ଓଡ଼ିଶା ସୀମାରେ ସାର ଗାଡିରୁ ୫୦୦ କଇଁଛ ଜବତ ; ୪ ଗିରଫ।

ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ମୋଟୁ ବନ ବିଭାଗ ଦ୍ବାରା ବୁଧବାର ଦିନ ପ୍ରାୟ ୫୦୦ କଇଁଛ ଉଦ୍ଧାର କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ କଇଁଛ ଚୋରାଚାଲାଣ ସମ୍ପର୍କରେ ସଠିକ୍ ସୂଚନା ପାଇବା ପରେ ମୋଟୁ ବନ ବିଭାଗ ଓଡ଼ିଶା ଆନ୍ଧ୍ରପ୍ରଦେଶ ସୀମାନ୍ତରେ ପଇଁତରା ମାରୁଥିଲେ। ଦୁଇ ପିକଅପ ଭ୍ୟାନ ଅତି ଦୃତ ଗତିରେ ଆନ୍ଧ୍ରପ୍ରଦେଶ ସୀମା ଅତିକ୍ରମ କରିବାକୁ ଚେଷ୍ଟା କରୁଥିବା ବେଳେ ବନ ବିଭାଗ କର୍ମଚାରୀ ମାନେ ଦୁଇ ପିକଅପ ଭ୍ୟାନକୁ ଅଟକାଇ ଥିଲେ। ପଚରାଉଚରା ବେଳେ ଜାଣିବାକୁ ପାଇଥିଲେ ଯେ ଗାଡ଼ିରେ ସାର(ଖତ)ନେଇ ଯାଉଥିଲେ। ତେବେ ଗାଡ଼ିକୁ ଭଲ ଭାବରେ ତଲାସି କରିବାରୁ ଗାଡି ଭିତରେ ଏକ କଣ୍ଟେନରରେ ପାଖାପାଖି ୫ ଶହ ଜିଅନ୍ତା କଇଁଛ ଦେଖିବାକୁ ମିଳିଥିଲା।କଥିତ ଅପରାଧିମାନେ ଏହି ଜିଅନ୍ତା କଇଁଛକୁ ଚଳଚ୍ଚିତ୍ର ପୁଷ୍ପା ଢଙ୍ଗରେ ତସ୍କରୀ କରୁଥିବା ବେଳେ ବନ ବିଭାଗ ସେମାନଙ୍କୁ ଗିରଫ କରିଛି। ଏତେ ପରିମାଣର କଇଁଛ ଆନ୍ଧ୍ରପ୍ରଦେଶରୁ ଓଡ଼ିଶା ତସ୍କରୀ କରି ଆଣୁଥିଲେ। ଏହି ସନ୍ଦର୍ଭରେ ମୋଟୁ ବନ ବିଭାଗ ୪ ଜଣଙ୍କୁ ଗିରଫ କରିଛି। ତେବେ ଜବତ କଇଁଛ ଏବଂ ଦୁଇ ପିକଅପ ଭ୍ୟାନ ଗାଡିକୁ ଏମଭି-୭୯ କାର୍ଯ୍ୟାଳୟରେ ରଖାଯାଇଛି।ମାମଲାର ତଦନ୍ତ ଜାରି ରହିଛି ବୋଲି ବନାଞ୍ଚଳ ଅଧିକାରୀ ରଶ୍ମୀରଂଜନ ସ୍ବାଇଁ ସୂଚନା ଦେଇଛନ୍ତି।

  • Related Posts

    ଜିଲ୍ଲା ରେଡକ୍ରସ ସୋସାଇଟି ପକ୍ଷରୁ ରକ୍ତଦାନ ଶିବିର।

    ମାଲକାନଗିରି(କ୍ରୋନିକ ଓଡ଼ିଶା)ରକ୍ତ ଦାନ ଏକ ମହତ ଦାନ। ରକ୍ତ ଅଭାବ କାରଣରୁ ଚିକିତ୍ସାଧିନ ଅବସ୍ଥାରେ ଅନେକ ଲୋକଙ୍କ ଜୀବନ ଚାଲି ଯାଇଥାଏ। ରକ୍ତ ଦାନ କରିବା ଦ୍ୱାରା ଅନେକ ଲୋକଙ୍କ ଜୀବନ ବଞ୍ଚି ପାରିବ । ଏସବୁକୁ ଦୃଷ୍ଟିରେ ରଖି ମାଲକାନଗିରି…

    ଏକ ଦିବସୀୟ ପଦାର୍ଥ ବିଜ୍ଞାନ ଆଲୋଚନା ଚକ୍ର ଆୟୋଜିତ।

    ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା ଆଦର୍ଶ ସ୍ନାତକ ମହାବିଦ୍ୟାଳୟରେ ପଦାର୍ଥ ବିଜ୍ଞାନ ବିଭାଗରେ ଏକ ଦିବସୀୟ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ଅଧ୍ୟକ୍ଷ ଡକ୍ଟର ଆଲୋକ କୁମାର ପାତ୍ରଙ୍କ ସଭାପତିତ୍ଵରେ ଆୟୋଜିତ ଏହି ଆଲୋଚନା ଚକ୍ରରେ ପାରେଳାଖେମୁଣ୍ଡିର ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ଵୟଂଶାସିତ…

    Leave a Reply

    Your email address will not be published. Required fields are marked *

    You cannot copy content of this page