ସୁଭଦ୍ରା ଯୋଜନାରେ ଆଧାର – ମୋବାଇଲ ଲିଙ୍କ ବାଧ୍ୟ ନୁହେଁ:-ଜିଲ୍ଲାପାଳ।

ମାଲକାନଗିରି(ନିରଞ୍ଜନ ମଲ୍ଲ)ସୁଭଦ୍ରା ଯୋଜନାରେ ଆବେଦନ ପ୍ରକ୍ରିୟାର ଆରମ୍ଭ ହୋଇଛି। ଏଥି ନିମନ୍ତେ ଆଧାରରେ ଫୋନ୍ ନମ୍ବର ଲିଙ୍କ୍ ଜରୁରୀ ନୁହେଁ ବୋଲି ମାଲକାନଗିରି ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ସୁଭଦ୍ରା ଫର୍ମ ଦାଖଲ କରିବା ପାଇଁ ଆଧାର ସହ ମୋବାଇଲ ନମ୍ବର ଲିଙ୍କ୍ ହୋଇନଥିଲେ ମଧ୍ୟ ମୁହଁ କିମ୍ଵା ଟିପର ପ୍ରିଣ୍ଟ ସ୍କାନିଂ ମାଧ୍ୟମରେ ଆଧାର ପ୍ରାମାଣିକ କରଣ କରାଯାଇ ପାରିବ। ତେଣୁ ଆବେଦନକାରୀ ସୁଭଦ୍ରା ଯୋଜନାରେ ଲାଭ ଉଠାଇବାକୁ ଆଧାର ସହ ମୋବାଇଲ ନମ୍ବର ଲିଙ୍କ କରିବାକୁ ବ୍ୟସ୍ତ ନହୋଇ ବିନା ମୋବାଇଲ ନମ୍ବରରେ ଲିଙ୍କରେ ଆବେଦନ କରି ପାରିବେ। ଆହୁରି ମଧ୍ୟ ସୂଚନା ଦିଆଯାଇଛି ଯେ ଆବେଦନ ନିମନ୍ତେ ଅନ୍ତିମ ସମୟ ସୀମା ଧାର୍ଯ୍ୟ କରାଯାଇ ନାହିଁ। ଏଣୁ ଆବେଦନକାରୀ ଯେ କୌଣସି ସମୟରେ ନିକଟସ୍ଥ ସେବା କେନ୍ଦ୍ରରେ ଆବେଦନ କରି ପାରିବେ। ୨୧ ବର୍ଷରୁ ଉର୍ଦ୍ଧ୍ବ ଓ ୬୦ ବର୍ଷରୁ କମ୍ ହୋଇଥିବା ମହିଳା ଏହି ଯୋଜନାରେ ଆବେଦନ କରି ପାରିବେ। ଆବେଦନ ଫର୍ମ ପ୍ରତ୍ୟେକ ଅଙ୍ଗନୱାଡ଼ି କେନ୍ଦ୍ରରେ ବିନା ମୂଲ୍ୟରେ ଉପଲବ୍ଧ ହେଉଛି। ସେହିପରି ବିନା ମୂଲ୍ୟରେ ସେବା କେନ୍ଦ୍ରରେ ଫର୍ମ ପୂରଣ ଓ ପଞ୍ଜିକରଣ କରାଯାଉଛି। ଆବେଦନକାରୀ ନିଜର ଆଧାର ସହ ବ୍ୟାଙ୍କ ଖାତା ସଂଯୋଗ କରିବା ଆବଶ୍ୟକ । ପ୍ରତ୍ୟେକ ବ୍ଲକ ଓ ସହରାଞ୍ଚଳରେ ଆଧାର ସଂଶୋଧନ ନିମନ୍ତେ ସ୍ଵତନ୍ତ୍ର କ୍ୟାମ୍ପର ବ୍ୟବସ୍ଥା କରାଯାଇଛି। ଜିଲ୍ଲାର ବଣ୍ଡା ଓ ଦିଦାୟୀ ଜନଜାତି ମହିଳାଙ୍କ ନିମନ୍ତେ ମଧ୍ୟ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ଲୋକଙ୍କ ମଧ୍ୟରେ ସଚେତନତା ନିମନ୍ତେ ୭ ସେପ୍ଟେମ୍ୱରରେ ସୁଭଦ୍ରା ରଥର ଶୁଭାରମ୍ଭ କରାଯିବ। ଜିଲ୍ଲାରେ ୩ ଲକ୍ଷ ରୁ ଉର୍ଦ୍ଧ୍ବ ଫର୍ମ ବଣ୍ଟନ ନିମନ୍ତେ ଲକ୍ଷ୍ୟ ରଖାଯାଇଛି। ଆବେଦନ ପରେ ବ୍ଲକ ସ୍ତରୀୟ ଯାଞ୍ଚ ପରେ ଯୋଗ୍ୟ ହିତାଧିକାରୀ ଏହି ଯୋଜନାର ସୁବିଧା ଉଠାଇ ପାରିବେ।

  • Related Posts

    ଜିଲ୍ଲା ରେଡକ୍ରସ ସୋସାଇଟି ପକ୍ଷରୁ ରକ୍ତଦାନ ଶିବିର।

    ମାଲକାନଗିରି(କ୍ରୋନିକ ଓଡ଼ିଶା)ରକ୍ତ ଦାନ ଏକ ମହତ ଦାନ। ରକ୍ତ ଅଭାବ କାରଣରୁ ଚିକିତ୍ସାଧିନ ଅବସ୍ଥାରେ ଅନେକ ଲୋକଙ୍କ ଜୀବନ ଚାଲି ଯାଇଥାଏ। ରକ୍ତ ଦାନ କରିବା ଦ୍ୱାରା ଅନେକ ଲୋକଙ୍କ ଜୀବନ ବଞ୍ଚି ପାରିବ । ଏସବୁକୁ ଦୃଷ୍ଟିରେ ରଖି ମାଲକାନଗିରି…

    ଏକ ଦିବସୀୟ ପଦାର୍ଥ ବିଜ୍ଞାନ ଆଲୋଚନା ଚକ୍ର ଆୟୋଜିତ।

    ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା ଆଦର୍ଶ ସ୍ନାତକ ମହାବିଦ୍ୟାଳୟରେ ପଦାର୍ଥ ବିଜ୍ଞାନ ବିଭାଗରେ ଏକ ଦିବସୀୟ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ଅଧ୍ୟକ୍ଷ ଡକ୍ଟର ଆଲୋକ କୁମାର ପାତ୍ରଙ୍କ ସଭାପତିତ୍ଵରେ ଆୟୋଜିତ ଏହି ଆଲୋଚନା ଚକ୍ରରେ ପାରେଳାଖେମୁଣ୍ଡିର ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ଵୟଂଶାସିତ…

    Leave a Reply

    Your email address will not be published. Required fields are marked *

    You cannot copy content of this page