ଶାଗ ମାଛରେ ବିକ୍ରି ହେଉଛି ମାଥିଲି ପଞ୍ଚାୟତ ସ୍କ୍ରlପ l

ମାଲକାନଗିରିରେ ଦୁଇ ଦିନ ତଳେ ମାଥିଲିରୁ ଏକ ଟାଟା ପିକଅପ ଭ୍ୟାନ ନଂ ଓଡ଼ି୩୦ ୭୫୨୪ଯୋଗେ କିଛି ପୁରୁଣା ଲୁହା ପାଇପ, ବୋର ହେଡ, କନେକ୍ଟିଙ୍ଗ ରଡ଼ ମାଲକାନଗିରି ପଠାଯାଉଥିବା ବେଳେ ଏହା ବାବଦରେ ଉକ୍ତ ଗାଡି ଵାଲାକୁ ପଚାରିବାରୁ ଏହା ମାଥିଲି ପଞ୍ଚୟତ ରୁ ମାଲକାନଗିରି ଚାଲାଣହେଉଥିବା କଥା କହିଥିଲେ ଏହା ସହିତ ଏକ ରସିଦ ମଧ୍ୟ ଦେଖାଇ ଥିଲେ l ଉକ୍ତ ରସିଦରେ ମାଥିଲି ପଞ୍ଚୟାତ ସମିତି କାର୍ଯ୍ୟଳୟ ଉଲେଖ ରହିଥିବା ବେଳେ ଚିଠା ନଂ ୩୩୯୮/୨୦୨୪ ରହିଥିଲା l ରସିଦ ମଧ୍ୟରେ ଲୁହାର ଓଜନ ୨ଟନ୪୨୩କେଜି ରହିଥିବା ବେଳେ ଲୁହାର ବିକ୍ରିୟ ମୂଲ୍ୟ ଉଲେଖ ନ ଥିଲା l ଏଠି ପ୍ରଶ୍ନ ଉଠୁଛି ଯେ ଏତେ ପରିମାଣର ଲୁହା ସ୍କ୍ରlପ ସର୍ବ ସାଧାରଣ ରେ ନିଲାମ ପ୍ରକ୍ରିୟା କରାନଯାଇ ମାଲକାନଗିରି ଲୁହା ଵ୍ୟବସାୟୀ ପି.ପ୍ରସାଦ ରାଓଙ୍କୁ ବିକ୍ରି କରାଯାଇଥିଲା ତାହା ଜନମାନସରେ ପ୍ରଶ୍ନ ସୃଷ୍ଟି କରିଛି l ଏହି ବାବଦରେ ଦୁଇ ଦିନ ଧରି ମାଥିଲି ବିଡିଓଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ ସେ ଫୋନ ଉଠାଇ ନ ଥିଲେ l ଏବେ ପ୍ରଶ୍ନ ଉଠୁଛି ଯେ ଏତେ ଗୁଡ଼ିଏ ପୁରୁଣା ଲୁହାକୁ ନିଲାମ ମାଧ୍ୟମରେ ବିକ୍ରି ନ କରି ଜଣେ ଲୋକକୁ କିଭଳି ଭାବେ ଶାଗ ମାଛ ଦରରେ ବିକ୍ରି କରାଗଲା ତାହା ସାଧାରଣରେ ପ୍ରଶ୍ନ ସୃଷ୍ଟି କରୁଛି l ଏହି ବାବଦରେ ବିଡିଓ ମହାଶୟ ଅବଗତ ଅଛନ୍ତି କି ନାହିଁ । ଏଭିଳି ବିକ୍ରି ଦ୍ୱାରା ଏହା ପରୋକ୍ଷ ଭାବେ ରାଜସ୍ୱର ହାନି ହେଉଥିବାରୁ ତାହା ତଦନ୍ତର ଆବଶ୍ୟକ ରହିଛି l

  • Related Posts

    ଜିଲ୍ଲା ରେଡକ୍ରସ ସୋସାଇଟି ପକ୍ଷରୁ ରକ୍ତଦାନ ଶିବିର।

    ମାଲକାନଗିରି(କ୍ରୋନିକ ଓଡ଼ିଶା)ରକ୍ତ ଦାନ ଏକ ମହତ ଦାନ। ରକ୍ତ ଅଭାବ କାରଣରୁ ଚିକିତ୍ସାଧିନ ଅବସ୍ଥାରେ ଅନେକ ଲୋକଙ୍କ ଜୀବନ ଚାଲି ଯାଇଥାଏ। ରକ୍ତ ଦାନ କରିବା ଦ୍ୱାରା ଅନେକ ଲୋକଙ୍କ ଜୀବନ ବଞ୍ଚି ପାରିବ । ଏସବୁକୁ ଦୃଷ୍ଟିରେ ରଖି ମାଲକାନଗିରି…

    ଏକ ଦିବସୀୟ ପଦାର୍ଥ ବିଜ୍ଞାନ ଆଲୋଚନା ଚକ୍ର ଆୟୋଜିତ।

    ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା ଆଦର୍ଶ ସ୍ନାତକ ମହାବିଦ୍ୟାଳୟରେ ପଦାର୍ଥ ବିଜ୍ଞାନ ବିଭାଗରେ ଏକ ଦିବସୀୟ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ଅଧ୍ୟକ୍ଷ ଡକ୍ଟର ଆଲୋକ କୁମାର ପାତ୍ରଙ୍କ ସଭାପତିତ୍ଵରେ ଆୟୋଜିତ ଏହି ଆଲୋଚନା ଚକ୍ରରେ ପାରେଳାଖେମୁଣ୍ଡିର ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ଵୟଂଶାସିତ…

    Leave a Reply

    Your email address will not be published. Required fields are marked *

    You cannot copy content of this page