
ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ଖାଲି ଦେହରେ ଇସ୍ତ୍ରି କରୁଥିବା ବେଳେ ଚାଲିଗଲା ବ୍ଲକ ଯୋଗାଣ ଅଧିକାରୀଙ୍କ ଜୀବନ। ଇସ୍ତ୍ରୀ କରୁଥିବା ବେଳେ କରେଣ୍ଟ ଲାଗିଯିବା ଫଳରେ ପଡିଆ ବ୍ଲକ ଯୋଗାଣ ଅଧିକାରୀ କୁମୁଦମୟ ଗମାଙ୍ଗଙ୍କ ମୃତ୍ୟୁ ହୋଇଛି। ଆଜି ସକାଳେ ଘଟିଛି ଏହିଭଳି ଅଭାବନୀୟ ଘଟଣା।
ପଡିଆ ବ୍ଲକ ଯୋଗାଣ ଅଧିକାରୀ ଖାଲି ଦେହରେ ଇସ୍ତ୍ରି କରୁଥିବା ବେଳେ ଚାଲିଗଲା କୁମୁଦମୟ ଗମାଙ୍ଗ ଜୀବନ। କିଛି ମାସ ତଳେ କାଲିମେଳା ବ୍ଲକରୁ ପଡିଆ ବ୍ଲକକୁ ବଦଳି ହୋଇଥିବା ବେଳେ କାଲିମେଳାରେ ଥିବା ସରକାରୀ କ୍ଵାର୍ଟର ଛାଡି ନ ଥିଲେ ବ୍ଲକ ଯୋଗାଣ ଅଧିକାରୀ। ଆଜି ତାଙ୍କ ସରକାରୀ କ୍ବାଟରରେ ସେ ଇସ୍ତ୍ରୀ କରୁଥିବା ବେଳେ ଘଟିଥିଲା ଏପରି ଦୁଃଖଦ ଘଟଣା।