
ମାଲକାନଗିରି:ନିରଞ୍ଜନ ମଲ୍ଲ(କ୍ରୋନିକ ଓଡ଼ିଶା)ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ରାଜ୍ୟ ବିଜାପୁର ଜିଲ୍ଲାରେ ମାଓ ବିରୋଧୀ ଅଭିଯାନକୁ ଜୋରଦାର କରାଯାଇଛି।ମାଓ ବିରୋଧୀ ଅଭିଯାନ ଅନ୍ତର୍ଗତ ଭୈରମଗଡ଼ ଥାନା ପୁଲିସ ଏବଂ ଡିଆରଜି ଯବାନ ମାନେ ମିଳିତ ଭାବେ କୋଲନାର, ଡାଲେର ଅଞ୍ଚଳ ଅଭିମୁଖେ ଏରିଆ ଡୋମିନେସନ ପାଇଁ ବାହାରିଥିଲେ। ଡିଆରଜି, ଭୈରମଗଡ଼ ପୁଲିସ ଏବଂ ମିରତୁର ପୁଲିସ, ଛତିଶଗଡ଼ ସଶସ୍ତ୍ର ବାହିନୀ 15/E ବାଟାଲିୟନ ଦ୍ୱାରା କରାଯାଇଥିବା ପୃଥକ ମିଳିତ ଅପରେସନରେ ୭ ଜଣ ମାଓବାଦୀଙ୍କୁ ବିସ୍ଫୋରକ ସହିତ ଗିରଫ କରିବାରେ ସଫଳ ହୋଇଛନ୍ତି। ପୁଲିସ ସେମାନଙ୍କ ନିକଟରୁ ଟିଫିନ୍ ବୋମା, କାର୍ଡେକ୍ସ ତାର, ଜିଲାଟିନ୍ ଷ୍ଟିକ୍, ଡେଟୋନେଟର୍, ବ୍ୟାଟେରୀ, ବିଦ୍ୟୁତ ତାର ଏବଂ ଭୂମି ଖୋଳିବା ଉପକରଣ ଜବତ କରାଯାଇଛି। ଗିରଫ ମାଓବାଦୀ ମାନେ ହେଲେ ଆୟତୁ ଓୟାମ ଛଦ୍ମନାମ ଗୁରୁଜୁ (କୋଲନାର୍ ଆରପିସି ଜନତାନା ସରକାର ସଦସ୍ୟ) ବୟସ ୫୦,ଫାଗୁ ମିଚା (କୋଲନାର୍ ଆରପିସି ସଦସ୍ୟ)ବୟସ ୪୫,ରାମୁ ଭେକୋ (କୋଲନାର୍ ଆରପିସି ମିଲିସିଆ ପ୍ଲାଟୁନ୍ ସଦସ୍ୟ) ବୟସ ୨୪,ଲକ୍ଷ୍ମଣ ଭେକ୍କୋ (କୋଲନାର ଆରପିସି ମିଲିସିଆ ପ୍ଲାଟୁନ୍ ସଦସ୍ୟ) ବୟସ ୨୧,ରାନୁ ପୋଡିୟମ୍ (କୋଲନାର୍ ଆରପିସି ମିଲିସିଆ ପ୍ଲାଟୁନ୍ ସଦସ୍ୟ) ବୟସ ୨୦,ଚାମରୁ ଓୟାମ (କୋଲନାର୍ ଆରପିସି ସଙ୍ଗମ୍ ସଦସ୍ୟ)ବୟସ ୩୮,ଅଜୟ ଛଦ୍ମନାମ ଗୁଣ୍ଡି କୋରସା, ବୟସ ୨୦ ବୋଲି ପରିଚୟ ମିଳିଛି। ସମସ୍ତ ମାଓବାଦୀଙ୍କୁ ପ୍ରାଥମିକ ଆଇନଗତ କାର୍ଯ୍ୟାନୁଷ୍ଠାନ ପରେ କୋର୍ଟ ଚାଲାଣ କରାଯାଇଥିବା ପୁଲିସ ପକ୍ଷରୁ ଜଣାପଡିଛି।