
ମାଲକାନଗିରି:ନିରଞ୍ଜନ ମଲ୍ଲ(କ୍ରୋନିକ ଓଡ଼ିଶା)
ମାଲକାନଗିରି ସ୍ଥିତ ଏମ୍.ଭି-୩ ଚତୁର୍ଥ ଓ ଏସ.ଏ.ପି (SS) ପ୍ରାଙ୍ଗଣ ପରିସରରେ ଏକ ସ୍ବେଛାକୃତ ମେଗା ରକ୍ତଦାନ ଶିବିର ଦୁର୍ଗପତି ସୁନୀଲ କୁମାର ବେହେରାଙ୍କ ସଭାପତିତ୍ୱରେ ଉଦଘାଟିତ ହୋଇଯାଇଛି। ମୁଖ୍ୟଅତିଥି ରୂପେ ଡିପିଏସଓ ଏମ୍. ମହମ୍ମଦ ଅବିଦ ହୁସେନ , ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞ ଡକ୍ଟର ସୁରମା ବେହେରା , ଅତିରିକ୍ତ ଅଧିକ୍ଷକ ତପନ ନାରାୟଣ ରଥ ଏବଂ ଅବସରପ୍ରାପ୍ତ ଦୁର୍ଗପତି ସୁରେନ୍ଦ୍ର କୁମାର ବେହେରା ମଞ୍ଚାସୀନ ରହି ସ୍ବେଛାକୃତ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। ଉପ ଦୁର୍ଗପତି ସରୋଜ କୁମାର ଜେନା, ଦକ୍ଷିନ୍ ମାରାଣ୍ଡି, ସୁରେନ୍ଦ୍ର ଚନ୍ଦ୍ର ପାତ୍ର, ବିମଳ ଚନ୍ଦ୍ର ରାଉତ,ହେମନ୍ତ କୁମାର ଦାସ,ପ୍ରେମ ପ୍ରକାଶ ଏନା, ଦେବୀ କଲ୍ୟାଣ ନାୟକ ପ୍ରତ୍ୟକ୍ଷ ସାହାଯ୍ୟ କରିବା ସହିତ କାର୍ଯ୍ୟକ୍ରମକୁ ସଫଳ କରିବାରେ ସହଯୋଗ କରିଥିଲେ। ଜିଲ୍ଲା ଯୁବ ରେଡ଼କ୍ରସ ଆବାହକ ତଥା ସମ୍ପାଦକ ଡକ୍ଟର ରଞ୍ଜନ କୁମାର ସ୍ବାଇଁ ସ୍ବେଛାକୃତ ରକ୍ତଦାନ ପାଇଁ ଉତ୍ସାହିତ କରିବା ସହିତ ରକ୍ତଦାତାଙ୍କୁ ଭୂୟସୀ ପ୍ରଶଂସା କରିଥିଲେ।ଡକ୍ଟର ସାଗର ବାଳା ବ୍ଲଡ଼ ବ୍ୟାଙ୍କ ଅଧିକାରୀ, ଏସ. ସୁବର୍ଣ୍ଣା ମାମଳା,ସୁଜଳ ରାୟ, ସାଗର ମିଶ୍ର ରକ୍ତ ସଂଗ୍ରହ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଏହି ଶିବିରରେ ଏକଶହରୁ ଉର୍ଦ୍ଧ୍ୱ ରକ୍ତ ନମୂନା ସଂଗ୍ରହ କରାଯାଇଛି ।ମାଲକାନଗିରି ଜିଲ୍ଲାରେ ପ୍ରଥମ ଥର ଓ, ଏସ, ଏ, ପି ଚତୁର୍ଥ ସଶକ୍ତ ବାହିନୀ ମାଲକାନଗିରି ଗ୍ରୀଷ୍ମ ପ୍ରବାହ ସମୟରେ ଏହିଭଳି କାର୍ଯ୍ୟକ୍ରମ କରି ଦେଖାଇଥିବାରୁ ବୁଦ୍ଧିଜୀବୀ ମହଲରେ ପ୍ରଶଂସା ସାଉଁଟିଛନ୍ତି। ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ସମସ୍ତ ଜବାନ ଏବଂ ଅଧିକାରୀ ରକ୍ତଦାନ କରିବା ସହିତ ନିଜେ କିପରି ସୁସ୍ଥ ରହିବେ ତାହା ବିଷୟରେ ନିଜେ ସଚେତନ ହେବା ସହ ଅନ୍ୟ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି।