୨୦ କେଜି ଗଞ୍ଜେଇ ଜବତ ; ଦୁଇ ଗିରଫ।

ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ଓର୍କେଲ ପୁଲିସ ଦ୍ୱାରା ୨୦ କେଜି ଗଞ୍ଜେଇ ଜବତ କରିବ ସହ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି। ବାଲିମେଳା ଠାରୁ ଜୟପୁର ଯିବା ରାସ୍ତାରେ ବାଲିମେଳା ଛକରେ ଦୁଇ ଜଣ ଯୁବକ ଦୁଇଟି ଜରି ବସ୍ତା ରଖି ଗାଡ଼ି ଅପେକ୍ଷାରେ ଠିଆ ହୋଇଥିଲେ। ପୁଲିସ ପାଟ୍ରୋଲିଂ ଗାଡ଼ି ସେହି ରାସ୍ତା ଦେଇ ଯାଉଥିବା ବେଳେ ସନ୍ଦେହ ହେବାରୁ ପୁଲିସ ଗାଡ଼ି ଅଟକାଇ ଜରି ବସ୍ତା ପାଖରେ ଠିଆ ହୋଇଥିବା ଯୁବକ ଦୁଇ ଜଣଙ୍କୁ ପଚରାଉଚରା କରିଥିଲା। ଯୁବକ ଦୁଇ ଜଣ ପୁଲିସକୁ କୌଣସି ସନ୍ତୋଷଜନକ ଉତ୍ତର ଦେଇ ପାରିନଥିଲେ। ଫଳରେ ପୁଲିସର ସନ୍ଦେହ ବଢିବାରୁ ଯୁବକଙ୍କ ବସ୍ତାକୁ ଯାଞ୍ଚ କରିବାରୁ ସେଥିରେ ଗଞ୍ଜେଇ ଥିବା ପୁଲିସ ଜାଣିବାକୁ ପାଇଥିଲା। ସଙ୍ଗେ ସଙ୍ଗେ ଦୁଇ ଯୁବକଙ୍କୁ ଗିରଫ କରିବା ସହ ଗଞ୍ଜେଇ ଜବତ କରିଥିଲା ଓର୍କେଲ ପୁଲିସ। ଗିରଫ ଅଭିଯୁକ୍ତମାନେ ହେଲେ ଖଗପତି ଆର୍ଲାବ ଏବଂ ଧନପତି ଟାଙ୍ଗୁଲ। ଉଭୟ ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳ ପାପରମେଟଲା ଗାଁର ବାସିନ୍ଦା ବୋଲି ଜଣାପଡିଛି। ଚିତ୍ରକୋଣ୍ଡା ଅଞ୍ଚଳରୁ ଗଞ୍ଜେଇ ନେଇ ସେମାନେ ନବରଙ୍ଗପୁର ଜିଲ୍ଲାକୁ ଚୋରାଚାଲାଣ କରୁଥିବା ପୁଲିସ ନିକଟରେ ସ୍ବୀକାର କରିଛନ୍ତି। ଜବତ ଗଞ୍ଜେଇର ମୂଲ୍ୟ ଖୋଲା ବଜାରରେ ପାଖାପାଖି ୨ ଲକ୍ଷ ଟଙ୍କା ହେବ। ଓର୍କେଲ ପୁଲିସ ଏ ସମ୍ବନ୍ଧରେ ଏକ ଏନଡିପିଏସ ମାମଲା ରୁଜୁ କରି ଉଭୟ ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କରାଯାଇଛି ଏବଂ ଆଗକୁ ମାମଲାର ତଦନ୍ତ ଜାରି ରହିବ ବୋଲି ଆଇଆଇସି ଧିରେନ ପଟ୍ଟନାୟକ ସୂଚନା ଦେଇଛନ୍ତି।

  • Related Posts

    ବିଜେପିରେ ଯୋଗ ଦେଲେ ବିଜେଡି ଜିଲ୍ଲା ଉପ ସଭାପତି।

    ମାଲକାନଗିରି(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା ବିଜେପି କାର୍ଯ୍ୟାଳୟ ପରିସରରେ ଆଜି ବିଜେପି ଜିଲ୍ଲା ସଭାପତି ନିମାଇଁ ଚରଣ ପାଲଙ୍କ ନେତୃତ୍ୱରେ ବୁଥ ସ୍ତରୀୟ ନିର୍ବାଚନ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ରାଜ୍ୟରୁ ଆସିଥିବା ଜିଲ୍ଲା ପର୍ଯ୍ୟବେକ୍ଷକ ଅଜୟ କୁମାର ସ୍ୱାଇଁ,…

    ମୋବାଇଲ , ସାଇକେଲ ଚୋରି ମାମଲାରେ ୪ ନାବାଳକଙ୍କ ସମେତ ୮ ଗିରଫ ; ୧୮ ମୋବାଇଲ,୨ ସାଇକେଲ ଜବତ।

    ମାଲକାନଗିରି(କ୍ରୋନିକ ଓଡ଼ିଶା)ଓର୍କେଲ ପୋଲିସକୁ ଏକ ବଡ ସଫାଳତା। ୪ ନାବାଳକ ସମେତ ମୋଟ ୮ ଜଣ ଚତୁର ଚୋରଙ୍କୁ ଗିରଫ କରିଛି ଓର୍କେଲ ପୁଲିସ। ଲୋକଙ୍କ ଆଖିରେ ଧୁଳି ଦେଇ କରୁଥିଲେ ଚୋରି ଗୃହ ଉପକରଣ ଏବଂ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ।…

    Leave a Reply

    Your email address will not be published. Required fields are marked *

    You cannot copy content of this page