ନୂତନ ଛାତ୍ରଛାତ୍ରୀଙ୍କ ସ୍ବାଗତ ସଭା ; ଚରିତ୍ର ଗଠନ ପାଇଁ ସାମୁହିକ ଶପଥ ପାଠ।

ମାଲକାନଗିରି(ନିରଞ୍ଜନ ମଲ୍ଲ)ସ୍ଥାନୀୟ ଘଡେଇ ଆବାସିକ ବିଜ୍ଞାନ ମହାବିଦ୍ୟାଳୟ ପରିସର ଭିତରେ ପ୍ରତିଷ୍ଠାତା ଡକ୍ଟର ସୁରେଶ ଚନ୍ଦ୍ର ଘଡେଇଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଅଧ୍ୟକ୍ଷ ଦୁଷ୍ମନ୍ତ କୁମାର ଜେନା ଯୋଗଦାନ କରି ଛାତ୍ର ଛାତ୍ରୀମାନେ ଚରିତ୍ରବାନ ହୋଇ ଦେଶରେ ସୁଶାସନ ଗଠନ କରିବାକୁ ପରାମର୍ଶ ପ୍ରଦାନ କରିଛନ୍ତି। ମୁଖ୍ୟବକ୍ତା ବାଣିଜ୍ୟ ବିଭାଗ ମୁଖ୍ୟ ଡକ୍ଟର ରଞ୍ଜନ କୁମାର ସ୍ବାଇଁ ମାଲକାନଗିରି ମହାବିଦ୍ୟାଳୟ ଛାତ୍ରମାନେ ଶୃଙ୍ଖଳିତ ହୋଇ ଜ୍ଞାନ ଆହୋରଣ ପାଇଁ ଉତ୍ତମ ପରାମର୍ଶ ଦେଇଥିଲେ।ସମ୍ମାନିତ ଅତିଥି ଉମେଶ ଚନ୍ଦ୍ର ରାଉତ ଇଂରାଜୀ ବିଭାଗର ମୁଖ୍ୟ ପ୍ରଥମ ବର୍ଷ ଛାତ୍ର ଛାତ୍ରୀଙ୍କୁ ଆନ୍ତରିକତା ସ୍ୱାଗତ ଜଣାଇବା ସହିତ କଠିନ ପରିଶ୍ରମ କରି ସୁନାଗରିକ ହେବା ପାଇଁ ଉପଦେଶ ଦେଇଥିଲେ। ଅନ୍ୟତମ ସ୍ୱତନ୍ତ୍ର ଅତିଥି ଡ଼ମ୍ଭରୁଧର ପ୍ରଧାନ, ଅବସର ପ୍ରାପ୍ତ ବିଦ୍ୟାଳୟ ନିରୀକ୍ଷକ, ଏକଲବ୍ୟ ପରି ଶିଷ୍ୟ ହେବା ପାଇଁ ପରାମର୍ଶ ଦେଇଥିଲେ। ସଭା ପ୍ରାରମ୍ଭରେ ପ୍ରଭୁ ଗଜାନନଙ୍କ ମୂର୍ତ୍ତିରେ ପ୍ରଦୀପ ପ୍ରଜ୍ଜ୍ୱଳନ କରି ସଭା ଆରମ୍ଭ କରିଥିଲେ। ନୂତନ ଭାବେ ଯୋଗଦାନ କରିଥିବା ±୨ ବିଜ୍ଞାନ,+୩ବିଜ୍ଞାନ ସମ୍ମାନ ଛାତ୍ରଛାତ୍ରୀଙ୍କୁ କଲମ ଉପହାର ଦେଇ ସ୍ୱାଗତ ଜଣାଇଥିଲେ। ଏହି କାର୍ଯ୍ୟକ୍ରମରେ ସୁଧାକର ପଟ୍ଟନାୟକ ଅଧ୍ୟକ୍ଷ +୩ ଛାତ୍ରଛାତ୍ରୀଙ୍କୁ ସ୍ବାଗତ ଜଣାଇବା ସହିତ ଅତିଥି ପରିଚୟ ପ୍ରଦାନ କରିଥିଲେ।ପାଞ୍ଚ ଶହରୁ ଉର୍ଦ୍ଧ୍ୱ ଛାତ୍ର ଛାତ୍ରୀ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ସଭା ଶେଷରେ ମନୋରଞ୍ଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଅନୁଷ୍ଠାନର ସମସ୍ତ ଅଧ୍ୟାପକ,ଅଧ୍ୟାପିକା ଓ କର୍ମଚାରୀ ଉପସ୍ଥିତ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ। ସତ୍ୟବ୍ରତ ସାମଲ,+୨ ଅଧ୍ୟକ୍ଷ, ସଭାଶେଷରେ ଧନ୍ୟବାଦ ଜ୍ଞାପନ କରିଥିବା ବେଳେ ଜୁଲି ମିସ୍ତ୍ରୀ, ମିସ ସ୍ବାଇଁ ମଞ୍ଚ ପରିଚାଳନା କରିଥିଲେ।

  • Related Posts

    ଜିଲ୍ଲା ରେଡକ୍ରସ ସୋସାଇଟି ପକ୍ଷରୁ ରକ୍ତଦାନ ଶିବିର।

    ମାଲକାନଗିରି(କ୍ରୋନିକ ଓଡ଼ିଶା)ରକ୍ତ ଦାନ ଏକ ମହତ ଦାନ। ରକ୍ତ ଅଭାବ କାରଣରୁ ଚିକିତ୍ସାଧିନ ଅବସ୍ଥାରେ ଅନେକ ଲୋକଙ୍କ ଜୀବନ ଚାଲି ଯାଇଥାଏ। ରକ୍ତ ଦାନ କରିବା ଦ୍ୱାରା ଅନେକ ଲୋକଙ୍କ ଜୀବନ ବଞ୍ଚି ପାରିବ । ଏସବୁକୁ ଦୃଷ୍ଟିରେ ରଖି ମାଲକାନଗିରି…

    ଏକ ଦିବସୀୟ ପଦାର୍ଥ ବିଜ୍ଞାନ ଆଲୋଚନା ଚକ୍ର ଆୟୋଜିତ।

    ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା ଆଦର୍ଶ ସ୍ନାତକ ମହାବିଦ୍ୟାଳୟରେ ପଦାର୍ଥ ବିଜ୍ଞାନ ବିଭାଗରେ ଏକ ଦିବସୀୟ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ଅଧ୍ୟକ୍ଷ ଡକ୍ଟର ଆଲୋକ କୁମାର ପାତ୍ରଙ୍କ ସଭାପତିତ୍ଵରେ ଆୟୋଜିତ ଏହି ଆଲୋଚନା ଚକ୍ରରେ ପାରେଳାଖେମୁଣ୍ଡିର ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ଵୟଂଶାସିତ…

    Leave a Reply

    Your email address will not be published. Required fields are marked *

    You cannot copy content of this page