ମାଲକାନଗିରି:ନିରଞ୍ଜନ ମଲ୍ଲ(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା ସତୀଗୁଡା ପିଏମଶ୍ରୀ ସରକାରୀ ଏସଏସଡି ବାଳିକା ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ପ୍ରଧାନ ଶିକ୍ଷୟତ୍ରୀ ସୁଜାତା ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ଗୁରୁବନ୍ଧୁ ପୂଜାରୀ, ମୁଖ୍ୟ ବକ୍ତା ଭାବେ ଅତିରିକ୍ତ ଜିଲ୍ଲାପାଳ ସୋମନାଥ ପ୍ରଧାନ ଯୋଗ ଦେଇଥିଲେ। ପ୍ରଥମେ ଅତିଥି ମାନଙ୍କ ଦ୍ଵାରା ଜଗତର ନାଥ ପ୍ରଭୁ ଜଗନ୍ନାଥଙ୍କ ପ୍ରତିମା ନିକଟରେ ଧୂପ ଦୀପ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ।ଏହା ପରେ ବିଦ୍ୟାଳୟ ପ୍ରଧାନ ଶିକ୍ଷୟତ୍ରୀ ସୁଜାତା ନାୟକଙ୍କ ଦ୍ୱାରା ବିଦ୍ୟାଳୟର ବାର୍ଷିକ ବିବରଣୀ ପାଠ କରାଯାଇଥିବା ବେଳେ ବିଦ୍ୟାଳୟର ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ସତୀଗୁଡା ଏସଏସଡି ବାଳିକା ଉଚ୍ଚ ବିଦ୍ୟାଳୟ ବର୍ତ୍ତମାନ ପିଏମଶ୍ରୀ ସରକାରୀ ବିଦ୍ୟାଳୟ ହେବାକୁ ଯାଉଛି।ଏଥି ସହିତ ମୁଖ୍ୟ ଅତିଥି ଶ୍ରୀ ପୂଜାରୀ ନିଜ ବକ୍ତବ୍ୟରେ ଛାତ୍ରଛାତ୍ରୀ ମାନେ ଅଳସୁଆ ନହୋଇ ପରିଶ୍ରମୀ , ସଚ୍ଚୋଟ ଏବଂ କର୍ମଠ ହେବା ଆବଶ୍ୟକ। ସର୍ବଦା ସତ୍ୟର ପଥ ଅନୁସରଣ କରିବା ଉଚିତ ବୋଲି କହିଥିଲେ। ସେହିପରି ମୁଖ୍ୟ ବକ୍ତା ଶ୍ରୀ ପ୍ରଧାନଙ୍କ ଭାଷଣରେ ଛାତ୍ରଛାତ୍ରୀଙ୍କ ଜୀବନ କିପରି ହେବା କଥା ଏକ ଗୀତ ମାଧ୍ୟମରେ ଅନୁପ୍ରାଣିତ କରିଥିଲେ। ବିଦ୍ୟାଳୟର ସହକାରୀ ଶିକ୍ଷୟତ୍ରୀ ସରିତା ରାଣୀ ଲେଙ୍କା ଓ ଛାତ୍ରୀ ପିଙ୍କି ପଡ଼ିଆମୀ ପିଏମଶ୍ରୀ ବିଦ୍ୟାଳୟ ହେବା ବିଶେଷତ୍ୱ ସମ୍ପର୍କରେ ସବିଶେଷ ଆଲୋଚନା କରିଥିଲେ।ଏହା ପରେ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ଆଧୁନିକ ଏବଂ ଆଦିବାସୀ ଐତିହ୍ୟ ପରମ୍ପରା ସମ୍ପର୍କିତ ନୃତ୍ୟ ଗୀତକୁ ନେଇ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। କୁନି କୁନି ଛାତ୍ରଛାତ୍ରୀଙ୍କ ଦ୍ୱାରା ପରିବେଷିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ବିଶେଷ କରି ଆଦିବାସୀ ଐତିହ୍ୟ ଓ ପରମ୍ପରା ନୃତ୍ୟ ଗୀତ ଲୋକଙ୍କ ମନ ମୋହିଥିଲା।ଏହି ବିଦ୍ୟାଳୟ ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମରେ ବିଦ୍ୟାଳୟର ୫ ଶହରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ। ଶତାଧିକ ସ୍ଥାନୀୟ ଛାତ୍ରଛାତ୍ରୀଙ୍କ ଅଭିଭାବକ ମାନେ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଚିତ୍ତ ରଞ୍ଜନ ପଣ୍ଡା ମଞ୍ଚ ପରିଚାଳନା କରିଥିବା ବେଳେ ବିଦ୍ୟାଳୟର ଅନ୍ୟ ସହକାରୀ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ମଧ୍ୟରେ ନିରୁପମା ନାୟକ , ରେଣୁକା ସିଆଲ , ରାଜଶ୍ରୀ ଦାସ , ଜମ୍ବୁବତି ସ୍ବାଇଁ , ପୂର୍ଣ୍ଣୃନ୍ଦୁ ଭୁଷଣ ପ୍ରଧାନ , ଗୀତାଞ୍ଜଳି ବିଶୋଇ , ପ୍ରଶାନ୍ତି ଆରଡି , ବି ସ୍ୱପ୍ନା କୁମାରୀ , ତୁଳସୀ ରାମ ହାଲବାଙ୍କ ସହଯୋଗରେ ବାର୍ଷିକ ଉତ୍ସବ ସଫଳ ହୋଇଥିଲା।





