ଲଗାଣ ବର୍ଷାରେ ଚିତ୍ରକୋଣ୍ଡା ଅଞ୍ଚଳବାସୀ ବେହାଲ।।

ଚିତ୍ରକୋଣ୍ଡା(ପ୍ରକାଶ ଚନ୍ଦ୍ର ସାହୁ)ମାଲକାନଗିରି ଜିଲ୍ଲାରେ ଗତ ତିନିଦିନ ଧରି ଲଗାଣ ବର୍ଷା ଲାଗିରହିଥିବା ବେଳେ ଚିତ୍ରକୋଣ୍ଡା-ବାଲିମେଳା ମୁଖ୍ୟ ରାସ୍ତା ଭାଲ୍ଭ ହାଉସ ଛକ ନିକଟରେ ମାଟି ଅତଡ଼ା ଖସି ଯାଇଥିବାରୁ ରାସ୍ତାଟି ସମ୍ପୂର୍ଣ୍ଣ ରୂପେ ଅବରୋଧ ହୋଇଯାଇଛି । ଫଳରେ ଚିତ୍ରକୋଣ୍ଡା ଓ ବାଲିମେଳା ମଧ୍ୟରେ ଗାଡି ଚଳାଚଳ ବାଧାପ୍ରାପ୍ତ ହୋଇଛି । ଉଭୟ ପଟରୁ ଆସୁଥିବା ସମସ୍ତ ଗାଡ଼ି ଅଟକି ଥିବା ବେଳେ ସମସ୍ତ ଯାତ୍ରୀ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଚିତ୍ରକୋଣ୍ଡା ସଦର ମହକୁମା ଠାରେ ଡ୍ରେନ ଗୁଡିକର ପାଣି ଘର ଭିତରେ ପଶି ଯାଇଥିବାରୁ ଲୋକେ ନାହିଁ ନ ଥିବା ଅସୁବିଧା ର ସମ୍ମୁଖୀନ ହୋଇଛନ୍ତି । ଆନ୍ଧ୍ରପ୍ରଦେଶ ରାସ୍ତାରେ ପିଲିଗାଡ଼ା ବ୍ରିଜରେ ପାଣିର ସୁଅ ବଢ଼ି ଯାଇ ରାସ୍ତା ଧୋଇ ନେଇଛି ଏବଂ ଆନ୍ଧ୍ରପ୍ରଦେଶ ସହ ଯାତାୟତ ସମ୍ପୂର୍ଣ୍ଣ ବନ୍ଦ ହୋଇ ଯାଇଛି । ସେଠାରେ ଥିବା ଏକ ଷ୍ଟୋର ରୁମ ଏବଂ ଜେସିଵି ୨୦୦ ମେସିନ ମଧ୍ୟ ଭସାଇ ନେଇଛି । ଯୋଡ଼ାମ୍ବ ଏବଂ ଜାନବାଇ ମେଡିକାଲ ରେ ପାଣି ପଶି ଆଣ୍ଠୁଏ ହୋଇ ଯାଇଥିବାରୁ ରୋଗୀ ମାନଙ୍କ ଚିକିତ୍ସା ରେ ବାଧାପ୍ରାପ୍ତ ହୋଇଛି । ଯନ୍ତ୍ରୀ, ପଣସପୁଟ, ଗଜଳମାମୁଡ଼ି ସମେତ ଅନ୍ୟ ପଞ୍ଚାୟତ ଗୁଡିକରେ ଥିବା ନଦୀ ନାଳ ର ସ୍ତର ବଢି ଯାଇଥିବାରୁ ଗମନାଗମନ ରେ ବାଧାପ୍ରାପ୍ତ ହୋଇଛି। ବର୍ଷା ର ପ୍ରକୋପରେ ସମ୍ପୂର୍ଣ୍ଣ ଚିତ୍ରକୋଣ୍ଡା ବ୍ଲକ ପ୍ରଭାବିତ ହୋଇଛି ।

  • Related Posts

    ବିଜେପିରେ ଯୋଗ ଦେଲେ ବିଜେଡି ଜିଲ୍ଲା ଉପ ସଭାପତି।

    ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା ବିଜେପି କାର୍ଯ୍ୟାଳୟ ପରିସରରେ ଆଜି ବିଜେପି ଜିଲ୍ଲା ସଭାପତି ନିମାଇଁ ଚରଣ ପାଲଙ୍କ ନେତୃତ୍ୱରେ ବୁଥ ସ୍ତରୀୟ ନିର୍ବାଚନ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ରାଜ୍ୟରୁ ଆସିଥିବା ଜିଲ୍ଲା ପର୍ଯ୍ୟବେକ୍ଷକ ଅଜୟ କୁମାର ସ୍ୱାଇଁ,…

    ମୋବାଇଲ , ସାଇକେଲ ଚୋରି ମାମଲାରେ ୪ ନାବାଳକଙ୍କ ସମେତ ୮ ଗିରଫ ; ୧୮ ମୋବାଇଲ,୨ ସାଇକେଲ ଜବତ।

    ମାଲକାନଗିରି(କ୍ରୋନିକ ଓଡ଼ିଶା)ଓର୍କେଲ ପୋଲିସକୁ ଏକ ବଡ ସଫାଳତା। ୪ ନାବାଳକ ସମେତ ମୋଟ ୮ ଜଣ ଚତୁର ଚୋରଙ୍କୁ ଗିରଫ କରିଛି ଓର୍କେଲ ପୁଲିସ। ଲୋକଙ୍କ ଆଖିରେ ଧୁଳି ଦେଇ କରୁଥିଲେ ଚୋରି ଗୃହ ଉପକରଣ ଏବଂ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ।…

    Leave a Reply

    Your email address will not be published. Required fields are marked *

    You cannot copy content of this page