ବର୍ଷା ପାଣିରେ ଉଛୁଳୁଛି ନାଳ ନର୍ଦ୍ଦମା : ବାଲିମେଳା ସହର ପାଲଟିଲା କୃତ୍ରିମ ହ୍ରଦ

ମାଲକାନଗିରି ଜିଲ୍ଲା ବାଲିମେଳା ସହରରେ ଗତ ୩ ଦିନ ଧରି ଲଗାଣ ବର୍ଷା ହେବା ଫଳରେ ଆଜି ବାଲିମେଳା ସହରର ବିଭିନ୍ନ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି। ସହରର ଦୈନିକ ବଜାର, ମେଡିକାଲ କଲୋନୀ, ମାଣ୍ଡି ସାହି, ଦୁର୍ଗା ସାହି, ପାୱାର ହାଉସ ଛକ, ନଦୀ ଲାଇନ ଏଭଳି ବିଭିନ୍ନ ତଳିଆ ଅଞ୍ଚଳରେ ବନ୍ୟା ଜଳ ପ୍ରବାହିତ ହୋଇଥିଲା। ମେଡିକାଲ କଲୋନୀରେ କିଛି ଲୋକଙ୍କ ଘର ମଧ୍ୟକୁ ବନ୍ୟା ଜଳ ପ୍ରବେଶ କରିଥିଲା। ସହରର ବିଭିନ୍ନ ସ୍ଥାନରେ ଗଛ ଗୁଡିକ ପଡି ବଡ଼ ବଡ଼ ଡାଳ ଭାଙ୍ଗିଥିବା ହେତୁ ଯାନବାହନ ଚଳାଚଳ ବନ୍ଦ ରହିଥିଲା। ତେବେ ବାଲିମେଳା ସହରରେ ଥିବା ନାଳ ନର୍ଦମା ଗୁଡିକ ଭଲ ଭାବେ ସଫେଇ ହେଉ ନଥିବାରୁ ନାଳ ଗୁଡିକରେ ବର୍ଷା ଜଳ ଜମି ରାସ୍ତା ଉପରକୁ ବର୍ଷା ଜଳ ମାଡି ଆସୁଥିବାରୁ ଏପରି ସମସ୍ୟା ଉପୁଜୁଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ବାଲିମେଳା ବିଜ୍ଞାପିତ ପରିଷଦ ଅଞ୍ଚଳ ପକ୍ଷରୁ ପ୍ରତିବର୍ଷ ଲକ୍ଷାଧିକ ଟଙ୍କା ଅଞ୍ଚଳର ନାଳ ନର୍ଦ୍ଦମା ଏବଂ ରାସ୍ତାଘାଟ ସଫା ରଖିବା ପାଇଁଁ ଖର୍ଚ୍ଚ ହେଉଥିବା ବେଳେ ସହରର ସମସ୍ତ ନାଳ ନର୍ଦ୍ଦମା କିପରି ବୁଡି ଯାଉଛି।ତାହା ଏବେ ଅଞ୍ଚଳବାସୀଙ୍କ ମନରେ ପ୍ରଶ୍ନ। ତେବେ ଆଗାମୀ ଦିନରେ ଯଦି ନାଳ ନର୍ଦ୍ଦମା ଗୁଡିକ ସଠିକ ଭାବେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ସଫେଇ ନ କରାଯାଏ ତାହେଲେ ପୁଣି ବନ୍ୟା ଜଳ ସହର ମଧ୍ୟକୁ ପ୍ରବେଶ କରିବାକୁ ରୋକା ଯାଇ ପାରିବନାହିଁ ବୋଲି ସାଧାରଣରେ ମତ ପ୍ରକାଶ ପାଉଛି।

  • Related Posts

    ଜିଲ୍ଲା ରେଡକ୍ରସ ସୋସାଇଟି ପକ୍ଷରୁ ରକ୍ତଦାନ ଶିବିର।

    ମାଲକାନଗିରି(କ୍ରୋନିକ ଓଡ଼ିଶା)ରକ୍ତ ଦାନ ଏକ ମହତ ଦାନ। ରକ୍ତ ଅଭାବ କାରଣରୁ ଚିକିତ୍ସାଧିନ ଅବସ୍ଥାରେ ଅନେକ ଲୋକଙ୍କ ଜୀବନ ଚାଲି ଯାଇଥାଏ। ରକ୍ତ ଦାନ କରିବା ଦ୍ୱାରା ଅନେକ ଲୋକଙ୍କ ଜୀବନ ବଞ୍ଚି ପାରିବ । ଏସବୁକୁ ଦୃଷ୍ଟିରେ ରଖି ମାଲକାନଗିରି…

    ଏକ ଦିବସୀୟ ପଦାର୍ଥ ବିଜ୍ଞାନ ଆଲୋଚନା ଚକ୍ର ଆୟୋଜିତ।

    ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା ଆଦର୍ଶ ସ୍ନାତକ ମହାବିଦ୍ୟାଳୟରେ ପଦାର୍ଥ ବିଜ୍ଞାନ ବିଭାଗରେ ଏକ ଦିବସୀୟ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ଅଧ୍ୟକ୍ଷ ଡକ୍ଟର ଆଲୋକ କୁମାର ପାତ୍ରଙ୍କ ସଭାପତିତ୍ଵରେ ଆୟୋଜିତ ଏହି ଆଲୋଚନା ଚକ୍ରରେ ପାରେଳାଖେମୁଣ୍ଡିର ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ଵୟଂଶାସିତ…

    Leave a Reply

    Your email address will not be published. Required fields are marked *

    You cannot copy content of this page