ଗୁରୁ ଦିବସରେ ରିଚିଙ୍ଗ ହାଣ୍ଡ ସୋସାଇଟି ଦ୍ବାରା ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ସମ୍ବର୍ଦ୍ଧନା।

ମାଲକାନଗିରି ଜିଲ୍ଲା ସ୍ବେଚ୍ଛାସେବୀ ସଙ୍ଗଠନ ରିଚିଙ୍ଗ ହାଣ୍ଡ ସୋସାଇଟି ପରିଚାଳକ ରାଗାଲାଣ୍ଡ ରୋମୋ ପାଉଲଙ୍କ ତତ୍ତ୍ଵାବଧାନରେ ଖଇରପୁଟ ବ୍ଲକ ଅନ୍ତର୍ଗତ ମୁଣ୍ଡିଗୁଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ପବିତ୍ର ଗୁରୁ ଦିବସ ବହୁ ଆଡମ୍ବରରେ ପାଳିତ ହୋଇଯାଇଛି। ଏହି ଅବସରରେ ରିଚିଙ୍ଗ ହାଣ୍ଡ ସୋସାଇଟିର ଦିଲ୍ଲିପ ବାଘ , ନିରଞ୍ଜନ କୁଲଦୀପ , ଜୁନସ ପାଙ୍ଗି , ଡାଲିମା ଖିଲ ଏବଂ ଶ୍ୟାମ ଖିଲ , ବିଦ୍ୟାଳୟ ପ୍ରଧାନଶିକ୍ଷକ ଦିଲ୍ଲିପ କୁମାର ସାହୁ , ରମେଶ ନେଲୁର , ଉମା ଶଙ୍କର ଦାସଙ୍କ ଉପସ୍ଥିତ ଥିଲେ। ପ୍ରଥମେ ଅତିଥି ପରିଚୟ ପରେ ଗୁରୁ ଦିବସ ନିମନ୍ତେ ଗୁରୁ ବନ୍ଦନା ସହ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା।ରିଚିଙ୍ଗ ହାଣ୍ଡ ସୋସାଇଟି ପକ୍ଷରୁ ମୁଣ୍ଡିଗୁଡା , କଣ୍ଟାସାରୁ , ପାଣିଘାଟା , ପାକନାଗୁଡା , କୁଡୁମୁଲୁଗୁମ୍ମା , ଦୁରୁକାଗୁଡା , ନିଲାପାରି , ରେକାପାଲି , ଚିନ୍ତନଡଲି , ଆପନମାଳା , ନୂଆଗୁଡା , ଧାଙ୍ଗଡାଗୁଡା , କୁମାର ପୁଟ , ଧଉଡାଗୁଡା ଏବଂ ପୂଜାରିଗୁଡା ଭଳି ଆଖପାଖର ବିଭିନ୍ନ ବିଦ୍ୟାଳୟରୁ ନିମନ୍ତ୍ରିତ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ମାନପତ୍ର ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ସମ୍ବର୍ଦ୍ଧିତ ଶିକ୍ଷକ ଶିକ୍ଷୟିତ୍ରୀ ମଧ୍ୟରେ ବ୍ରଜ ନାରାୟଣ ଦାସ , ମଞ୍ଜୁଶ୍ରୀ ମହାଳୀ , ପ୍ରିୟମ୍ବଦା ରାଉତ , ସନ୍ଧ୍ୟାରାଣୀ ସାହୁ , ଲିଙ୍ଗରାଜ ଶବର ପ୍ରମୁଖ। ରିଚିଙ୍ଗ ହାଣ୍ଡ ସୋସାଇଟି ଏହି ଅଞ୍ଚଳରେ ଦୀର୍ଘ ଦିନ ଧରି ବିଭିନ୍ନ ସମାଜସେବା , ଜନ ହିତୈଶୀ କାର୍ଯ୍ୟ କରି ବେଶ ଆଦୃତ ହୋଇଛି।ଜନସେବା ପ୍ରକୃତ ଭଗବାନଙ୍କ ସେବା ବୋଲି ସଂସ୍ଥା ପକ୍ଷରୁ କୁହାଯାଇଛି। ଦିଲ୍ଲିପ ବାଘ ଏବଂ ନିରଞ୍ଜନ କୁଲଦୀପ ସଭା ପରିଚାଳନା କରିଥିବା ବେଳେ ମୁଣ୍ଡିଗୁଡା ବିଦ୍ୟାଳୟ ଭାରା ପ୍ରାପ୍ତ ପ୍ରଧାନଶିକ୍ଷକ ଦିଲ୍ଲିପ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

  • Related Posts

    ସାହସିକତାର ଏକ ଉଦାହରଣ: କାରେଗୁଟ୍ଟା ଅପରେସନରେ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ସାଗର ବୋରାଡେ ହରାଇଲେ ବାମ ଗୋଡ।

    ମାଲକାନଗିରି:ନିରଞ୍ଜନ ମଲ୍ଲ(କ୍ରୋନିକ ଓଡ଼ିଶା)କାରେଗୁଟ୍ଟା ଅପରେସନ୍ ମଧ୍ୟରେ ଯେତେବେଳେ ଜଣେ ସାଥି ଯବାନ ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଗୁରୁତର ଆହତ ହୋଇଥିଲେ ସେତେବେଳେ ସାଗର ବୋରାଡେ କମାଣ୍ଡାଣ୍ଟଙ୍କ ନିର୍ଦ୍ଦେଶକୁ ଖାତିର ନକରି ଆହତ ଯବାନଙ୍କୁ ସୁରକ୍ଷିତ ସ୍ଥାନକୁ ନେବାକୁ ଚେଷ୍ଟା କରୁଥିବା ସମୟରେ ଆଉ…

    ନକ୍ସଲପନ୍ଥିଙ୍କ ଶ୍ମଶାନ ପାଲଟିଲା କରେଗୁଟ୍ଟା ପାହାଡ – ଯବାନଙ୍କ ଜୋରଦାର ଆକ୍ରମଣ ; ୨୦ ରୁ ଉର୍ଦ୍ଧ୍ୱ ନକ୍ସଲ ନିପାତ।

    ମାଲକାନଗିରି:ନିରଞ୍ଜନ ମଲ୍ଲ(କ୍ରୋନିକ ଓଡ଼ିଶା)ମାଲକାନଗିରି ସୀମାନ୍ତ ଛତିଶଗଡ଼ ରାଜ୍ୟର ବିଜାପୁର ଜିଲ୍ଲା ଏବଂ ତେଲେଙ୍ଗାନା ସୀମାବର୍ତ୍ତି କରେଗୁଟ୍ଟା ପାହାଡ଼ରେ ଚାଲିଥିବା ବୃହତ୍ତର ନକ୍ସଲ ଅପରେସନର ୧୬ତମ ଦିନରେ ସୁରକ୍ଷା ବାହିନୀ ଏପର୍ଯ୍ୟନ୍ତ ସବୁଠାରୁ ବଡ଼ ସଫଳତା ହାସଲ କରିଛି। ବୁଧବାର ସକାଳେ ହୋଇଥିବା…

    Leave a Reply

    Your email address will not be published. Required fields are marked *

    You cannot copy content of this page