ଦୁଇଦିନିଆ ନୀତି ଆୟୋଗ FLN ତାଲିମ ଅନୁଷ୍ଠିତ।

ମାଲକାନଗିରି ନିରଞ୍ଜନ ମଲ୍ଲ(କ୍ରୋନିକ ଓଡ଼ିଶା)ମାଲକାନଗରି ଜିଲ୍ଲା ପ୍ରଶାସନ ଆନୁକୁଲ୍ୟରେ, ସମଗ୍ର ଶିକ୍ଷା, ମାଲକାନଗିରି ଦ୍ୱାରା ଜିଲ୍ଲାର ୧୩୦ ଟି ନିତି ଆୟୋଗ ଅଧିନସ୍ଥ ବିଦ୍ୟାଳୟର FLN ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ଦୁଇଦିନିଆ ତାଲିମ ଆଜି ଉଦଯାପିତ ହୋଇଯାଇଛି।ପ୍ରଥମ ଦିନରେ ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲଙ୍କ ଦ୍ୱାରା ଧୂପ ଦୀପ ପ୍ରଜ୍ଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରାଯାଇଥିଲା।ଏହି ଅବସରରେ ଜିଲ୍ଲା ଶିକ୍ଷାଧିକାରୀ ତଥା ଜିଲ୍ଲା ପ୍ରକଳ୍ପ ସଂଯୋଜକ ଉମାପ୍ରସାଦ ଦାସ ଉପସ୍ଥିତ ଥିଲେ। ତାଲିମର FLN, NEP-2020 , ଶିଶୁ ବାଟିକା ଓ NIPUN, ଓଡିଶା ସଂପର୍କରେ ଆଲୋଚନା କରାଯାଇଥିଲା।ଅଂଶଗ୍ରହଣକାରୀଙ୍କ ଦ୍ୱାରା ଦୁଇଦିନ ଧରି ଶିକ୍ଷଣ କାର୍ଯ୍ୟ ଉପସ୍ଥାପନା କରାଯାଇଥିଲା।ସମସ୍ତ ପ୍ରଶିକ୍ଷାର୍ଥୀ ମାନଙ୍କ ମଧ୍ୟରୁ ପ୍ରଥମ ଦିନ ପାଞ୍ଚ ଜଣ ପ୍ରଶିକ୍ଷାର୍ଥୀଙ୍କୁ ଜିଲ୍ଲାପାଳ ମହୋଦୟ ଓ ପ୍ରକଳ୍ପ ପ୍ରଶାସକ, ଆଇ.ଟି.ଡି.ଏ., ମାଲକାନଗିରି ହଳଧର ଶବର ଉପସ୍ଥିତ ରହି ପୁରସ୍କାର ପ୍ରଦାନ କରିଥିଲେ । ପୁରସ୍କାର ସ୍ୱରୂପ ଏକ ଚାରା ବୃକ୍ଷ, ଉପଢୌକନ ଓ ଆର୍ଥିକ ରାଶି ୧୦ ହଜାର ଟଙ୍କା ପ୍ରଦାନ କରାଯାଇଥିଲା।ଦ୍ୱିତୀୟ ଦିନ ମଧ୍ୟ ସେହିପରି ପାଞ୍ଚ ଜଣ ଅଂଶଗ୍ରହଣକାରୀଙ୍କୁ ପୂର୍ବଦିନ ପରି ଜିଲ୍ଲା ଶିକ୍ଷାଧିକାରୀ ତଥା ପ୍ରକଳ୍ପ ସଂଯୋଜକ, ଉପସ୍ଥିତ ରହି ମାର୍ଗଦର୍ଶନ ସହ ପୁରସ୍କାର ପ୍ରଦାନ କରିଥିଲେ।ପୁରସ୍କୃତ ହୋଇଥିବା ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ବିଦ୍ୟାଳୟ ଗୁଡିକ ହେଲା-ପ୍ରଶାନ୍ତ କୁମାର ସାହୁ, କିଆଙ୍ଗ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ମାଥିଲି , ମମତା ବେହେରା, ଉଦୁଲିବେଡା, ଉଚ୍ଚ ବିଦ୍ୟାଳୟ, ମାଥିଲି , ଭି.ସନ୍ତୋଷୀ, ଆର୍ଶିର୍ବାଦ କଲୋନୀ, ପ୍ରାଥମିକ ବିଦ୍ୟାଳୟ, ମାଲକାନଗିରି , ରଞ୍ଜିତା ଦାସ, ଉ.ପ୍ରା.ବିଦ୍ୟାଳୟ, ଏମ୍.ଭି-୭ ,ମାଲକାନଗିରି , ସୁଜାତାରାଣୀ ସରକାର, ଉଚ୍ଚ ବିଦ୍ୟାଳୟ, କାଙ୍ଗୁରୁକୋଣ୍ଡା, କାଲିମେଳା , ଶିବାନୀ ନାୟକ, ଉଚ୍ଚ ବିଦ୍ୟାଳୟ, କାଲଦାପାଲ୍ଲୀ, ପଡ଼ିଆ , ସୁପ୍ରଭା ବିଶ୍ୱାଳ, ଉ.ପ୍ରା. ବିଦ୍ୟାଳୟ, ପାଣ୍ଡ୍ରାଗୁଡ଼ା, ଖଇରପୁଟ , ବାବ୍ ଲୁ ସଞ୍ଜୟ ସାହୁ, ଉ.ପ୍ରା ବିଦ୍ୟାଳୟ, କଣ୍ଡେଲ, କୋରୁକୋଣ୍ଡା , ସସ୍ମିତା ପଣ୍ଡା, ଉ.ପ୍ରା ବିଦ୍ୟାଳୟ, ଟେମ୍ପରାରୀ କଲୋନୀ, ଚିତ୍ରକୋଣ୍ଡା , ବିଚିତ୍ରମୟୀ ନାୟକ, ଆଶ୍ରମସ୍କୁଲ ପୋଟ୍ରେଲ, କୋରୁକୋଣ୍ଡା। ତେବେ ଏହି କାର୍ଯ୍ୟକ୍ରମରେ ସାଧନ କର୍ମୀ ଭାବେ ପ୍ରମୋଦ କୁମାର ସେନାପତି, ରାମକୃଷ୍ଣ ପାଢୀ, ପ୍ରମୋଦ କୁମାର ଦାସ ଓ ପ୍ରମୋଦ କୁମାର ବାରିକ ଯୋଗ ଦେଇଥିଲେ। ଜିଲ୍ଲା ଶୈକ୍ଷକ ସଂଯୋଜକ ଶେଷ ଶଙ୍କର ମହାଳିକ, ଶୈକ୍ଷିକ ପରାମର୍ଶଦାତା ସୀତାରାମ ଗୌଡ ସଂପୂର୍ଣ୍ଣ ତାଲିମକୁ ପରିଚାଳନା କରିଥିବା ବେଳେ ସତ୍ୟବ୍ରତ ମିଶ୍ର, କାଳୁ ଚରଣ ମହାରଣା ଓ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ।

  • Related Posts

    ସାହସିକତାର ଏକ ଉଦାହରଣ: କାରେଗୁଟ୍ଟା ଅପରେସନରେ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ସାଗର ବୋରାଡେ ହରାଇଲେ ବାମ ଗୋଡ।

    ମାଲକାନଗିରି:ନିରଞ୍ଜନ ମଲ୍ଲ(କ୍ରୋନିକ ଓଡ଼ିଶା)କାରେଗୁଟ୍ଟା ଅପରେସନ୍ ମଧ୍ୟରେ ଯେତେବେଳେ ଜଣେ ସାଥି ଯବାନ ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଗୁରୁତର ଆହତ ହୋଇଥିଲେ ସେତେବେଳେ ସାଗର ବୋରାଡେ କମାଣ୍ଡାଣ୍ଟଙ୍କ ନିର୍ଦ୍ଦେଶକୁ ଖାତିର ନକରି ଆହତ ଯବାନଙ୍କୁ ସୁରକ୍ଷିତ ସ୍ଥାନକୁ ନେବାକୁ ଚେଷ୍ଟା କରୁଥିବା ସମୟରେ ଆଉ…

    ନକ୍ସଲପନ୍ଥିଙ୍କ ଶ୍ମଶାନ ପାଲଟିଲା କରେଗୁଟ୍ଟା ପାହାଡ – ଯବାନଙ୍କ ଜୋରଦାର ଆକ୍ରମଣ ; ୨୦ ରୁ ଉର୍ଦ୍ଧ୍ୱ ନକ୍ସଲ ନିପାତ।

    ମାଲକାନଗିରି:ନିରଞ୍ଜନ ମଲ୍ଲ(କ୍ରୋନିକ ଓଡ଼ିଶା)ମାଲକାନଗିରି ସୀମାନ୍ତ ଛତିଶଗଡ଼ ରାଜ୍ୟର ବିଜାପୁର ଜିଲ୍ଲା ଏବଂ ତେଲେଙ୍ଗାନା ସୀମାବର୍ତ୍ତି କରେଗୁଟ୍ଟା ପାହାଡ଼ରେ ଚାଲିଥିବା ବୃହତ୍ତର ନକ୍ସଲ ଅପରେସନର ୧୬ତମ ଦିନରେ ସୁରକ୍ଷା ବାହିନୀ ଏପର୍ଯ୍ୟନ୍ତ ସବୁଠାରୁ ବଡ଼ ସଫଳତା ହାସଲ କରିଛି। ବୁଧବାର ସକାଳେ ହୋଇଥିବା…

    Leave a Reply

    Your email address will not be published. Required fields are marked *

    You cannot copy content of this page