ଆକ୍ସନ ମୋଡ୍‌ରେ ମାଲକାନଗିରି ଜିଲ୍ଲାପାଳ।ପ୍ରଶାସନିକ ସମୀକ୍ଷା ବୈଠକ ; ବିକାଶର ନୂଆ ପର୍ଯ୍ୟାୟ ଆରମ୍ଭ।

ମାଲକାନଗିରି:ନିରଞ୍ଜନ ମଲ୍ଲ(କ୍ରୋନିକ ଓଡ଼ିଶା)ମାଲକାନଗିରିର ନୂତନ ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜେଶିର୍କେ ଆଜି ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ କରିଛନ୍ତି। ଦାୟିତ୍ୱ ଗ୍ରହଣ କରିବା ପରେ ଏହା ତାଙ୍କର ପ୍ରଥମ ସରକାରୀ ସମୀକ୍ଷା ବୈଠକ ଥିଲା, ଯେଉଁଥିରେ ସେ ଜିଲ୍ଲାର ପ୍ରଗତି ଏବଂ ବିକାଶମୂଳକ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଉପରେ ଗୁରୁତ୍ୱ ଦେଇଥିଲେ।ଜିଲ୍ଲାପାଳ କହିଛନ୍ତି ଯେ, ସରକାରଙ୍କ ପ୍ରତ୍ୟେକ ଯୋଜନା ଯେପରି ଜିଲ୍ଲାର ଶେଷ ହିତାଧିକାରୀଙ୍କ ପାଖରେ ପହଞ୍ଚିପାରିବ, ତାହା ପ୍ରଶାସନର ମୁଖ୍ୟ ଲକ୍ଷ୍ୟ। ବୈଠକରେ ବର୍ଷା ଋତୁ ପୂର୍ବରୁ ସମସ୍ତ ନିର୍ମାଣାଧୀନ ସେତୁ ଓ ରାସ୍ତା କାର୍ଯ୍ୟ ଶେଷ କରିବାକୁ ରାସ୍ତା ଓ କୋଠାବାଡ଼ି ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ବିଷୟରେ ଲୋକଙ୍କୁ ସଚେତନ କରିବା ପାଇଁ ସମସ୍ତ ସି ଏଚ୍ ସି, ପି ଏଚ୍ ସି, କଲ୍ୟାଣ ମଣ୍ଡପ ଏବଂ ବ୍ଲକ କାର୍ଯ୍ୟାଳୟରେ ପ୍ରଚାର ପତ୍ର ଲଗାଇବାକୁ ଶ୍ରମ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି।ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ପ୍ରାଣୀ ସମ୍ପଦ, ଉଦ୍ୟାନ କୃଷି, ପାନୀୟ ଜଳ, ବିଦ୍ୟୁତ୍ ଏବଂ ଜଳସେଚନ ଭଳି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରର ସ୍ଥିତି ପରଖିଥିଲେ ଜିଲ୍ଲାପାଳ। ଆସନ୍ତା ଏପ୍ରିଲରୁ ଆରମ୍ଭ ହେବାକୁ ଥିବା ଜନଗଣନା କାର୍ଯ୍ୟ ପାଇଁ ପ୍ରଶିକ୍ଷଣ ଶିବିର ଓ ପ୍ରସ୍ତୁତିର ସମୀକ୍ଷା କରାଯାଇଥିଲା। ଜନଜାତି ଉନ୍ନୟନ ବିଭାଗ ସହ ଜିଲ୍ଲାର ଜନଜାତିଙ୍କ ଉନ୍ନୟନ ନିମନ୍ତେ କଣ ସବୁ ପଦକ୍ଷେପ ନିଆଯାଇଛି ପଚାରି ବୁଝିଥିଲେ ଜିଲ୍ଲାପାଳ। ଜିଲ୍ଳାରେ ଆଦର୍ଶ ଗ୍ରାମ ଗଢିବା ପାଇଁ ଜନଜାତି ଉନ୍ନୟନ ବିଭାଗକୁ ଦିଗଦର୍ଶନ ପ୍ରଦାନ କରିଥିଲେ ଜିଲ୍ଲାପାଳ। ଏହି ବୈଠକରେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଦାଶରଥି ସରାବୁ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ବେଦବର ପ୍ରଧାନ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଡୋଳାମଣି ପ୍ରଧାନ ଉପସ୍ଥିତ ଥିଲେ।

  • Related Posts

    ମାଲକାନଗିରି ଜିଲ୍ଲାରେ ‘ଉଲ୍ଲାସ’ ସାକ୍ଷରତା ପରୀକ୍ଷା ଅନୁଷ୍ଠିତ: ଜେଲ୍ କଏଦୀଙ୍କ ସମେତ ହଜାର ହଜାର ପରୀକ୍ଷାର୍ଥୀ ସାମିଲ।

    ମାଲକାନଗିରି:ନିରଞ୍ଜନ ମଲ୍ଲ(କ୍ରୋନିକ ଓଡ଼ିଶା)କେନ୍ଦ୍ର ସରକାରଙ୍କ ପ୍ରମୁଖ ଯୋଜନା ‘ଉଲ୍ଲାସ’-ନବ ଭାରତ ସାକ୍ଷରତା କାର୍ଯ୍ୟକ୍ରମ ଅନ୍ତର୍ଗତ ଆଜି ମାଲକାନଗିରି ଜିଲ୍ଲାରେ ଫାଉଣ୍ଡେସନାଲ ଲିଟ୍ରେସି ଏଣ୍ଡ ନ୍ୟୁମେରେସି ଆସେସମେଣ୍ଟ ଟେଷ୍ଟ ସଫଳତାର ସହ ସମ୍ପନ୍ନ ହୋଇଯାଇଛି। ଜିଲ୍ଲାର ପ୍ରାୟ ୮୬୫ଟି କେନ୍ଦ୍ରରେ ଏହି ପରୀକ୍ଷା…

    Continue reading
    ପୋଲେରୁ ସେତୁ ନିର୍ମାଣ ସ୍ଥଳ ପରିଦର୍ଶନ କଲେ ଜିଲ୍ଲାପାଳ:ନିର୍ମାଣ ଶେଷ କରିବାକୁ କଡ଼ା ନିର୍ଦ୍ଦେଶ।

    ମାଲକାନଗିରି:ନିରଞ୍ଜନ ମଲ୍ଲ(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକର ଗୁରୁତ୍ୱପୂର୍ଣ୍ଣ ପୋଲେରୁ ସେତୁ ନିର୍ମାଣ କାର୍ଯ୍ୟର ଅଗ୍ରଗତି ଅନୁଧ୍ୟାନ କରିଛନ୍ତି ଜିଲ୍ଲାପାଳ ପ୍ରଥମେଶ ଆରବିନ୍ଦ ରାଜଶିର୍କେ। ଆଜି ନିର୍ମାଣାଧୀନ ସେତୁ ସ୍ଥଳ ପରିଦର୍ଶନ କରିବା ସହ କାମ କେତେଦୂର ଆଗେଇଛି, ସେ ସମ୍ପର୍କରେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ମାଲକାନଗିରି ଜିଲ୍ଲାରେ ‘ଉଲ୍ଲାସ’ ସାକ୍ଷରତା ପରୀକ୍ଷା ଅନୁଷ୍ଠିତ: ଜେଲ୍ କଏଦୀଙ୍କ ସମେତ ହଜାର ହଜାର ପରୀକ୍ଷାର୍ଥୀ ସାମିଲ।

    ମାଲକାନଗିରି ଜିଲ୍ଲାରେ ‘ଉଲ୍ଲାସ’ ସାକ୍ଷରତା ପରୀକ୍ଷା ଅନୁଷ୍ଠିତ: ଜେଲ୍ କଏଦୀଙ୍କ ସମେତ ହଜାର ହଜାର ପରୀକ୍ଷାର୍ଥୀ ସାମିଲ।

    ପୋଲେରୁ ସେତୁ ନିର୍ମାଣ ସ୍ଥଳ ପରିଦର୍ଶନ କଲେ ଜିଲ୍ଲାପାଳ:ନିର୍ମାଣ ଶେଷ କରିବାକୁ କଡ଼ା ନିର୍ଦ୍ଦେଶ।

    ପୋଲେରୁ ସେତୁ ନିର୍ମାଣ ସ୍ଥଳ ପରିଦର୍ଶନ କଲେ ଜିଲ୍ଲାପାଳ:ନିର୍ମାଣ ଶେଷ କରିବାକୁ କଡ଼ା ନିର୍ଦ୍ଦେଶ।

    ଆକ୍ସନ ମୋଡ୍‌ରେ ମାଲକାନଗିରି ଜିଲ୍ଲାପାଳ।ପ୍ରଶାସନିକ ସମୀକ୍ଷା ବୈଠକ ; ବିକାଶର ନୂଆ ପର୍ଯ୍ୟାୟ ଆରମ୍ଭ।

    ଆକ୍ସନ ମୋଡ୍‌ରେ ମାଲକାନଗିରି ଜିଲ୍ଲାପାଳ।ପ୍ରଶାସନିକ ସମୀକ୍ଷା ବୈଠକ ; ବିକାଶର ନୂଆ ପର୍ଯ୍ୟାୟ ଆରମ୍ଭ।

    ଜିଲ୍ଲା ସ୍ତରୀୟ ପିଏମ୍ କିଷାନ୍ ଉତ୍ସବ ଦିବସ।

    ଜିଲ୍ଲା ସ୍ତରୀୟ ପିଏମ୍ କିଷାନ୍ ଉତ୍ସବ ଦିବସ।

    ନୂତନ ଜିଲ୍ଲାପାଳ ଭାବେ କାର୍ଯ୍ୟରେ ଯୋଗଦେଲେ ପ୍ରଥମେଶ ଅରବିନ୍ଦ ରାଜସିର୍କେ।

    ନୂତନ ଜିଲ୍ଲାପାଳ ଭାବେ କାର୍ଯ୍ୟରେ ଯୋଗଦେଲେ ପ୍ରଥମେଶ ଅରବିନ୍ଦ ରାଜସିର୍କେ।

    କାଲିମେଳା ବ୍ଲକ ଭୁବନପାଲ୍ଲୀ ଗ୍ରାମ ପଞ୍ଚାୟତ ଠାରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର।

    କାଲିମେଳା ବ୍ଲକ ଭୁବନପାଲ୍ଲୀ ଗ୍ରାମ ପଞ୍ଚାୟତ ଠାରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର।

    You cannot copy content of this page