ମାଲକାନଗିରି ଜିଲ୍ଲାରେ ‘ଉଲ୍ଲାସ’ ସାକ୍ଷରତା ପରୀକ୍ଷା ଅନୁଷ୍ଠିତ: ଜେଲ୍ କଏଦୀଙ୍କ ସମେତ ହଜାର ହଜାର ପରୀକ୍ଷାର୍ଥୀ ସାମିଲ।

ମାଲକାନଗିରି:ନିରଞ୍ଜନ ମଲ୍ଲ(କ୍ରୋନିକ ଓଡ଼ିଶା)କେନ୍ଦ୍ର ସରକାରଙ୍କ ପ୍ରମୁଖ ଯୋଜନା ‘ଉଲ୍ଲାସ’-ନବ ଭାରତ ସାକ୍ଷରତା କାର୍ଯ୍ୟକ୍ରମ ଅନ୍ତର୍ଗତ ଆଜି ମାଲକାନଗିରି ଜିଲ୍ଲାରେ ଫାଉଣ୍ଡେସନାଲ ଲିଟ୍ରେସି ଏଣ୍ଡ ନ୍ୟୁମେରେସି ଆସେସମେଣ୍ଟ ଟେଷ୍ଟ ସଫଳତାର ସହ ସମ୍ପନ୍ନ ହୋଇଯାଇଛି। ଜିଲ୍ଲାର ପ୍ରାୟ ୮୬୫ଟି କେନ୍ଦ୍ରରେ ଏହି ପରୀକ୍ଷା ଆୟୋଜନ କରାଯାଇଛି। ଏହା କେନ୍ଦ୍ର ସରକାରଙ୍କ ଏକ ଫ୍ଲାଗସିପ ପ୍ରୋଗ୍ରାମ ଯାହାର ଲକ୍ଷ୍ୟ ହେଉଛି ୧୫ବର୍ଷ ବୟସରୁ ଉର୍ଦ୍ଧ୍ବ ଗୋଷ୍ଠିର ନିରକ୍ଷର ଙ୍କୁ ସାକ୍ଷର କରିବା। ଜିଲ୍ଲା ଶିକ୍ଷା ଅଧିକାରୀ ଚିତ୍ତରଞ୍ଜନ ପାଣିଗ୍ରାହୀଙ୍କ ଅନୁସାରେ ମାଲକାନଗିରି ଜିଲ୍ଲାରେ ଯେତେ ସ୍କୁଲରୁ ୟୁଡାଇସ୍ କୋଡ୍ ଅଛି, ସେଗୁଡିକ ଏଫ୍.ଏଲ୍.ଏନ୍.ଏଟି ପରୀକ୍ଷା କେନ୍ଦ୍ର ରୂପେ ନିର୍ଦ୍ଧାରିତ ହୋଇଅଛି। ଏହା ସହ ମାଲକାନଗିରି ଜିଲ୍ଲା ଜେଲରେ ଏକ ସ୍ପେସାଲ ଏଫ୍.ଏଲ୍.ଏନ୍.ଏଟି କେନ୍ଦ୍ର ସ୍ଥାପିତ ହୋଇଛି, ଯେଉଁଠାରେ ପ୍ରାୟ ୨୦୦ ଜଣ କାରାବାସୀ ପରୀକ୍ଷା ରେ ସାମିଲ ହୋଇଛନ୍ତି ।

ତଦାରଖ ବେଳେ ମାଲକାନଗିରି ଜିଲ୍ଲାର ଲିଟେରେସି ଟାର୍ଗେଟ ୩୫୦୦୦ ଥିଲାବେଳେ ଆଜିର ପରୀକ୍ଷାରେ ପ୍ରାୟ ୯୬୦୩ ( ଦିନ ୧୨ ଘଟିକା ପର୍ଯ୍ୟନ୍ତ) ଜଣ ଲିଟେରେସି ପରୀକ୍ଷା ଦେଇଥିବାର ସୂଚନା ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ମଞ୍ଜୁଲତା ଭୋଇ ସୂଚନା ଦେଇଛନ୍ତି। ମାଲକାନଗିରି ଜିଲ୍ଲାର ସମସ୍ତ ପରୀକ୍ଷା କେନ୍ଦ୍ରକୁ ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗର କର୍ମଚାରୀ ବୃନ୍ଦ ଆଜି ଏହି ପରୀକ୍ଷାକୁ ପରିଚାଳନା କରି ପରିଦର୍ଶନ କରିଛନ୍ତି ।

  • Related Posts

    ପୋଲେରୁ ସେତୁ ନିର୍ମାଣ ସ୍ଥଳ ପରିଦର୍ଶନ କଲେ ଜିଲ୍ଲାପାଳ:ନିର୍ମାଣ ଶେଷ କରିବାକୁ କଡ଼ା ନିର୍ଦ୍ଦେଶ।

    ମାଲକାନଗିରି:ନିରଞ୍ଜନ ମଲ୍ଲ(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକର ଗୁରୁତ୍ୱପୂର୍ଣ୍ଣ ପୋଲେରୁ ସେତୁ ନିର୍ମାଣ କାର୍ଯ୍ୟର ଅଗ୍ରଗତି ଅନୁଧ୍ୟାନ କରିଛନ୍ତି ଜିଲ୍ଲାପାଳ ପ୍ରଥମେଶ ଆରବିନ୍ଦ ରାଜଶିର୍କେ। ଆଜି ନିର୍ମାଣାଧୀନ ସେତୁ ସ୍ଥଳ ପରିଦର୍ଶନ କରିବା ସହ କାମ କେତେଦୂର ଆଗେଇଛି, ସେ ସମ୍ପର୍କରେ…

    Continue reading
    ଆକ୍ସନ ମୋଡ୍‌ରେ ମାଲକାନଗିରି ଜିଲ୍ଲାପାଳ।ପ୍ରଶାସନିକ ସମୀକ୍ଷା ବୈଠକ ; ବିକାଶର ନୂଆ ପର୍ଯ୍ୟାୟ ଆରମ୍ଭ।

    ମାଲକାନଗିରି:ନିରଞ୍ଜନ ମଲ୍ଲ(କ୍ରୋନିକ ଓଡ଼ିଶା)ମାଲକାନଗିରିର ନୂତନ ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜେଶିର୍କେ ଆଜି ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ କରିଛନ୍ତି। ଦାୟିତ୍ୱ ଗ୍ରହଣ କରିବା ପରେ ଏହା ତାଙ୍କର ପ୍ରଥମ ସରକାରୀ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ମାଲକାନଗିରି ଜିଲ୍ଲାରେ ‘ଉଲ୍ଲାସ’ ସାକ୍ଷରତା ପରୀକ୍ଷା ଅନୁଷ୍ଠିତ: ଜେଲ୍ କଏଦୀଙ୍କ ସମେତ ହଜାର ହଜାର ପରୀକ୍ଷାର୍ଥୀ ସାମିଲ।

    ମାଲକାନଗିରି ଜିଲ୍ଲାରେ ‘ଉଲ୍ଲାସ’ ସାକ୍ଷରତା ପରୀକ୍ଷା ଅନୁଷ୍ଠିତ: ଜେଲ୍ କଏଦୀଙ୍କ ସମେତ ହଜାର ହଜାର ପରୀକ୍ଷାର୍ଥୀ ସାମିଲ।

    ପୋଲେରୁ ସେତୁ ନିର୍ମାଣ ସ୍ଥଳ ପରିଦର୍ଶନ କଲେ ଜିଲ୍ଲାପାଳ:ନିର୍ମାଣ ଶେଷ କରିବାକୁ କଡ଼ା ନିର୍ଦ୍ଦେଶ।

    ପୋଲେରୁ ସେତୁ ନିର୍ମାଣ ସ୍ଥଳ ପରିଦର୍ଶନ କଲେ ଜିଲ୍ଲାପାଳ:ନିର୍ମାଣ ଶେଷ କରିବାକୁ କଡ଼ା ନିର୍ଦ୍ଦେଶ।

    ଆକ୍ସନ ମୋଡ୍‌ରେ ମାଲକାନଗିରି ଜିଲ୍ଲାପାଳ।ପ୍ରଶାସନିକ ସମୀକ୍ଷା ବୈଠକ ; ବିକାଶର ନୂଆ ପର୍ଯ୍ୟାୟ ଆରମ୍ଭ।

    ଆକ୍ସନ ମୋଡ୍‌ରେ ମାଲକାନଗିରି ଜିଲ୍ଲାପାଳ।ପ୍ରଶାସନିକ ସମୀକ୍ଷା ବୈଠକ ; ବିକାଶର ନୂଆ ପର୍ଯ୍ୟାୟ ଆରମ୍ଭ।

    ଜିଲ୍ଲା ସ୍ତରୀୟ ପିଏମ୍ କିଷାନ୍ ଉତ୍ସବ ଦିବସ।

    ଜିଲ୍ଲା ସ୍ତରୀୟ ପିଏମ୍ କିଷାନ୍ ଉତ୍ସବ ଦିବସ।

    ନୂତନ ଜିଲ୍ଲାପାଳ ଭାବେ କାର୍ଯ୍ୟରେ ଯୋଗଦେଲେ ପ୍ରଥମେଶ ଅରବିନ୍ଦ ରାଜସିର୍କେ।

    ନୂତନ ଜିଲ୍ଲାପାଳ ଭାବେ କାର୍ଯ୍ୟରେ ଯୋଗଦେଲେ ପ୍ରଥମେଶ ଅରବିନ୍ଦ ରାଜସିର୍କେ।

    କାଲିମେଳା ବ୍ଲକ ଭୁବନପାଲ୍ଲୀ ଗ୍ରାମ ପଞ୍ଚାୟତ ଠାରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର।

    କାଲିମେଳା ବ୍ଲକ ଭୁବନପାଲ୍ଲୀ ଗ୍ରାମ ପଞ୍ଚାୟତ ଠାରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର।

    You cannot copy content of this page