
ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ବଣ୍ଡା ସମ୍ପ୍ରଦାୟର ଯୁବକ ମଙ୍ଗଳା ମୁଦୁଲି ଡାକ୍ତରୀ ପାଠ ପଢିବା ପାଇଁ ପରୀକ୍ଷାରେ ସଫଳ ହୋଇଥିବା ବେଳେ ନିଜେ ଡାକ୍ତର ହୋଇ ନିଜ ଅଞ୍ଚଳର ଲୋକ ମାନଙ୍କ ସେବା କରିବେ ବୋଲି ପ୍ରକାଶ କରିଥିବା ବେଳେ ମାଲକାନଗିରି ବିଧାୟକ ନରସିଂହ ମାଡକାମୀ ମଙ୍ଗଳାଙ୍କୁ ଭେଟି ଶୁଭେଛା ଜଣାଇଛନ୍ତି।ଏଭଳି କୃତିତ୍ୱ ହାସଲ କରିଥିବା ଛାତ୍ରଙ୍କୁ ଭୁବନେଶ୍ବରରେ ଭେଟି ଶୁଭେଚ୍ଛା ଜଣାଇବା ସହ ଆଗାମୀ ଦିନରେ ସେ ଜଣେ ଉତ୍ତମ ଡାକ୍ତର ହୋଇ ନିଜ ଅଞ୍ଚଳର ଓ ଜିଲ୍ଲାର ନାମ ରଖିବା ପାଇଁ ବିଧାୟକ ଶ୍ରୀ ମାଡକାମୀ ତାଙ୍କୁ ଉତ୍ସାହିତ କରିଥିଲେ। ତେବେ କେବଳ ଏତିକି ନୁହେଁ ବଣ୍ଡା ଯୁବକ ମଙ୍ଗଳାର ଆଗାମୀ ଦିନରେ ପାଠ ପଢ଼ାରେ ସହଯୋଗ କରିବା ସହ ଖର୍ଚ୍ଚ ବହନ କରିବେ ବୋଲି ମାଲକାନଗିରି ବିଧାୟକ ଶ୍ରୀ ମାଡକାମୀ ପ୍ରତିଶ୍ରୁତି ଦେଇଛନ୍ତି। ଏହାସହ ସେ ମଙ୍ଗଳାର ଉଜ୍ବଳମୟ ଭବିଷ୍ୟତ କାମନା କରିଛନ୍ତି । ବଣ୍ଡା ଘାଟି ଅଞ୍ଚଳର ଏହିପରି ଯୁବକ ଯେଉଁମାନେ ପାଠ ପଢିବା ପାଇଁ ଆଗ୍ରହ ଅଛନ୍ତି କିନ୍ତୁ ଆର୍ଥିକ ସମ୍ବଳ ନଥିବା ହେତୁ ନିଜର ପାଠ ପଢିବାକୁ ବାଧ୍ୟ ହୋଇ ରୋକ ଲଗାଉଛନ୍ତି।ସେହିପରି ସମସ୍ତ ଯୁବକ ମାନଙ୍କୁ ଚିହ୍ନଟ କରି ସେ ସମସ୍ତଙ୍କ ଉଚ୍ଚ ଶିକ୍ଷା ନିମନ୍ତେ ସମସ୍ତ ବନ୍ଦୋବସ୍ତ ମୁଖ୍ୟମନ୍ତ୍ରୀଙ୍କ ସହ ବିଧାୟକ ଆଲୋଚନା କରି ପଦକ୍ଷେପ ନେବାକୁ ଦମ୍ଭୋକ୍ତି ମଧ୍ୟ ଦେଇଛନ୍ତି।