ପେଦାୱାଡ଼ାରେ ଜିଲ୍ଲା ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର।

ମାଲକାନଗିରି: ନିରଞ୍ଜନ ମଲ୍ଲ(କ୍ରୋନିକ ଓଡ଼ିଶା)ମାଲକାନଗିରି ବ୍ଲକ ଅନ୍ତର୍ଗତ ପେଦାୱାଡ଼ା ପଞ୍ଚାୟତଠାରେ ଆଜି ଏକ ବିଶାଳ ଜିଲ୍ଲା ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜଶିର୍କେ, ଆରକ୍ଷୀ ଅଧୀକ୍ଷକ ବିନୋଦ ପାଟିଲ ଏଚ୍ ଏବଂ ବନଖଣ୍ଡ ଅଧିକାରୀ ସାଇ କିରଣଙ୍କ ସମେତ ଜିଲ୍ଲା ପ୍ରଶାସନର ସମସ୍ତ ବିଭାଗୀୟ ମୁଖ୍ୟ ଉପସ୍ଥିତ ରହି ଜନସାଧାରଣଙ୍କ ସମସ୍ୟା ପଚାରି ବୁଝିଥିଲେ। ଶିବିରରେ ସ୍ଥାନୀୟ ଅଞ୍ଚଳର ଶତାଧିକ ଲୋକ ଜମିଜମା ବିବାଦ, ରାସନ କାର୍ଡ, ବାର୍ଦ୍ଧକ୍ୟ ଭତ୍ତା, ପାନୀୟ ଜଳ ଏବଂ ଗ୍ରାମ୍ୟ ଉନ୍ନୟନ ଭଳି ବିଭିନ୍ନ ବ୍ୟକ୍ତିଗତ ଓ ସାମୁହିକ ସମସ୍ୟା ନେଇ ଅଭିଯୋଗ କରିଥିଲେ। ମୋଟ ୮୯ ଟି ଅଭିଯୋଗ ପତ୍ର ଗ୍ରହଣ କରାଯାଇଥିବା ବେଳେ ତନ୍ମଧ୍ୟରୁ ୩ ଟି ବ୍ୟକ୍ତିଗତ ସମସ୍ୟା ରହିଥିବା ବେଳେ ୮୬ ଟି ଗ୍ରାମ୍ୟ ସମସ୍ୟା ରହିଥିଲା। ଶିବିରରେ ଅନେକ ସମସ୍ୟାର ତୁରନ୍ତ ସମାଧାନ କରାଯାଇଥିଲା। ଅନ୍ୟାନ୍ୟ ଗୁରୁତର ସମସ୍ୟାଗୁଡ଼ିକୁ ଏକ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ସମାଧାନ କରିବାକୁ ଜିଲ୍ଲାପାଳ ସମ୍ପୃକ୍ତ ଅଧିକାରୀମାନଙ୍କୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ସରକାରଙ୍କ ଜନକଲ୍ୟାଣକାରୀ ଯୋଜନା ଗୁଡ଼ିକୁ ସିଧାସଳଖ ହିତାଧିକାରୀଙ୍କ ପାଖରେ ପହଞ୍ଚାଇବା ଏହି ଶିବିରର ମୂଳ ଲକ୍ଷ୍ୟ ଥିଲା। ପ୍ରଶାସନକୁ ପାଖରେ ପାଇ ଅଞ୍ଚଳବାସୀ ବେଶ ଉତ୍ସାହିତ ଥିବା ଦେଖାଯାଇଛି।

  • Related Posts

    ମାଲକାନଗିରି ଜିଲ୍ଲାରେ ‘ଉଲ୍ଲାସ’ ସାକ୍ଷରତା ପରୀକ୍ଷା ଅନୁଷ୍ଠିତ: ଜେଲ୍ କଏଦୀଙ୍କ ସମେତ ହଜାର ହଜାର ପରୀକ୍ଷାର୍ଥୀ ସାମିଲ।

    ମାଲକାନଗିରି:ନିରଞ୍ଜନ ମଲ୍ଲ(କ୍ରୋନିକ ଓଡ଼ିଶା)କେନ୍ଦ୍ର ସରକାରଙ୍କ ପ୍ରମୁଖ ଯୋଜନା ‘ଉଲ୍ଲାସ’-ନବ ଭାରତ ସାକ୍ଷରତା କାର୍ଯ୍ୟକ୍ରମ ଅନ୍ତର୍ଗତ ଆଜି ମାଲକାନଗିରି ଜିଲ୍ଲାରେ ଫାଉଣ୍ଡେସନାଲ ଲିଟ୍ରେସି ଏଣ୍ଡ ନ୍ୟୁମେରେସି ଆସେସମେଣ୍ଟ ଟେଷ୍ଟ ସଫଳତାର ସହ ସମ୍ପନ୍ନ ହୋଇଯାଇଛି। ଜିଲ୍ଲାର ପ୍ରାୟ ୮୬୫ଟି କେନ୍ଦ୍ରରେ ଏହି ପରୀକ୍ଷା…

    Continue reading
    ପୋଲେରୁ ସେତୁ ନିର୍ମାଣ ସ୍ଥଳ ପରିଦର୍ଶନ କଲେ ଜିଲ୍ଲାପାଳ:ନିର୍ମାଣ ଶେଷ କରିବାକୁ କଡ଼ା ନିର୍ଦ୍ଦେଶ।

    ମାଲକାନଗିରି:ନିରଞ୍ଜନ ମଲ୍ଲ(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକର ଗୁରୁତ୍ୱପୂର୍ଣ୍ଣ ପୋଲେରୁ ସେତୁ ନିର୍ମାଣ କାର୍ଯ୍ୟର ଅଗ୍ରଗତି ଅନୁଧ୍ୟାନ କରିଛନ୍ତି ଜିଲ୍ଲାପାଳ ପ୍ରଥମେଶ ଆରବିନ୍ଦ ରାଜଶିର୍କେ। ଆଜି ନିର୍ମାଣାଧୀନ ସେତୁ ସ୍ଥଳ ପରିଦର୍ଶନ କରିବା ସହ କାମ କେତେଦୂର ଆଗେଇଛି, ସେ ସମ୍ପର୍କରେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ପେଦାୱାଡ଼ାରେ ଜିଲ୍ଲା ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର।

    ପେଦାୱାଡ଼ାରେ ଜିଲ୍ଲା ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର।

    ମାଲକାନଗିରି ଜିଲ୍ଲାରେ ‘ଉଲ୍ଲାସ’ ସାକ୍ଷରତା ପରୀକ୍ଷା ଅନୁଷ୍ଠିତ: ଜେଲ୍ କଏଦୀଙ୍କ ସମେତ ହଜାର ହଜାର ପରୀକ୍ଷାର୍ଥୀ ସାମିଲ।

    ମାଲକାନଗିରି ଜିଲ୍ଲାରେ ‘ଉଲ୍ଲାସ’ ସାକ୍ଷରତା ପରୀକ୍ଷା ଅନୁଷ୍ଠିତ: ଜେଲ୍ କଏଦୀଙ୍କ ସମେତ ହଜାର ହଜାର ପରୀକ୍ଷାର୍ଥୀ ସାମିଲ।

    ପୋଲେରୁ ସେତୁ ନିର୍ମାଣ ସ୍ଥଳ ପରିଦର୍ଶନ କଲେ ଜିଲ୍ଲାପାଳ:ନିର୍ମାଣ ଶେଷ କରିବାକୁ କଡ଼ା ନିର୍ଦ୍ଦେଶ।

    ପୋଲେରୁ ସେତୁ ନିର୍ମାଣ ସ୍ଥଳ ପରିଦର୍ଶନ କଲେ ଜିଲ୍ଲାପାଳ:ନିର୍ମାଣ ଶେଷ କରିବାକୁ କଡ଼ା ନିର୍ଦ୍ଦେଶ।

    ଆକ୍ସନ ମୋଡ୍‌ରେ ମାଲକାନଗିରି ଜିଲ୍ଲାପାଳ।ପ୍ରଶାସନିକ ସମୀକ୍ଷା ବୈଠକ ; ବିକାଶର ନୂଆ ପର୍ଯ୍ୟାୟ ଆରମ୍ଭ।

    ଆକ୍ସନ ମୋଡ୍‌ରେ ମାଲକାନଗିରି ଜିଲ୍ଲାପାଳ।ପ୍ରଶାସନିକ ସମୀକ୍ଷା ବୈଠକ ; ବିକାଶର ନୂଆ ପର୍ଯ୍ୟାୟ ଆରମ୍ଭ।

    ଜିଲ୍ଲା ସ୍ତରୀୟ ପିଏମ୍ କିଷାନ୍ ଉତ୍ସବ ଦିବସ।

    ଜିଲ୍ଲା ସ୍ତରୀୟ ପିଏମ୍ କିଷାନ୍ ଉତ୍ସବ ଦିବସ।

    ନୂତନ ଜିଲ୍ଲାପାଳ ଭାବେ କାର୍ଯ୍ୟରେ ଯୋଗଦେଲେ ପ୍ରଥମେଶ ଅରବିନ୍ଦ ରାଜସିର୍କେ।

    ନୂତନ ଜିଲ୍ଲାପାଳ ଭାବେ କାର୍ଯ୍ୟରେ ଯୋଗଦେଲେ ପ୍ରଥମେଶ ଅରବିନ୍ଦ ରାଜସିର୍କେ।

    You cannot copy content of this page