ପୋଲେରୁ ସେତୁ ନିର୍ମାଣ ସ୍ଥଳ ପରିଦର୍ଶନ କଲେ ଜିଲ୍ଲାପାଳ:ନିର୍ମାଣ ଶେଷ କରିବାକୁ କଡ଼ା ନିର୍ଦ୍ଦେଶ।

ମାଲକାନଗିରି:ନିରଞ୍ଜନ ମଲ୍ଲ(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକର ଗୁରୁତ୍ୱପୂର୍ଣ୍ଣ ପୋଲେରୁ ସେତୁ ନିର୍ମାଣ କାର୍ଯ୍ୟର ଅଗ୍ରଗତି ଅନୁଧ୍ୟାନ କରିଛନ୍ତି ଜିଲ୍ଲାପାଳ ପ୍ରଥମେଶ ଆରବିନ୍ଦ ରାଜଶିର୍କେ। ଆଜି ନିର୍ମାଣାଧୀନ ସେତୁ ସ୍ଥଳ ପରିଦର୍ଶନ କରିବା ସହ କାମ କେତେଦୂର ଆଗେଇଛି, ସେ ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କ ସହ ସମୀକ୍ଷା କରିଛନ୍ତି। ପରିଦର୍ଶନ ସମୟରେ ଜିଲ୍ଲାପାଳ ସ୍ଥାନୀୟ ବାସିନ୍ଦାଙ୍କ ସହ ସିଧାସଳଖ କଥା ହୋଇଥିଲେ। ଏହି ସେତୁ କେବଳ ଏକ ଯୋଗାଯୋଗର ମାଧ୍ୟମ ନୁହେଁ, ବରଂ ଅଞ୍ଚଳବାସୀଙ୍କ ଆବେଗ ଓ ସଂସ୍କୃତି ସହ ଜଡ଼ିତ। ବିଶେଷକରି ପ୍ରସିଦ୍ଧ ବଡ଼ ଯାତ୍ରା ସମୟରେ ଏହି ରାସ୍ତାର ଗୁରୁତ୍ୱ ଅଧିକ ରହିଥିବାରୁ, ଲୋକଙ୍କ ମହତ୍ତ୍ୱକୁ ସେ ସ୍ୱୀକାର କରିଛନ୍ତି। ଲୋକଙ୍କ ସୁବିଧା ଓ ସଂସ୍କୃତିର ସୁରକ୍ଷା ଆମର ପ୍ରାଥମିକତା – ଏହି ବାର୍ତ୍ତା ଦେଇ ଜିଲ୍ଲାପାଳ ବିଭାଗୀୟ ଅଧିକାରୀଙ୍କୁ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି। ସେତୁ ନିର୍ମାଣରେ ହେଉଥିବା ବିଳମ୍ବକୁ ଦୂର କରି ତୁରନ୍ତ ଏହାକୁ ସମ୍ପୂର୍ଣ୍ଣ କରିବାକୁ ସେ କହିଛନ୍ତି।ସୂଚନାଯୋଗ୍ୟ ଯେ, ପୋଲେରୁ ସେତୁଟି ସ୍ଥାନୀୟ ଅଞ୍ଚଳକୁ ଆନ୍ଧ୍ରପ୍ରଦେଶ ସହ ସଂଯୋଗ କରିବା ପାଇଁ ଏକ ପ୍ରମୁଖ ସେତୁ। ଏହାର ନିର୍ମାଣ ଶେଷ ହେଲେ ହଜାର ହଜାର ଲୋକ ଉପକୃତ ହେବା ସହ ଯାତାୟାତରେ ବଡ଼ ପରିବର୍ତ୍ତନ ଆସିବ।

ସେହିପରି ଜିଲ୍ଲାର ପର୍ଯ୍ୟଟନ କ୍ଷେତ୍ରକୁ ଅଧିକ ସମୃଦ୍ଧ କରିବା ପାଇଁ ବିଭିନ୍ନ ଧାର୍ମିକ ସ୍ଥଳର ଭିତ୍ତିଭୂମିର ବିକାଶ ଉପରେ ଗୁରୁତ୍ୱ ଦେଉଛନ୍ତି ଜିଲ୍ଲାପାଳ। ଏହି ପରିପ୍ରେକ୍ଷୀରେ, ପୋଲେରୁର ପ୍ରସିଦ୍ଧ ମାଉଳି ମା ମନ୍ଦିର ଏବଂ ମାନ୍ୟମକୋଣ୍ଡା ମନ୍ଦିର ପରିଦର୍ଶନ କରି ଦର୍ଶନ କରିଛନ୍ତି ଶ୍ରୀ ରାଜଶିର୍କେ। ମାନ୍ୟମକୋଣ୍ଡା ଅଞ୍ଚଳରେ ଥିବା ଏହି ପ୍ରସିଦ୍ଧ ପୀଠର ଉନ୍ନତିମୂଳକ କାର୍ଯ୍ୟକୁ ନେଇ ଆଲୋଚନା କରାଯାଇଛି। ଏହା ସହିତ ଟାଗରକୋଟା ପାହାଡ଼ ଉପରେ ଥିବା ପ୍ରସିଦ୍ଧ ଶିବ ମନ୍ଦିରର ନିର୍ମାଣାଧୀନ ଭିତ୍ତିଭୂମି କାର୍ଯ୍ୟ ବୁଲି ଦେଖିଛନ୍ତି। ସୂଚନାଯୋଗ୍ୟ ଯେ, ଟାଗର କୋଟାରେ ଏକ ୩୦ ଫୁଟ ଉଚ୍ଚର ମହାଦେବଙ୍କ ପ୍ରତିମା ଏବଂ ମାଇକ୍ରୋ-ପର୍ଯ୍ୟଟନ ସୁବିଧା ଯଥା ପାନୀୟ ଜଳ, ଆଲୋକୀକରଣ ଓ ପର୍ଯ୍ୟଟକଙ୍କ ପାଇଁ ବ୍ୟବସ୍ଥାର ବିକାଶ ଚାଲିଛି। ଶ୍ରଦ୍ଧାଳୁ ଏବଂ ପର୍ଯ୍ୟଟକଙ୍କ ପାଇଁ ଏହି ସ୍ଥାନଗୁଡ଼ିକୁ ଅଧିକ ଆକର୍ଷଣୀୟ କରିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ। ଏହି ଗସ୍ତ ସମୟରେ କାଲିମେଳା ବ୍ଲକ କନିଷ୍ଠ ଯନ୍ତ୍ରୀ, ସହାୟକ ଯନ୍ତ୍ରୀ, ବ୍ଲକ ମଙ୍ଗଳ ଅଧିକାରୀ ଓ ଅନ୍ୟାନ୍ୟ କର୍ମଚାରୀ ଉପସ୍ଥିତ ଥିଲେ।

  • Related Posts

    ମାଲକାନଗିରି ଜିଲ୍ଲାରେ ‘ଉଲ୍ଲାସ’ ସାକ୍ଷରତା ପରୀକ୍ଷା ଅନୁଷ୍ଠିତ: ଜେଲ୍ କଏଦୀଙ୍କ ସମେତ ହଜାର ହଜାର ପରୀକ୍ଷାର୍ଥୀ ସାମିଲ।

    ମାଲକାନଗିରି:ନିରଞ୍ଜନ ମଲ୍ଲ(କ୍ରୋନିକ ଓଡ଼ିଶା)କେନ୍ଦ୍ର ସରକାରଙ୍କ ପ୍ରମୁଖ ଯୋଜନା ‘ଉଲ୍ଲାସ’-ନବ ଭାରତ ସାକ୍ଷରତା କାର୍ଯ୍ୟକ୍ରମ ଅନ୍ତର୍ଗତ ଆଜି ମାଲକାନଗିରି ଜିଲ୍ଲାରେ ଫାଉଣ୍ଡେସନାଲ ଲିଟ୍ରେସି ଏଣ୍ଡ ନ୍ୟୁମେରେସି ଆସେସମେଣ୍ଟ ଟେଷ୍ଟ ସଫଳତାର ସହ ସମ୍ପନ୍ନ ହୋଇଯାଇଛି। ଜିଲ୍ଲାର ପ୍ରାୟ ୮୬୫ଟି କେନ୍ଦ୍ରରେ ଏହି ପରୀକ୍ଷା…

    Continue reading
    ଆକ୍ସନ ମୋଡ୍‌ରେ ମାଲକାନଗିରି ଜିଲ୍ଲାପାଳ।ପ୍ରଶାସନିକ ସମୀକ୍ଷା ବୈଠକ ; ବିକାଶର ନୂଆ ପର୍ଯ୍ୟାୟ ଆରମ୍ଭ।

    ମାଲକାନଗିରି:ନିରଞ୍ଜନ ମଲ୍ଲ(କ୍ରୋନିକ ଓଡ଼ିଶା)ମାଲକାନଗିରିର ନୂତନ ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜେଶିର୍କେ ଆଜି ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ କରିଛନ୍ତି। ଦାୟିତ୍ୱ ଗ୍ରହଣ କରିବା ପରେ ଏହା ତାଙ୍କର ପ୍ରଥମ ସରକାରୀ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ମାଲକାନଗିରି ଜିଲ୍ଲାରେ ‘ଉଲ୍ଲାସ’ ସାକ୍ଷରତା ପରୀକ୍ଷା ଅନୁଷ୍ଠିତ: ଜେଲ୍ କଏଦୀଙ୍କ ସମେତ ହଜାର ହଜାର ପରୀକ୍ଷାର୍ଥୀ ସାମିଲ।

    ମାଲକାନଗିରି ଜିଲ୍ଲାରେ ‘ଉଲ୍ଲାସ’ ସାକ୍ଷରତା ପରୀକ୍ଷା ଅନୁଷ୍ଠିତ: ଜେଲ୍ କଏଦୀଙ୍କ ସମେତ ହଜାର ହଜାର ପରୀକ୍ଷାର୍ଥୀ ସାମିଲ।

    ପୋଲେରୁ ସେତୁ ନିର୍ମାଣ ସ୍ଥଳ ପରିଦର୍ଶନ କଲେ ଜିଲ୍ଲାପାଳ:ନିର୍ମାଣ ଶେଷ କରିବାକୁ କଡ଼ା ନିର୍ଦ୍ଦେଶ।

    ପୋଲେରୁ ସେତୁ ନିର୍ମାଣ ସ୍ଥଳ ପରିଦର୍ଶନ କଲେ ଜିଲ୍ଲାପାଳ:ନିର୍ମାଣ ଶେଷ କରିବାକୁ କଡ଼ା ନିର୍ଦ୍ଦେଶ।

    ଆକ୍ସନ ମୋଡ୍‌ରେ ମାଲକାନଗିରି ଜିଲ୍ଲାପାଳ।ପ୍ରଶାସନିକ ସମୀକ୍ଷା ବୈଠକ ; ବିକାଶର ନୂଆ ପର୍ଯ୍ୟାୟ ଆରମ୍ଭ।

    ଆକ୍ସନ ମୋଡ୍‌ରେ ମାଲକାନଗିରି ଜିଲ୍ଲାପାଳ।ପ୍ରଶାସନିକ ସମୀକ୍ଷା ବୈଠକ ; ବିକାଶର ନୂଆ ପର୍ଯ୍ୟାୟ ଆରମ୍ଭ।

    ଜିଲ୍ଲା ସ୍ତରୀୟ ପିଏମ୍ କିଷାନ୍ ଉତ୍ସବ ଦିବସ।

    ଜିଲ୍ଲା ସ୍ତରୀୟ ପିଏମ୍ କିଷାନ୍ ଉତ୍ସବ ଦିବସ।

    ନୂତନ ଜିଲ୍ଲାପାଳ ଭାବେ କାର୍ଯ୍ୟରେ ଯୋଗଦେଲେ ପ୍ରଥମେଶ ଅରବିନ୍ଦ ରାଜସିର୍କେ।

    ନୂତନ ଜିଲ୍ଲାପାଳ ଭାବେ କାର୍ଯ୍ୟରେ ଯୋଗଦେଲେ ପ୍ରଥମେଶ ଅରବିନ୍ଦ ରାଜସିର୍କେ।

    କାଲିମେଳା ବ୍ଲକ ଭୁବନପାଲ୍ଲୀ ଗ୍ରାମ ପଞ୍ଚାୟତ ଠାରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର।

    କାଲିମେଳା ବ୍ଲକ ଭୁବନପାଲ୍ଲୀ ଗ୍ରାମ ପଞ୍ଚାୟତ ଠାରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର।

    You cannot copy content of this page