୍ଷକ ଆସିଲା ପରେ ମନ୍ତ୍ରୀମଣ୍ଡଳରେ ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ଖାଦ୍ୟ ଭଣ୍ଡାର ଘର ଚାବି ଦିଆଯାଇଛି।ଖେଳ ସାମଗ୍ରୀ ଏପର୍ଯ୍ୟନ୍ତ ବିଦ୍ୟାଳୟ ତରଫରୁ ଦିଆଯାଇନାହିଁ। ଛାତ୍ରଛାତ୍ରୀ ମାନଙ୍କୁ ଦିଆଯାଉନାହିଁ ମେନୁ ମୁତାବକ ଖାଦ୍ୟ।ଆଚାର , ପାମ୍ପଡ , ଭଜା , ଅଣ୍ଡା , ଚିକେନ ରାତିରେ ବେଳେ ମଧ୍ୟ ମିଳୁନାହିଁ।ନୂଆ ପ୍ରଧାନଶିକ୍ଷକ ଚକ୍ରଧର ନାୟକ ଓ ଭାରତୀ ସାହୁ ଦିଦି ବିଦ୍ୟାଳୟରେ ମନମାନି ଚଳାଇଛନ୍ତି।ଭାରତୀ ଦିଦି ତାଙ୍କ ଘର ବାଡ ବୁଜିବାକୁ କହୁଛନ୍ତି। ଘରକୁ ଯିବା ପାଇଁ ଛୁଟି ଦରଖାସ୍ତ ଲେଖି ପ୍ରଧାନଶିକ୍ଷକଙ୍କ ନିକଟକୁ ଗଲେ ଛୁଟି ଟଙ୍କା ମାଗୁଛନ୍ତି।ଏଥି ସହିତ ଅଷ୍ଟମ ଶ୍ରେଣୀର ଛାତ୍ରଛାତ୍ରୀ ମାନଙ୍କୁ ମାଡ଼ ମାରୁଥିବା ଅଭିଯୋଗ କରିଛନ୍ତି ଛାତ୍ରଛାତ୍ରୀ।୫୦ କେଜିର ଚାଉଳ ବସ୍ତା ବୋହିବାକୁ ଛାତ୍ରଙ୍କୁ କୁହାଯାଉଛି। ଛାତ୍ରୀଙ୍କୁ ବ୍ୟକ୍ତିଗତ କାର୍ଯ୍ୟରେ ଲଗାଉଛନ୍ତି ଦିଦି। କୋମଳମତି ଛାତ୍ରଙ୍କ ଏଭଳି ଦୟନୀୟ ଦୃଶ୍ୟ ଲୋକଙ୍କୁ ବିଚଳିତ କରୁଥିବା ନେଇ ଚର୍ଚ୍ଚା।ଏନେଇ ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କୁ ଅଭିଯୋଗ ଛାତ୍ରଛାତ୍ରୀ ମାନେ ଅଭିଯୋଗ କରିବାରୁ ପ୍ରଧାନଶିକ୍ଷକଙ୍କ ସହ କଥା ହୁଅ ବୋଲି ଛାତ୍ରଛାତ୍ରୀଙ୍କୁ କହି ପଳାଉଛନ୍ତି ବୋଲି ଅଭିଯୋଗ କରିଛନ୍ତି ଛାତ୍ରଛାତ୍ରୀ। ଛାତ୍ରଛାତ୍ରୀ ମାନେ ପ୍ରଧାନଶିକ୍ଷକ ଏବଂ ଭାରତୀ ଦିଦିଙ୍କ ବଦଳୀ ଭିଡିଓରେ ଦାବି କରିଛନ୍ତି। ଖଇରପୁଟ ଆଶ୍ରମ ବିଦ୍ୟାଳୟର ଏହି ଭିଡିଓ ଗୁଡିକ ଏବେ ସାମାଜିକ ଗଣମାଧ୍ୟମରେ ଘୁରି ବୁଲୁଛି।ଅଭିଯୋଗ ପାଇବା ପରେ ଜିଲ୍ଲା ମଙ୍ଗଳ ଅଧିକାରୀ ଆକ୍ସନ ମୋଡରେ ଦେଖାଯାଉଥିବା ଜଣାପଡିଛି। ଗତ ଫେବୃଆରୀ ୨ ତାରିଖରେ ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ଗୁରୁବନ୍ଧୁ ପୂଜାରୀ , ଡିଆଇ ଅଜୟ ମିଶ୍ର ଏବଂ ଡବ୍ଲୁଇଓ ସନ୍ତୋଷ ପଣ୍ଡାଙ୍କ ଏକ ଟିମ ଖଇରପୁଟ ଆଶ୍ରମ ବିଦ୍ୟାଳୟ ଘଟଣା ସମ୍ପର୍କରେ ଯାଞ୍ଚ କରି ସମ୍ପୂର୍ଣ୍ଣ ତଥ୍ୟର ରିପୋର୍ଟ ଉପ ଜିଲ୍ଲାପାଳଙ୍କ ହସ୍ତାକ୍ଷର ସହ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଥିବା କହିଛନ୍ତି ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀ ପୂଜାରୀ। ଏପଟେ ଜିଲ୍ଲାପାଳଙ୍କ ନିକଟକୁ ଗତ ଫେବୃଆରୀ ୨୪ ତାରିଖରୁ ରିପୋର୍ଟ ଯାଇଥିବା ବେଳେ କାର୍ଯ୍ୟାନୁଷ୍ଠାନରେ ବିଳମ୍ବ କାହିଁକି ବୋଲି ସାଧାରଣରେ ପ୍ରଶ୍ନବାଚୀ।ତେବେ ଏଭଳି ସାଂଘାତିକ ଅଭିଯୋଗ ଘଟଣାରେ ଜିଲ୍ଲା ପ୍ରଶାସନ ଦ୍ୱାରା କିଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ତାହା କେବଳ ଦେଖିବାକୁ ବାକି ରହିଲା।

  • Related Posts

    ଜିଲ୍ଲା ବିଜେଡି ପକ୍ଷରୁ ବିଜୁ ବାବୁଙ୍କ ୧୧୦ ତମ ଜନ୍ମ ବାର୍ଷିକୀ ପାଳିତ।

    ମାଲକାନଗିରି: ନିରଞ୍ଜନ ମଲ୍ଲ(କ୍ରୋନିକ ଓଡ଼ିଶା) ମାଲକାନଗିରି ଜିଲ୍ଲା ବିଜୁ ଜନତା ଦଳ ତରଫରୁ ମହାନ ଜନନାୟକ ତଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ୧୧୦ ତମ ଜୟନ୍ତୀରେ ଜିଲ୍ଲା ପାଳ କାର୍ଯ୍ୟାଳୟ ସମ୍ମୁଖ ରେ ଥିବା ତାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ…

    Continue reading
    କୋରୁକୋଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଏଚପିଭି ଟୀକାକରଣ ଶୁଭାରମ୍ଭ।

    ମାଲକାନଗିରି,୦୨/୦୩(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ବ୍ଲକ ସ୍ତରୀୟ ଏଚପିଭି ଟୀକାକରଣର ଆଜି ଶୁଭାରମ୍ଭ ହୋଇଯାଇଛି।କୋରୁକୋଣ୍ଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅମୁଲ୍ୟ କୁମାର ସାହୁ ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଟୀକାକରଣର ଶୁଭାରମ୍ଭ କରିଥିଲେ।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଜିଲ୍ଲା ବିଜେଡି ପକ୍ଷରୁ ବିଜୁ ବାବୁଙ୍କ ୧୧୦ ତମ ଜନ୍ମ ବାର୍ଷିକୀ ପାଳିତ।

    ଜିଲ୍ଲା ବିଜେଡି ପକ୍ଷରୁ ବିଜୁ ବାବୁଙ୍କ ୧୧୦ ତମ ଜନ୍ମ ବାର୍ଷିକୀ ପାଳିତ।

    ଆଶ୍ରମ ବିଦ୍ୟାଳୟରେ ସାଂଘାତିକ ଅଭିଯୋଗ ; ଛାତ୍ରଛାତ୍ରୀଙ୍କୁ ମିଳୁନାହିଁ ମେନୁ ମୁତାବକ ଖାଦ୍ୟ।

    ଆଶ୍ରମ ବିଦ୍ୟାଳୟରେ ସାଂଘାତିକ ଅଭିଯୋଗ ; ଛାତ୍ରଛାତ୍ରୀଙ୍କୁ ମିଳୁନାହିଁ ମେନୁ ମୁତାବକ ଖାଦ୍ୟ।

    କୋରୁକୋଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଏଚପିଭି ଟୀକାକରଣ ଶୁଭାରମ୍ଭ।

    କୋରୁକୋଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଏଚପିଭି ଟୀକାକରଣ ଶୁଭାରମ୍ଭ।

    ଅବୈଧ ଅନୁପ୍ରବେଶକାରୀଙ୍କ ତଦନ୍ତ ପାଇଁ ଥାନା ଅଧିକାରୀଙ୍କୁ ଭାରତୀୟ ସନାତନୀ ପରିବାର ପକ୍ଷରୁ ଦାବିପତ୍ର।

    ଅବୈଧ ଅନୁପ୍ରବେଶକାରୀଙ୍କ ତଦନ୍ତ ପାଇଁ ଥାନା ଅଧିକାରୀଙ୍କୁ ଭାରତୀୟ ସନାତନୀ ପରିବାର ପକ୍ଷରୁ ଦାବିପତ୍ର।

    ଅଦିନିଆ ବର୍ଷାରେ ଭିଜିଲା ଧାନ ; ଜରି ପାଲର ଅଭାବ।ପ୍ରଶାସନର ନାହିଁ ଆଗୁଆ ସୂଚନା।

    ଅଦିନିଆ ବର୍ଷାରେ ଭିଜିଲା ଧାନ ; ଜରି ପାଲର ଅଭାବ।ପ୍ରଶାସନର ନାହିଁ ଆଗୁଆ ସୂଚନା।

    ସ୍ୱାଭିମାନ ଅଞ୍ଚଳ ବଡପଡାରେ ଖୋଲିଲା ଦଶମ ବାର୍ଷିକ ପରୀକ୍ଷା କେନ୍ଦ୍ର।

    ସ୍ୱାଭିମାନ ଅଞ୍ଚଳ ବଡପଡାରେ ଖୋଲିଲା ଦଶମ ବାର୍ଷିକ ପରୀକ୍ଷା କେନ୍ଦ୍ର।

    You cannot copy content of this page