ବଣ୍ଡା ଡାକ୍ତରୀ ଛାତ୍ରଙ୍କୁ ମାଲକାନଗିରି ଜିଲ୍ଲାପାଳଙ୍କ ସମ୍ବର୍ଦ୍ଧନା।

ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ଅନ୍ତର୍ଗତ ବଣ୍ଡାଘାଟୀର ଜଣେ ଯୁବକ ମଙ୍ଗଳା ମୁଦୁଲି ଡାକ୍ତରୀ ପାଠ ପଢ଼ିବାକୁ ବ୍ରହ୍ମପୁର ମେଡିକାଲରେ ସ୍ଥାନ ସୁନିଶ୍ଚିତ କରି ମାଲକାନଗିରି ଜିଲ୍ଲା ତଥା ବଣ୍ଡା ସମୂହଙ୍କ ଟେକ ରଖିଛନ୍ତି।ନିଟ ପରିକ୍ଷାରେ ସଫଳତା ପାଇବା ସହ ବ୍ରହ୍ମପୁର ମେଡିକାଲ କଲେଜରେ MBBS ପାଠ ପଢିବାର ସୁଯୋଗ ପାଇଥିବା ମାଲକାନଗିରି ଜିଲ୍ଲା ଖୈରପୁଟ ବ୍ଳକ ଅନ୍ତର୍ଗତ ବଣ୍ଡା ଘାଟିର ଛାତ୍ର ମଙ୍ଗଳା ମୁଦୁଲିଙ୍କୁ ଆଜି ମାଲକାନଗିରି ଜିଲ୍ଲା ପ୍ରଶାସନ ତରଫରୁ ସମ୍ବର୍ଦ୍ଧନା ଦିଆଯାଇଛି । ଜିଲ୍ଲାପାଳ ଆଶିଷ ଈଶ୍ବର ପାଟିଲ ଆଜି ବଣ୍ଡା ଯୁବକ ମଙ୍ଗଳା ମୁଦୁଲି ଓ ତାଙ୍କୁ ପାଠ ପାଢାଇ ଥିବା ଶିକ୍ଷକ ଉତ୍କଳ କେଶରୀ ଦାଶଙ୍କୁ ନିଜ କାର୍ଯ୍ୟାଳୟକୁ ଡାକି ଫୁଲ ତୋଡା ଦେଇ ସମ୍ବର୍ଦ୍ଧିତ କରିଥିଲେ। ମଙ୍ଗଳା ମୁଦୁଲି ଜଣେ ବଣ୍ଡା ଜନଜାତି ଯୁବକ କଷ୍ଟ କରି ନିକଟ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ବଣ୍ଡା ସମୂହଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି। ମଙ୍ଗଳାଙ୍କ ଉଜ୍ଜ୍ବଳ ଭବିଷ୍ୟତ କାମନା ସହ ମନ ଦେଇ ପାଠ ପଢି ନିଜ ପରିବାର ତଥା ନିଜ ଅଞ୍ଚଳର ଉନ୍ନତି ପାଇଁ ଜିଲ୍ଲାପାଳ ଶ୍ରୀପାଟିଲ ଗୁରୁମନ୍ତ୍ର ଦେଇଥିଲେ।ଏହି ସମୟରେ ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ଅଧିକାରୀ ସୁଶ୍ରୀ ଜୟଶ୍ରୀ ଓ ଜିଲ୍ଲା ମଙ୍ଗଳ ଅଧିକାରୀ ଏସ ଆଚାରୀ ମଧ୍ୟ ଉପସ୍ଥିତ ରହିଥିଲେ । ବଣ୍ଡା ଘାଟିରେ ଅଧାରୁ ପାଠ ଛାଡି ଦେଉଥିବା ପିଲାଙ୍କୁ ସଚେତନ କରିବା ସହ ସେମାନଙ୍କ ଲାଗି ପ୍ରେରଣା ସାଜିବେ ମଙ୍ଗଳା । ଏହା ସହ ମଙ୍ଗଳା ମୁଦୁଲିଙ୍କ ଲାଗି ଆଜି ମୁ ସାରା ରାଜ୍ୟରେ ପରିଚିତ ହୋଇଛି ବୋଲି କହିଛନ୍ତି ତାଙ୍କ ଶିକ୍ଷକ ଉତ୍କଳ କେଶରୀ।

  • Related Posts

    ଜିଲ୍ଲା ରେଡକ୍ରସ ସୋସାଇଟି ପକ୍ଷରୁ ରକ୍ତଦାନ ଶିବିର।

    ମାଲକାନଗିରି(କ୍ରୋନିକ ଓଡ଼ିଶା)ରକ୍ତ ଦାନ ଏକ ମହତ ଦାନ। ରକ୍ତ ଅଭାବ କାରଣରୁ ଚିକିତ୍ସାଧିନ ଅବସ୍ଥାରେ ଅନେକ ଲୋକଙ୍କ ଜୀବନ ଚାଲି ଯାଇଥାଏ। ରକ୍ତ ଦାନ କରିବା ଦ୍ୱାରା ଅନେକ ଲୋକଙ୍କ ଜୀବନ ବଞ୍ଚି ପାରିବ । ଏସବୁକୁ ଦୃଷ୍ଟିରେ ରଖି ମାଲକାନଗିରି…

    ଏକ ଦିବସୀୟ ପଦାର୍ଥ ବିଜ୍ଞାନ ଆଲୋଚନା ଚକ୍ର ଆୟୋଜିତ।

    ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା ଆଦର୍ଶ ସ୍ନାତକ ମହାବିଦ୍ୟାଳୟରେ ପଦାର୍ଥ ବିଜ୍ଞାନ ବିଭାଗରେ ଏକ ଦିବସୀୟ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ଅଧ୍ୟକ୍ଷ ଡକ୍ଟର ଆଲୋକ କୁମାର ପାତ୍ରଙ୍କ ସଭାପତିତ୍ଵରେ ଆୟୋଜିତ ଏହି ଆଲୋଚନା ଚକ୍ରରେ ପାରେଳାଖେମୁଣ୍ଡିର ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ଵୟଂଶାସିତ…

    Leave a Reply

    Your email address will not be published. Required fields are marked *

    You cannot copy content of this page